ଯେଉଁ ବ୍ୟକ୍ତି ଏହି ୪ଟି ଜିନିଷର ତ୍ୟାଗ କରିଥାଏ କେବଳ ସେ ହିଁ ହୋଇଥାଏ କୋଟିପତି : Chanakya Niti

ଏହି ଚାଣକ୍ୟ ନୀତି ଜାଣିଲେ ଆପଣ ସଫଳତା ପାଇବେ । ବିଦ୍ୱାନ ଚାଣକ୍ୟ କହିଯାଇଥିବା କଥା ବାସ୍ତବରେ ସତ୍ୟ ହିଁ ହୋଇଥାଏ । ତେଣୁ ସେ କହିଯାଇଥିବା ନିୟମାବଳୀକୁ ଆମେ ଦୈନଦିନ ଜୀବନରେ ପାଳନ କରିଥାଉ ଏବଂ ଜୀବନ ବଞ୍ଚାଇଥାଉ । ଆଜି ଆମେ ଜାଣିବା ୪ଟି ଜିନିଷକୁ ସବୁବେଳେ ଛାଡ଼ିଦେବା ଉଚିତ ନହେଲେ ପରେ ଆପଣ ଅସୁବିଧା ରେ ପଡିଥାଆନ୍ତି ସେଥିରୁ ମୁକୁଳିବା ମୁସିକିଲ ହୋଇଯାଇଥାଏ । ଭବିଷ୍ୟତରେ ଜୀବନ ବଞ୍ଚିବା କାଠିଗରପାଠ ହୋଇଯାଏ ।

(୧)ପର ନାରୀ – ପର ନାରୀ କିମ୍ବା ପର ସ୍ତ୍ରୀକୁ ସର୍ବଦା ତ୍ୟାଗ କରିଦେବା ଉଚିତ । ପ୍ରତ୍ୟକ ସଫଳ ପୁରୁଷ ପଛରେ ନାରୀର ହାତ ରହି ଅଛି । ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ । ମହିଳା ତଥା ସ୍ତ୍ରୀ ଲୋକମାନ ଘର ପରିବାର ର ଧ୍ୟାନ ରଖିଥାନ୍ତି ।

ଯାହାଦ୍ୱାରା ପୁରୁଷ ମାନେ ନିଜ ଭବିଷ୍ୟତ ଉପରେ ଧ୍ୟାନ ଦେଇ ପାରନ୍ତି । ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ଅନ୍ୟ ରୁପ ବୋଲି କୁହାଯାଏ । ଆଉ ସେତିକି ନୁହେଁ ନାରୀ ମାନଙ୍କୁ ଦେବୀଙ୍କ ସ୍ଥାନ ଆମେ ଦେଇଥାଉ । ଆଉ ତାଙ୍କୁ ଭଗବାନ ଭଳି ପୂଜା ଓ ସମ୍ମାନ କରିବା ନିହାତି ଆବଶ୍ୟକ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ପର ସ୍ତ୍ରୀ ସହ,ସହବାସ କଲେ ତା ଶରିରରେ ଯେତିକି ଲୋମକୂପ ଥାଏ ସେତିକି ଶହ ବର୍ଷ ପର୍ଯ୍ୟନ୍ତ କୁନ୍ତଳିନୀ ନାମକ ନର୍କ ରେ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏହାକୁ ଶାସ୍ତ୍ର ରେ ମଧ୍ୟ ପାପ ବୋଲି କୁହାଯାଏ ।

(୨) ପର ଧନ କିମ୍ବା ପର ଦ୍ରବ୍ୟ -ଯଦି ଅନ୍ୟର ଧନ କିମ୍ବା ଦ୍ରବ୍ୟ ପ୍ରତି ଲୋଭ କରାଯାଏ କିମ୍ବା ଚୋରି କରାଯାଏ ତାହାଲେ ମଣିଷ କୁ ତ ତାର ଭୁଲ କାମ ର ଫଳ ଅବଶ୍ୟ ମିଳିଥାଏ ଏବଂ ଏଥିରେ ବ୍ୟକ୍ତି ର ସ୍ଵଭାଵ ମଧ୍ୟ ନଷ୍ଟ ହୋଇଯାଇଥାଏ । ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ । କିଛିଲୋକ ଜୀବନରେ ବହୁତ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଯେତେବେଳେ ଧନ କିମ୍ବା ଦ୍ରବ୍ୟରେ ଆଶା ରଖି ଶେଷରେ ଏହା ମିଳିନଥାଏ ତେବେ ମନରେ ଅସନ୍ତୋଷ ଜାତ ହୋଇଥାଏ । ଆଉ ଯାହା ପାଖରେ ସନ୍ତୋଷ ନଥାଏ । ବଡ ଦରିଦ୍ର ହୋଇଥାଏ ।

(୩) ପର ଅପବାଦ- ପର ଅପବାଦ ରେ କଦାପି ମୁଣ୍ଡ ପୁରାନ୍ତୁ ନାହିଁ । ଏଥିରେ କିଏ ଦୋଷୀ କିଏ ନିର୍ଦୋଶୀ କିଛି ଜାଣିପାରିବେ ନାହିଁ । ଯଦି ପର ଅପବାଦ ରେ ଅସ୍ତକ୍ଷେପ କରନ୍ତି ତେବେ ଆପଣ ଅସୁବିଧା ରେ ପଡିଯାନ୍ତି । ପର ନାରୀ,ପର ଧନ,ପର ଅପବାଦ ଛାଡ଼ିବ ନିଶ୍ଚୟ ଆବଶ୍ୟକ । ଗୁରୁଜନ ମାନଙ୍କୁ କେବେ ଉପହାସ କରନ୍ତୁ ନାହିଁ ନହଲେ ଦୁନିଆ ଆପଣ ଙ୍କୁ ଉପହାସ କରିବ । ତେଣୁ କେବେହେଲେ ସେମାନଙ୍କର ପରିହାସ କରିବା କଥା ନୁହେଁ । ସର୍ବଦା ଗୁରୁଜନମାନଙ୍କର ସମ୍ମାନ କରିବା ଉଚିତ ଏବଂ ତାଙ୍କ କଥା ମାନିବା ଉଚିତ ।

୪) ଆଳସ୍ୟ – ଯେଉଁ ପୁରୁଷ ଆଳସ୍ୟ କୁ ତ୍ୟାଗ କରେ ସେ ହିଁ ଧନବାନ ଏବଂ ସଫଳ ହୋଇଥାଏ । କାରଣ ସମୟ ଏଭଳି ଏକ ଜିନିଷ ଯାହା କୁ ଧନ ଦେଇ ମଧ୍ୟ କିଣା ଯାଇ ପାରିବ ନାହିଁ । ସମୟ ର ମୂଲ୍ୟ କୁ ଯିଏ ବୁଝିଛି ସେ ହିଁ ସଫଳ ବ୍ୟକ୍ତି ହୋଇପାରେ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *