ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କେବଳ ଗୋଟିଏ ଚର୍ଚ୍ଚା ଅଭିନେତା ଅଶ୍ଵିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କ ବାହାଘରକୁ ନେଇ । ଯେଉଁଠି ଦେଖିବ ଖାଲି ଏହି ଦୁଇ ଯୋଡି ଙ୍କ ଚର୍ଚ୍ଚା ଜୋର ଧରିଛି । ତେବେ ଅଶ୍ଵିନୀ ଓ ପ୍ରେରଣା ଙ୍କ ବିବାହ ପୁରା ରୀତିନୀତି ଅନୁଯାୟୀ ଖୁବ ଧୂମ ଧାମ ରେ ସମ୍ପନ୍ନ ହୋଇଛି । ଯାହାର ଅନେକ ସାରା ଭିଡିଓ ସୋସିଆଲ ମିଡିଆରେ ପ୍ରତି ଦିନ ଭାଇରାଲ ହେବାରେ ଲାଗିଛି ।
ତେବେ ନିଜର ଓ ଅଶ୍ଵିନୀ ଙ୍କ ସମ୍ପର୍କ କୁ ନେଇ ପ୍ରେରଣା ଗଣ ମାଧ୍ୟମ ରେ ନିଜର ବଡ ବୟାନ ଦେଇଛନ୍ତି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।ଅଭିନେତ୍ରୀ ପ୍ରେରଣା କହିଛନ୍ତି ଯେ “ଯେବେ ଆମର ବନ୍ଧୁତା ହୋଇଥିଲା ଶୁଟିଙ୍ଗ ସେଟ କୁ ସେ ମୋ ପାଇଁ ଚକଲେଟ ନେଇକି ଆସନ୍ତି । ସେ ଜାଣିଛନ୍ତି ଚକଲେଟ ମୁଁ ଖାଏନି ତଥାପି ନେଇକି ଆସନ୍ତି । ମୋ ପାଇଁ କିଟକାଟ ଚକଲେଟ ନେଇକି ଆସନ୍ତି । ଭଗବାନଙ୍କ ହାତ ଯେଉଁଠି ଥାଏ ସେଠାରେ ଯୋଡି ବନିଜାଏ ।
ଅଶ୍ଵିନୀଙ୍କ ପାଖରେ ବହୁତ ଭଲ ଗୁଣ ଆସି ସେଥିପାଇଁ ମୁଁ କଣ ସବୁ ଝିଅ ତାଙ୍କୁ ପସନ୍ଦ କରିବ । ଆଉ ସବୁ ଝିଅମାନେ ମନର ମଣିଷଟିଏ ଖୋଜନ୍ତି ଅଶ୍ଵିନୀଙ୍କ ପାଖରେ ସେମିତି ବହୁତ ଗୁଡାଏ ଗୁଣ ଅଛି । ଆମେ ଯେବେ ଏକାଠି ହୋଇ ପ୍ରୋଗ୍ରାମ କରୁଥିଲୁ ବହୁତ ଗୁଡାଏ ଇଭେଣ୍ଟ ଆସେ । ମୁଁ ଦେଖିଛି ତାଙ୍କର ଝିଅ ଫ୍ୟାନ୍ସ ମାନେ ବହୁତ ଅଧିକା ରହିଛି । ଯେତେବେଳେ ସେ ଲାଇଭ ସୋ ଗୁଡାକ କରନ୍ତି ଟେଲିଭିଜନରେ ଓ ଲଭ ଗୁରୁ କରୁଥିଲେ ଝିଅ ମାନେ ପୁରା ପାଗଳ ତାଙ୍କ ପାଇଁ ।
ମୋର ଏବେ ବି ମନେ ଅଛି ଆମେ ଯେବେ ବାଲେଶ୍ଵର ଯାଇଥିଲୁ ଗୋଟେ କଲେଜ ପ୍ରୋଗ୍ରାମ ଥିଲା । ଆଗ ସେ ଏଣ୍ଟ୍ରି କରିଲେ ତା ପରେ ମୁଁ । ଯେତେବେଳେ ଅଶ୍ଵିନୀ ସ୍ଟେଜ ଉପରକୁ ଛାଡିଲେ ମୁଁ ଦେଖିଲେ ତାଙ୍କ ଦେହରେ ଆଉ ସାର୍ଟ ନାହି । ଚିରି ଦେଇଛନ୍ତି ଝିଅମାନେ ବଟମ ବି ନାହି । ମୁଁ ଦେଖିଲି ଗାଡିରୁ ଓଲହାଇଲା ବେଳକୁ ଅଶ୍ଵିନୀ ସାର୍ଟ ପିନ୍ଧିଥିଲେ ତା ପରେ ତାଙ୍କ ସାର୍ଟ ଚିରି ଯାଇଛି ।
କେଉଁଠି ନା କେଉଁଠି ଝିଅ ମାନଙ୍କ ଭିତରେ ତାଙ୍କୁ ନେଇ କ୍ରେଜ ରହିଥିଲା ଆଜି ବି ତାହା ରହିଛି । ଆମେ ବହୁତ ଭଲ ସାଙ୍ଗ ସେଥିପାଇଁ ଆମେ ପରସ୍ପର ସହ ଅନେକ କଥା ସେୟାର କରିଥାଉ । ପ୍ରୋଫେସନ କୁ ନେଇ ଆମ ଭିତରେ କେବେ ଈର୍ଷା କରି ନାହୁଁ । କାମ ଭିତରେ କ୍ଵାଲିଟି କୁ ନେଇ କମ୍ପ୍ରମାଇଜ ଆସେ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ପ୍ରେରଣା ଦେଇଥିବା ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।