Interesting gk question: କଞ୍ଚା ବେଳେ ଲତପତ,ପାଚିଲେ ଟାଣ,ଏ ଢଗଟି କହି ହିଅ ହେ ମୋର ରହିଲା ରାଣ

କୌତୁହଳ ରହସ୍ୟ ପ୍ରଶ୍ନ ସଭିଙ୍କୁ ଭଲଲାଗେ । ଏହାର ଉତ୍ତର ମଜାଦାର ହୋଇଥାଏ ସତ କିନ୍ତୁ ଉତ୍ତର ଆଦୌ ସହଜ ହୋଇନଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଢଗ ଢମାଳି ପ୍ରଶ୍ନ ଆଉ ଉତ୍ତର ।

୧-କଞ୍ଚା ହଳଦିଆ ପାଚିଲେ କଳା, କହି ନପାରିଲେ ରାଜ୍ୟରୁ ପଳା ।

ଉତ୍ତର-ଖଜୁରୀ

ସାଧାରଣତ ଖଜୁରୀ କୋଳି ଆରମ୍ଭ ସମୟରେ ତାର ରଙ୍ଗ ଦେଖିବାକୁ ହଳଦିଆ ଆଉ ମଧ୍ୟ ସବୁଜ ହୋଇଥାଏ । କିନ୍ତୁ ଏହା ପାଚିଲେ କଳା ରଙ୍ଗର ହୋଇଥାଏ । ଏହି ଖଜୁରୀ କୋଳି ଖାଇବାକୁ ବହୁତ ମିଠା ଲାଗିଥାଏ ।

୨-କଞ୍ଚା ବେଳେ ଲତପତ ,

ପାଚିଲେ ଟାଣ , ଏ ଢଗଟି କହି ହିଅ ହେ ମୋର ରହିଲା ରାଣ ।

ଉତ୍ତର-ହାଣ୍ଡି ।

କମାର ଯେତେବେଳେ ହାଣ୍ଡି ଗଢ଼ିଥାଏ,ସେ ସମୟରେ ହାଣ୍ଡି ଟା ଏତେ ପତଳା ହୋଇଥାଏ କି ଛୁଇଁବା ମାତ୍ରେ ଭାଙ୍ଗି ଯାଇଥାଏ । କିନ୍ତୁ ଏହାକୁ ନିଆଁ ରେ ପକାଇଲା ପରେ ସେ ବହୁତ ଟାଣ ହୋଇଥାଏ । କମାର ଏହି ହାଣ୍ଡିକୁ ବହୁତ ସାବଧାନ ସହକାରେ ଗଢ଼ିଥାଏ ।

୩-କଳା ଘାସ ବଣେ ଧଇଲି ଚୋର,

ନଖ ମୁଣ୍ଡିରେ ତାର ହେଲା ବିଚାର ।

ଉତ୍ତର-ଉକୁଣୀ

ଉକୁଣୀ ମାନେ ମୁଣ୍ଡରେ ରହିବାକୁ ବହୁତ ଭଲ ପାଆନ୍ତି । ସେମାନେ ଗହଳିଆ ଚୁଟି ଦେଖି ରହିଥାନ୍ତି । ଏହି ଢଗ କହିବାର ମାନେ କଳା ଘାସ ମାନେ ଚୁଟି ଆଉ ଚୋର ମାନେ ହେଉଛି ଉକୁଣୀ । ନଖ ମୁଣ୍ଡିରେ ତାର ହୋଇଲା ବିଚାର ମାନେ ଉକୁଣୀ କୁ ଧରି ନଖ ମୁନରେ ଚାପି ଦେଇଥାନ୍ତି ।

୪-କାଟିଲେ ରକତ ନାହିଁ,

କୁଟିଲେ ଅନ୍ତ ନାହିଁ,

କି ଯିବରେ ସେ କହରେ ଭାଇ ।

ଉତ୍ତର-ଚିଙ୍ଗୁଡ଼ି ।

ଏହି ଛଂଗୁଡିକୁ ଆମେ ନାକୀ ମାଛ କହିପାରିବା । ଏହାକୁ ଏକ ପୋକ ମଧ୍ୟ କୁହାଯାଏ । ଚିଙ୍ଗୁଡି କୁ ଆମେ ଯେତେବେଳେ ଆଣି କାଟିଥାଉ ସେଥିରୁ ମାଛ ଭଳି ରକ୍ତ ବାହାରି ନଥାଏ । ଏବଂ କାଟିଲେ ଅନ୍ତ ବି ବାହାରେ ନାହିଁ ।

୫-କାଠର ବାଛୁରୀ ପଥର ଗାଈ

ଯେତେ ଦୁଉଥିଲେ ପହଁଉଥାଇ ।

ଉତ୍ତର-ଚନ୍ଦନ କାଠ ଓ ପେଡି ।

କାଠର ବାଛୁରୀ ମାନେ ହେଉଛି ଚନ୍ଦନ କାଠ ଆଉ ପଥରର ଗାଈ ମାନେ ହେଉଛି ଚନ୍ଦନ ପେଡି ଅର୍ଥାତ ଚନ୍ଦନ କାଠକୁ ଯେତେ ଘଷିବା ସେତେ ଚନ୍ଦନ ବାହାରିଥାଏ ।

୬-କାଳି ଗାଈ ,ଧରି ପକାଇଲେ ଛେରି ପକାଇ ।

ଉତ୍ତର-ଚକି ବା ଘରଣା

୭-କୃପଣ ନୁହଁଇ ସଞ୍ଚାଇ ଧନ ,

ଚୋର ନୁହେଁ ହରେ ପରର ଧନ,

ସକଳ ଛେଦଇ ଅସ୍ତ୍ର ନୁହେଁ,

ମୁନି ନୁହେଁ ଗୁମ୍ଫା ଭିତରେ ଥାଇ ।

ଉତ୍ତର-ମୂଷା

୮-ଗଛ ଲଗାଇଲି ଫଳିବା ପାଇଁ ,

ଫଳିଲା ପାଚିଲା ଝଡ଼ିଲା ନାହିଁ ।

ଉତ୍ତର-ଭେଣ୍ଡି

୯-ଗରମ ପାଇଲେ ଆକାଶକୁ ଉଡେ,

ଶୀତଳ ପାଇଲେ ତଳକୁ ପଡେ ।

ଉତ୍ତର-ବାଷ୍ପ

୧୦-ଚଢେଇ ନୁହେଁ ସେ ଗଛର ଫଳ ,

ପେଟ ଭରା ଥାଏ ପାଣି ଅଥଳ ।

ଉତ୍ତର-ନଡିଆ ।

ଏଠାରେ ଚଢେଇ ମାନେ ନଡିଆକୁ କୁହାଯାଇଛି । ନଡିଆ ରେ ସବୁବେଳେ ପେଟ ଭରା ପାଣି ରହିଥାଏ । ତେଣୁ କରି ନଡ଼ିଆ ହେଉଛି ଏକ ଫଳ ଯାହାକୁ ଶ୍ରୀଫଳ ବୋଲି କୁହାଯାଇଛି । ଏଣୁ ଏହି ଢଗର ଉତ୍ତର ହେଉଛି ନଡ଼ିଆ ।

ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *