ସ୍ତ୍ରୀ ଉପରେ ରାଗି 42ବର୍ଷ ହେଲା ଭାତ ଛାଡ଼ି ଦେଇଛନ୍ତି ବୁଢା ମଉସା, ଶୁଖିଲା ମୁଢି ଖାଇ ବିତୁଛି ଜୀବନ… ସମ୍ପୂର୍ଣ୍ଣ କାହାଣୀ ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିହାତି ଅବାକ ହୋଇଯିବେ ଆଉ କହିବେ ଏ ବୟସରେ କିଏ କେମିତି ଭାତ ନ ଖାଇ ରହିପାରୁଛି । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଶୁଖିଲା ମୁଢି ଖାଉଥିବା ଏହି ବୃଦ୍ଧଙ୍କୁ ଭଲ ଭାବରେ ଦେଖନ୍ତୁ । ହେଲେ ତାଙ୍କର ଏହି ମୁଢି ଖାଇବା ପଛର କାହାଣୀ ଜାଣିଲେ ଆପଣ ଅବାକ ରହିଯିବେ ।

ପତ୍ନୀଙ୍କ ଉପରେ ତାଙ୍କର ଏତେ ଅଭିମାନ ଯେ, ସେ ଦୀର୍ଘ ୪୨ ବର୍ଷ ହେଲା ସେ ଛାଡି ଦେଇଛନ୍ତି ଭାତ ଖାଇବା । କେବଳ ଖାଉଛନ୍ତି ସେ ଶୁଖିଲା ମୁଢି, ଚୂଡା ନ ହେଲେ ଜଳଖିଆ । ରସୁଲପୁର ବ୍ଲକ ଲକ୍ଷ୍ମୀ ନଗର ପଞ୍ଚାୟତ ଭିକିପୁର ଗାଁରେ ଏକ ଛୋଟ ଘରେ ରହୁଛନ୍ତି ବୃଦ୍ଧ ଯାହାଙ୍କ ନାମ ହେଉଛି ରାମଚନ୍ଦ୍ର ମାଝୀ ଯିଏ ୪୨ ବର୍ଷ ହେବ ଭାତ ଖାଇ ନାହାନ୍ତି ।ରାମଚନ୍ଦ୍ର ଜଣେ ଦିନ ମଜୁରିଆ ତାଙ୍କ ପାଖରେ ଜମି ବାଡି କିଛି ନାହିଁ । ସେ ଅତି ଗରିବ ଶ୍ରେଣୀର ଲୋକ ପର ଘରେ ମୂଲ ଲାଗିଲେ ପରିବାରରେ ଚୁଲି ଜଳେ ।

ଦିନେ ଉପବାସ ରହିଲେ ଆର ଦିନ ଯାହା ଗଣ୍ଡେ ଖାଇ ପେଟ ପୁରେଇ ଦିଅନ୍ତୁ ପୁରା ପରିବାର । ଆଉ ତାଙ୍କ ପରିବାର କହିଲେ ପାଞ୍ଚ ଝିଅ ଦୁଇ ପୁଅ ଆଉ ତାଙ୍କ ସ୍ତ୍ରୀ । ସମସ୍ତଙ୍କ ପେଟକୁ ଦାନା ଦେବା ସମ୍ଭବ ହୁଏନି ତଥାପି ଯାହା ଯେମିତି ସଂସାର ଚାଲି ଥିଲା ।ଦିନେ ରାମଚନ୍ଦ୍ର ଚାଉଳ, ସଉଦା ଓ ପରିବାପତ୍ର ନେଇ ଘରକୁ ଆସିଲେ । ଏହା ପରେ ସେ ପତ୍ନୀଙ୍କୁ କହିଲେ ଆଜି ଭାତ ଗଣ୍ଡେ ଭଲରେ ରାନ୍ଧିବୁ ମୁଁ ଆଜି ମନ ଭରି ଖାଇବି । ତା ପରେ କାମକୁ ବାହାରି ଯାଇଥିଲେ ରାମଚନ୍ଦ୍ର ।

ସ୍ତ୍ରୀ ସୀତା ପାଞ୍ଚଟି ପିଲାଙ୍କ କାମ ସାରିଲା ବେଳକୁ ସମୟ ଯାଉଥିଲା । ତେଣୁ ମୁଣ୍ଡରେ ଶୁଖୁଆ ବୋଝ ଲଦି ସେ ବି ବାହାରି ଗଲେ ଗାଁ ଗାଁ ବୁଲି ଶୁଖୁଆ ବିକିବାକୁ । ସେଦିନ ସୀତା ଶୁଖୁଆ ବିକ୍ରି କରି ଘରକୁ ଫେରିଲା ବେଳକୁ ଦିନ ଗଡି ଯାଇଥିଲା । ମୁଣ୍ଡରୁ ଶୁଖୁଆ ବୋଝ ଓଲହାଇ ଚୁଲି ଲଗାଇଲେ । ଏତିକି ବେଳେ କାମ ସାରି ଘରେ ପହଞ୍ଚି ଯାଇଥିଲେ ରାମଚନ୍ଦ୍ର । ରୋଷେଇ ନ ହୋଇଥିବାର ଦେଖି ରାଗ ଗର ଗର ହୋଇ ଆରମ୍ଭ କରିଦେଲେ ଝଗଡା ।

ସେତେବେଳେ ବୋକ ବି ହେଉଥିଲା ଆଉ ଆଶା କରିଥିଲେ ପହଞ୍ଚିଲା ମାତ୍ରେ ସ୍ତ୍ରୀ ବଢି ଦେବ ଆଉ ସେ ଖାଇ ବସିବେ । ଏହା ପରେ ରାମଚନ୍ଦ୍ର ରାଗିକି ଭାତ ଆଉ ଖାଇବି ନାହି କହି ଘରୁ ବାହାରିଗଲେ । ଏହା ପରେ ସେଦିନ ଠାରୁ ସେ ଭାତ ଖାଉ ନାହାନ୍ତି । ପୁଅ-ବୋହୂ, ଝିଅ-ଜ୍ଵାଇଁ ଯେତେ ବୁଝାଇଲେ ବି ସେ ଆଉ ଭାତ ଖାଉ ନାହାନ୍ତି ଖାଲି ମୁଢି ଖାଇ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *