ଝିଅ ମାନଙ୍କର ପୈତୃକ ସମ୍ପତି ଉପରେ ଅଧିକାର ମାମଲାରେ ସୁପ୍ରିମ କୋର୍ଟର ଗୁରୁତ୍ଵପୂର୍ଣ ନିଷ୍ପତ୍ତି

ସୁପ୍ରିମ କୋର୍ଟରେ ଗୋଟେ ବଡ ଫଇସଲା କରି କହିଛନ୍ତିକି ଝିଅମାନଙ୍କର ପୈତୃକ ସମ୍ପତି ଉପରେ ଅଧିକାର ହେବ, ହିନ୍ଦୁ ଉତ୍ତରାଧିକାରୀ ସଂଶୋଧନ ଆଇନ, 2005 କାର୍ଯ୍ୟକାରୀ ହେବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ । ହିନ୍ଦୁ ପରିବାରର ସମ୍ପତି ଉପରେ ଝିଅମାନଙ୍କର ଅଧିକାର ଉପରେ ଝିଅ ମାନଙ୍କ ପକ୍ଷରେ ଫଇସଲା ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି, ଗୋଟେ ଝିଅ ସବୁବେଳେ ଝିଅ ହୋଇ ରହିଥାଏ ପୁଅ ସେତେବେଳେ ଜାଏ ପୁଅ ହୋଇ ରହିଥାଏ ଯେ ପର୍ଯ୍ୟନ୍ତ ବିବାହ କରି ନଥାଏ । ସେ କହିଛନ୍ତିକି ଝିଅକୁ ମଧ୍ୟ ପୁଅ ଭଳି ବରାବର ଭାଗ ମିଳିବା ଆବଶ୍ୟକ ।

ସୁପ୍ରିମ କୋର୍ଟ କହିଛନ୍ତିକି ୯ ସେପ୍ଟେମ୍ବର ୨୦୦୫ ସଂଶୋଧନ ପରେ ଝିଅର ବି ସମ୍ପତିର ଭାଗ ରହିବ । ପିତା ଜୀବିତ ଥାନ୍ତୁ କି ନହିଁ । ଜସ୍ଟିସ ମିଶ୍ର ନିୟମ ତିଆରି କରି କହିଛନ୍ତି କି , ” ଗୋଟେ ଝିଅ ଜୀବନ ସାରା ପାଇଁ ରହିଥାଏ, ସବୁବେଳେ ଝିଅ ହୋଇ ରହିଥାଏ ।

ହିନ୍ଦୁ ଉତରାଧିକାରୀ ଅଧିନିୟମ ୨୦୦୫, ଯେଉଁଥିରେ ପୈତୃକ ସମ୍ପତିରେ ଝିଅମାନଙ୍କୁ ସମାନ ଅଧିକାର ଦିଆଯିବ । ଏହା ଉପରେ କୋର୍ଟ ଫଇସଲା ଶୁଣାଇଥିଲା । ଜସ୍ଟିସ ଅରୁଣ ମିଶ୍ର ଅଧକ୍ଷତା କରିଥିବା ସୁପ୍ରିମ କୋର୍ଟ ୩ ଯଜଙ୍କ ଭିତରେ ଏହି ନିୟମ ଲାଗୁ କରିଥିଲେ ।

ଦିଲ୍ଲୀ ହାଇ କୋର୍ଟ ହିନ୍ଦୁ ଉତରାଧିକାରୀ ଅଧିନିୟମ, ୧୯୫୬ ଧାରାରେ ୬ ବ୍ୟାଖ୍ୟାର ସମ୍ବଧରେ ବିଚାର ବିମର୍ଶ କରଯାଇଥିଲା ଓ ୨୦୦୫ ରେ ହିନ୍ଦୁ ଉତରାଧିକାରୀ ଅଧିନିୟମ ଆଉଥରେ ସଂଶୋଧନ ମାମଲାରେ ସୁପ୍ରିମ କୋର୍ଟ ଦୁଇଟି ବିପରୀତ କଥା ଉପରେ ଫଇସଲା ନେଇଥିଲେ । ଏହାପରେ ଏହି ମାମଲାକୁ ସୁପ୍ରିମ କୋର୍ଟର ତିନୋଟି ଯଜଙ୍କ ପାଖକୁ ପଠା ଯାଇଥିଲା । ତେବେ ଏହି ନିୟମକୁ ନେଇ ଆପଣଙ୍କର କଣ ମତ ନିଶ୍ଚୟ କମେଣ୍ଟ କରି ଜଣାଇବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *