ଝରକା ପାଖରେ ଖଟ ରଖିଲେ ହୋଇଥାଏ ବହୁତ କ୍ଷତି, ଜାଣନ୍ତୁ ଏହାର ଉପାୟ ଏବଂ ବେଡରୁମ୍ ର ଅନ୍ୟ ବାସ୍ତୁ

ଯଦି ଆପଣ ନିଜ ଘରେ ଝରକା ପାଖରେ ଖଟ ରଖିଛନ୍ତି ତାହେଲେ ତାକୁ ଆଜି ହିଁ ସେଠାରୁ ଉଠାଇ ଦିଅନ୍ତୁ । ଝରକା ପାଖରେ ରହିଥିବା ଖଟ ବହୁତ କ୍ଷତିର କାରଣ ହୋଇଥାଏ । ଝରକା ପାଖରେ ଖଟ ରହିବା ଫଳରେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ତିକ୍ତତା ଆସିଥାଏ । ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଭାଙ୍ଗିଯିବାର ବହୁତ ସମ୍ଭାବନା ଥାଏ । ଝରକାରେ ଖଟକୁ ଲଗାଇ ରଖିଲେ ଧନ ହାନି ହୋଇଥାଏ ଏବଂ ବ୍ୟବସାୟରେ ବହୁତ କ୍ଷତି ହୋଇଥାଏ ।

ଯଦି କୌଣସି କାରଣରୁ ଝରକା ପାଖରେ ଖଟ ରଖିବା ଜରୁରୀ ହୋଇଥାଏ ତାହେଲେ ଏହି ଝରକା ଏବଂ ଖଟ ମଝିରେ ଗୋଟେ ପରଦା ନିହାତି ଲଗାନ୍ତୁ ।

ଆପଣ ଖଟ ଉପରେ ଭୁଲରେ ବି ଫଟା ଚାଦର ପକାନ୍ତୁ ନାହିଁ । ଫଟା ଚାଦର ବିଛାଇଲେ ଘରକୁ ଦରିଦ୍ରତା ଆସିଥାଏ । ଏହା ସହିତ ବହୁତ ପୁରୁଣା କିମ୍ବା ମଇଳା ଚାଦର ଏବଂ ତକିଆ ଖୋଳ ବି ଖଟ ଉପରେ ରଖ ନାହିଁ । ଏହା ଛଡା ଆପଣ ଚାହିଁଲ ଆପଣଙ୍କ ଖଟକୁ କିଛି ଏମିତି ରଖିବେ ଯେମିତି ଖଟର ପଛ ଭାଗ ବହୁତ ଉଚା ହେବ । ଏହିପରି ଝରକା ଏବଂ ଖଟ ମଝିରେ ଏକ କାଠର କାନ୍ଥ ହେଇଯିବ ।

ଖଟ ତଳ ସମ୍ପୂର୍ଣ ଖାଲି ରହିବା ଦରକାର । ସବୁବେଳେ ଲୋକ ଖଟ ତଳେ ଜିନିଷ ରଖି ଦିଅନ୍ତି । ଏମିତି କଲେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥାଏ । ଖଟ ତଳେ ଜୋତା, ଚପଲ ରଖିବା ବି ଅଶୁଭ ହୋଇଥାଏ । ଖଟ ତଳ ଖାଲି ରଖିଲେ ଘର ଏବଂ ବେଡରୁମରେ ସକାରାତ୍ମକ ଶକ୍ତି ରହିଥାଏ । ବେଡରୁମ ଭିତରେ ଟିଭି କମ୍ପିଉଟର କୁ ବେସୀ ସମୟ ପର୍ଯ୍ୟନ୍ତ ଚଲାଇବା ଉଚିତ ନୁହେଁ । ଏଥିରୁ ବାହାରୁଥିବା ଶବ୍ଦ ଘରେ ନକରାତ୍ମକ ଶକ୍ତି ସଂଚାର ହୋଇଥାଏ ।

ତେବେ ବେଡରୂମରେ ଯଦି ଏହି ସବୁ ଭୁଲ କରୁଛନ୍ତି ତେବେ ସତର୍କ ରୁହନ୍ତୁ ନଚେତ ଭୋଗିବାକୁ ପଡିପାରେ ଅସୁବିଧା । ଏହି ସବୁ ଭୁଲକୁ ସୁଧାରି ନିଅନ୍ତୁ ଓ କୁହାଯାଇଥିବା ଉପାୟ ଗୁଡିକ ପାଳନ କରନ୍ତୁ ଦେଖିବେ ଘରେ ସୁଖ ଶାନ୍ତି ବିରାଜ ମାନ କରିବ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *