ଯେଉଁ ଘରର ମହିଳାର ପାଦ ହୋଇଥାଏ ଏମିତି ,ସେଠାରେ କେବେ ହୋଇନଥାଏ ଧନର କମି

ଯଦି ଅତୀତର ରୀତି ବିଷୟରେ କଥା ହେବା ତାହେଲେ ବ୍ୟକ୍ତିର ସ୍ଵଭାବକୁ ବୁଝିବା ଏବଂ ତାଙ୍କ ଭବିଷ୍ୟତକୁ ଠିକ କରିବାରେ ସମ୍ବନ୍ଧିତ ବହୁତ ବିଧାନ ଆମ ଭାରତୀୟ ରୀତିର ଅଂଶ ରହିଛି । ଏଥିରେ ଜନ୍ମ ସମୟ ଏବଂ ତାରିଖକୁ ଆଧାର କରି କୁଣ୍ଡଳୀ ର ଆକଳନ କରା ଯାଇଥାଏ ହସ୍ତରେଖା ଶାସ୍ତ୍ର ଦ୍ଵାରା ବ୍ୟକ୍ତିର ବର୍ତମାନକୁ ସ୍ପଷ୍ଟ କରିବା ,ଏହାସବୁ ଜ୍ୟୋତିଷ ବିଧାନ ହିନ ଭାରତର ପ୍ରାଚୀନ ରୀତି ଭିତରୁ ଗୋଟେ ।

ଏହି ପ୍ରାଚୀନ ରୀତିରେ ଏକ ସାମୁଦ୍ରିକ ଶାସ୍ତ୍ର ଅଛି । ଏହାଦ୍ବାରା ବ୍ୟକ୍ତିର ହାବଭାବ ,ଶାରୀରିକ ଗଠନ ଏବଂ ଶରୀରର ଚିହ୍ନ କୁ ଦେଖି ଏହା ଜଣା ପଡିଥାଏ କି ତାଙ୍କ ବର୍ତମାନ ଏବଂ ଭବିଷ୍ୟତ କେମିତି ହେବ ।

ଏହା ସହିତ ବ୍ୟକ୍ତିର ସ୍ଵଭାବ ଏବଂ ଚରିତ୍ର ବିଷୟରେ ବି ଜଣାପଡି ଯାଇଥାଏ । ସାମୁଦ୍ରିକ ଶାସ୍ତ୍ର ଦ୍ଵାରା ନା କେବଳ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜାଣିପଡିଥାଏ ,ବରଂ ବ୍ୟକ୍ତି ଶରୀରରେ ଉପରେ ଯେଉଁ ଚିହ୍ନ ଥାଏ ,ତାର ନିରୀକ୍ଷଣ କରି ଏବଂ ରୀତିର ସବୁ ନିୟମକୁ ପୁରା କରିବା ପରେ ଏହି କଥାବି ସଫା ହୋଇଯାଇଥାଏ କି ବ୍ୟକ୍ତିର ଭାଗ୍ୟରେ କେଉଁ ପ୍ରକାର ରାଜଭୋଗ ହୋଇପାରେ । ସେହି ଜାତକ ଭରଣ ଗ୍ରନ୍ଥର ରଚନାକାର ଆଚାର୍ଯ୍ୟ ଧୂଣ୍ଡିରାଜଙ୍କର କହିବାର କଥା କି ଯେଉଁ ବ୍ୟକ୍ତିର ଜନ୍ମ ସମୟରେ ହିଁ ତାଙ୍କ କୁଣ୍ଡଳୀରେ ରାଜଭୋଗର ପରିସ୍ଥିତି ତିଆରି ହୋଇଥାଏ ,ତାଙ୍କର ହା ଏବଂ ପାଦର ରେଖାଗୁଡ଼ିକ ଏକଦମ ସଫା ହୋଇଥାଏ ।

ପୁରୁଷଙ୍କର ଡାହାଣ ହାତ ବା ଗୋଡ ଏବଂ ମହିଳାମାନଙ୍କର ବାମ ହାତ ବା ଗୋଡ ରେ ଯଦି କୌଣସି ପ୍ରକାରର ରାଜଚିହ୍ନ ଦେଖାଯାଇଥାଏ ,ତାହେଲେ ତାଙ୍କ ଜୀବନ ଖୁସି ଏବଂ ସମ୍ପତିରେ ଭରପୁର ହୋଇଥାଏ । ଏହାଛଡା ସାମୁଦ୍ରିକ ଗ୍ରନ୍ଥକୁ ରଚନା କାଲା ବାଲା ମହର୍ଷି ସମୁଦ୍ରର କଥନ ଅନୁସାରେ ଯେଉଁ ବ୍ୟକ୍ତିର ଗୋଡର ତଳେ ଅଙ୍କୁଶ ,କୁଣ୍ଡଳ ବା ଚକ୍ର ର ଚିହ୍ନ ଦେଖାଯାଇଥାଏ ,ସେହି ବ୍ୟକ୍ତି ଜଣେ ଭଲ ଶାସକ ହୋଇ ରାଷ୍ଟ୍ରର ପ୍ରତିନିଧିତ୍ଵ କରିଥାଏ ।

ଜାତକ ଭରଣ ଗ୍ରନ୍ଥ ଅନୁସାରେ କୌଣସି ଏମିତି ବ୍ୟକ୍ତି ଯାହାର ହାତ ବା ଗୋଡରେ ହାତୀ ,ମାଛ ,ତାଲା ,ଅଙ୍କୁଶ ବା ବୀଣା ଆଦି ଭଳି ଦେଖାଯାଉଥିବା ଚିହ୍ନ ଥାଏ ,ସେ ଜଣେ ଉତମ ବ୍ୟକ୍ତି ଏବଂ ସବୁ ମଣିଷମାନଙ୍କ ଠାରୁ ଅଧିକ ସର୍ବଶ୍ରେଷ୍ଟ ହୋଇଥାଏ । ଯଦି ଆପଣଙ୍କର ହାତ ବା ଗୋଡରେ ଏମିତି ଚିହ୍ନ ଥାଏ ତାହେଲେ ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ଵଳ ହେବାକୁ କେହି ରୋକୀ ପାରିବେ ନାହିଁ ଏବଂ ଏହାଦ୍ବାରା ଏହା ବି ପ୍ରମାଣିତ ହୋଇଥାଏ କି ଆପଣଙ୍କ ଭାଗ୍ୟରେ ବାସ୍ତବରେ ରାଜଭୋଗ ଅଛି ।

Leave a Reply

Your email address will not be published. Required fields are marked *