ପୁଅଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ କରୁଛି ବ୍ଲାକମେଲିଂ, ଏମିତି ଝିଅକୁ ସାବଧାନ! ଦେଖନ୍ତୁ Video କଣ କହୁଛନ୍ତି ଏହି ଯୁବକ

ଆପଣମାନେ ପ୍ରାୟତଃ ଶୁଣିଥିବେ କି ପୁଅମାନେ ବିଭିନ୍ନ ଉପାୟରେ ଝିଅମାନଙ୍କୁ ନିଜ ଜାଲରେ ଫସାଇ ତାଙ୍କୁ ବ୍ଲାକମେଲିଂ କରିଥାନ୍ତି ଓ ତାଙ୍କ ଠାରୁ ଟଙ୍କା ଆଦାୟ କରିଥାନ୍ତି । କିନ୍ତୁ ଆଜିକାଲି ଯୁଗରେ ପୁଅମାନଙ୍କ ଅପେକ୍ଷା ଝିଅମାନେ ଓଲଟା ବ୍ଲାକମେଲିଂ ଆରମ୍ଭ କରି ଦେଇଛନ୍ତି ।

ଏହିଭଳି ଏକ ଘଟଣା କଟକ ଜିଲ୍ଲାରୁ ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟିଏ ଝିଅ କଟକର ପୁଅକୁ ବ୍ଲାକମେଲିଂ କରି ତାକୁ ଟଙ୍କା ଦେବା ପାଇଁ ଧମକ ଦେଉଛି । ଶେଷରେ ଯୁବକ ଜଣକ ପୋଲିସର ଦ୍ଵାରସ୍ଥ ହୋଇଛି । କହିବାକୁ ଗଲେ ଘଟଣାଟି କିଛି ଏହିଭଳି ଥିଲା । ଯୁବକ ଜଣକ କହିଲେ କି ଗତକାଲି ରାତିରେ ତାଙ୍କୁ ଫେସବୁକରେ ଗୋଟିଏ ଝିଅର ଫ୍ରେନ୍ଡ ରିକୁଏଷ୍ଟ ଆସିଲା । ଯାହାକୁ ସେ ଏକ୍ସେପ୍ଟ କରିଲେ ।

ଝିଅଟି ପ୍ରଥମମେ ତାଙ୍କ ସହିତ ଭଲ ଭାବରେ କଥା ହେଲା ଓ ଫେସବୁକରୁ ତାଙ୍କର ସବୁ ଡାଟା ବି ନେଇଗଲା । ଏହା ପରେ ଫେସବୁକରେ ଥିବା ନମ୍ବର ମାଧ୍ୟମରେ ତାଙ୍କୁ ୱାଟସଏପରେ ଭିଡିଓ କଲ କରିଲେ । ଭିଡିଓ କଲ ଆରମ୍ଭ ହେଉ ହେଉ ଝିଅଟି ଆରମ୍ଭରୁ ହିଁ ନେକେଡ଼ ହେଇଗଲା । କିଛି ସମୟ ସେହିଭଳି ଭିଡିଓ କଲରେ କଥାବାର୍ତ୍ତା ହେବା ପରେ ମୋତେ ବି ସେହି ଭିଡିଓ କଲରେ କ୍ୟାପଚର କରି ନେଲା । ଭିଡିଓ କଲ କିଛି ସମୟ ଚାଲିବା ପରେ ସେହି ଝିଅଟି ମୋତେ ସେହି ୱାଟସଏପ ମାଧ୍ୟମରେ ହିଁ ବ୍ଲାକମେଲିଂ କରିବା ଆରମ୍ଭ କରିଲା ।

ଯେଉଁଥିରେ ସେ କହିଲେ କି ଯଦି ତୁମେ ୩୦,୦୦୦ ଟଙ୍କା ନ ଦେଇଛ ତେବେ ଏହି ଭିଡିଓକୁ ଭାଇରାଲ କରିଦେବି । ମୋ ପରିବାର ସଦସ୍ୟଙ୍କୁ ବି ସେ ଏହି ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଲେ । ଏତିକି ନୁହେଁ ସେମାନେ ମୋତେ ରାତି ୧.୩୦ରେ ଫୋନ କରିଲେ ଓ ଭାଷାରେ ଗାଳି ଦେବା ଆରମ୍ଭ କରି ଦେଲେ । କହିଲେ କି ଯଦି ସଙ୍ଗେ ସଙ୍ଗେ ଟଙ୍କା ନ ପଠାଇବେ ତେବେ ସେ ଏହି ଭିଡିଓକୁ ଭାଇରାଲ କରି ଦେବେ । ଏମିତିରେ ରାତି ସାରା ମୁଁ ବହୁତ ଡରି ଡରି ରହିଲି । ଶେଷରେ ମୁଁ ଥାନାକୁ ଗଲି ।

ସେହି ସମୟରେ ଥାନାରେ କେହି ନ ଥିଲେ ଓ ସେ ମୋତେ ସକାଳେ ଆସିବାକୁ କହିଲେ । ଏହା ମଧ୍ୟରେ ସେ ମୋତେ ମ୍ୟାସେଜ ଉପରେ ମ୍ୟାସେଜ ଓ କଲ ଉପରେ କଲ କରି ଚାଲିଥିଲା । ଏତିକି ନୁହେଁ ସେ ମୋର ଜଣେ ସାନ ଭାଇକୁ ଏହି ଭିଡିଓ ପଠାଇ ଦେଇଥିଲା ଓ ତାଙ୍କ ସହ ମଧ୍ୟ କଥା ହେଇଥିଲା ।

ମୁଁ ସାଇବର ସେଲରେ ଏହି ସମସ୍ତ ଘଟଣା ବିଷୟରେ ସୂଚିତ କରି ସାରିଛି ଓ ସେମାନେ ବି ମୋ ଠାରୁ ଏହି ଘଟଣା ସମ୍ବନ୍ଧ ସମସ୍ତ ସୂଚନା ରଖିଛନ୍ତି ଓ ସେମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି କି ଏହି ଝିଅ ଜଣକ କେଉଁଠିକାର ।

ଏମିତିରେ ଆଗକୁ କଣ ପଦକ୍ଷେପ ନିଆଯିବ ଏହା ନେଇ କୌଣସି ବି ସୂଚନା ସେମାନେ ଦେଇ ନାହାନ୍ତି । କହିଦେଉଛୁ କି ଫେସବୁକ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ଏପରେ କୌଣସି ଅଜଣା ବ୍ୟକ୍ତିର ଫ୍ରେଣ୍ଡ ରେକୁଏଷ୍ଟକୁ ନା ହିଁ ଏକ୍ସେପ୍ଟ କରନ୍ତୁ ଓ ନାହିଁ ତାଙ୍କ ସହ କଥାବାର୍ତ୍ତା ହୁଅନ୍ତୁ । ଚିହ୍ନା ବ୍ୟକ୍ତିଙ୍କ ସହ ହିଁ କଥାବାର୍ତ୍ତା କରନ୍ତୁ ଓ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *