ଯେଉଁ ସ୍ତ୍ରୀ ପାଖରେ ଥାଏ ଏହି 5ଟି ଲକ୍ଷଣ ସେ ହୋଇଥାଏ ସବୁଠୁ ଅଧିକ ଭାଗ୍ୟଶାଳୀ- Garuda Purana

ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଝିଅ ଜନ୍ମ ହେଲେ ଲୋକ କୁହନ୍ତି ମାତା ଲକ୍ଷ୍ମୀ ଘରକୁ ଆସିଛନ୍ତି ତେବେ ଏହାର ଅର୍ଥ ଝିଅ ବା ସ୍ତ୍ରୀ ଘରକୁ ସମ୍ଭାଳି ଥାନ୍ତି ଆଉ ତାଙ୍କ କର୍ମ ଦ୍ଵାରା ମାତା ଲକ୍ଷ୍ମୀ ତାଙ୍କ ଘରେ ବାସ କରିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ସ୍ତ୍ରୀ ମାନଙ୍କ କିଛି ଜଣା ବା ଅଜଣା ଭୁଲ ପାଇଁ ତାଙ୍କ ଘର ପରିବାର ଉପରେ ଅସୁବିଧା ଆସିଥାଏ ତେବେ ଆସନ୍ତୁ ଜାଣିବା କେଉଁ ସ୍ତ୍ରୀ ମାନଙ୍କ ପାଦ ଘରେ ପଡିଲେ ଆପଣଙ୍କ ଜୀବନ ସବୁଦିନ ପାଇଁ ବଦଳି ଯାଇଥାଏ ।

୧. ଶାସ୍ତ୍ର ଅନୁଯାଇ ଅ-ମୃ-ତ ବେଳାରେ ଉଠିବା ସ୍ତ୍ରୀ ଘରକୁ ସୁଖ ଶାନ୍ତି ଆଣିଥାନ୍ତି, ତେବେ ଯେଉଁ ସ୍ତ୍ରୀ ସୂର୍ଯ୍ୟ ଉଦୟ ପରେ ବି ସୋଇଥାନ୍ତି ତାଙ୍କ ଘରେ ଦୁଃଖ ଦରିଦ୍ର ମାଡି ଆସିଥାଏ ଆଉ ତାଙ୍କ ସହ ପୁରା ପରିବାର ମଧ୍ୟ ଅସୁବିଧାରେ ପଡିଥାନ୍ତି ।

୨. ଶାସ୍ତ୍ରରେ କୁହା ଯାଇଛି ଯେ ଯେଉଁ ସ୍ତ୍ରୀ ସକାଳେ ଉଠି ସ୍ନାନ କରି ପୂଜା ପାଠ ଇତ୍ୟାଦିରେ ମନ ଦେଇଥାନ୍ତି ଆଉ ସବୁବେଳେ ସଫା କପଡା ପିନ୍ଧିଥାନ୍ତି ସେ ନିଜ ଜୀବନରେ କିଛି ବହୁତ ବଡ ସଫଳତା ପାଇଥାନ୍ତି । କିନ୍ତୁ ଯେଉଁ ମହିଳା ଭଗବାନଙ୍କ ପୂଜା କରନ୍ତି ନାହିଁ ଆଉ କପଡା ସଫା ରଖନ୍ତି ନାହିଁ ତାଙ୍କୁ ବହୁତ ଖରାପ ପରିସ୍ଥିତି ଦେଖିବାକୁ ପଡିଥାଏ ।

୩. ଯେଉଁ ଘରେ ଅସନା ସବୁ ଜାଗାରେ ପଡି ରହିଥାଏ ଆଉ ସେହି ଘର ମହିଳା କେବଳ ଆରାମ କରିବାରେ ଲାଗି ରୁହନ୍ତି ସେହି ଘର ଧନ କୁଆଡେ ଉଭେଇ ଯାଇଥାଏ ଆଉ ସେହି ଘର ଲୋକ ଦରିଦ୍ର ହୋଇଥାନ୍ତି ତେବେ ଯେଉଁ ମହିଳା ଅଧିକ କାମ କରନ୍ତି ତାଙ୍କୁ ଘରକୁ ଆଣିବା ଉଚିତ ହୋଇଥାଏ ।

୪. ଶାସ୍ତ୍ର ଅନୁଯାଇ ଯେଉଁ ମହିଳା ସକାଳେ ତୁଲସୀ ପୂଜା କରୁ ନଥାନ୍ତି ତାଙ୍କ ଭାଗ୍ୟ ଖରାପ ହୋଇଥାଏ । ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେ ଯେଉଁ ସ୍ତ୍ରୀ ନିତ୍ୟ ନିଜ ସ୍ଵାମୀ ଚରଣ ଛୁଇଁ ଆଶୀର୍ବାଦ ନେଇଥାନ୍ତି ସେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ।

୫. ଶାସ୍ତ୍ର ଅନୁଯାଇ ଯେଉଁ ସ୍ତ୍ରୀ ସବୁବେଳେ ମିଠା କଥା କୁହନ୍ତି ଆଉ କେବେ ବି କାହା ପାଇଁ ମନରେ ଖରାପ ଜିନିଷ ରଖନ୍ତି ନାହିଁ ସମସ୍ତଙ୍କୁ ଭଲ ପାଇଥାନ୍ତି ସେହି ଭଳି ସ୍ତ୍ରୀ ମାତା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାନ୍ତି, ଏହି ଭଳି ମହିଳା ଉପରେ ମାତା ଲକ୍ଷ୍ମୀ ତାଙ୍କ କୃପା ଦ୍ରୁଷ୍ଟି ରଖିଥାନ୍ତି ।

Leave a Reply

Your email address will not be published. Required fields are marked *