ଜୀବନରେ ସଫଳା ପାଇବା ପାଇଁ ମୋର ଏହି ଗୋଟିଏ କଥା ସର୍ବଦା ମନେ ରଖିବ- Chanakya Niti

ପ୍ରତେକ ବ୍ୟକ୍ତି ଜୀବନରେ ସଫଳ ହେବାକୁ ଇଚ୍ଛା ରଖିଥାଏ । ମହାନ ବିଚାରକ ଆଚାର୍ଜ୍ୟ ଚାଣକ୍ୟ ନିଜର ନୀତି ଓଅ ଆଦର୍ଶ ବଳରେ ଅନେକ ନିୟମମାନ ଉଲେଖ କରିଛନ୍ତି ଯାହା ମନ ସମାଜ ପାଇଁ ହିତକାରକ ଅଟେ । ଚାଣକ୍ୟଙ୍କ ବିଚାର ଧାରା ମଣିଷକୁ ସଫଳତା ଆଡକୁ ନେଇଥାଏ । ସେ କହିଛନ୍ତି ଯେ ଯଦି ମଣିଷକୁ ଭୋକ ଲାଗୁନାହି ତେବେ ସେ ରୋଗୀ ହୋଇ ସାରିଛି ।

ଅନ୍ୟ ଆଗରେ ମୁଣ୍ଡ ନୂଆଇଁବା ନମ୍ରତା ଅଟେ କିନ୍ତୁ ନିଜର ଆତ୍ମସମ୍ମାନକୁ ତଳେ ପକାଇ ଅନ୍ୟ ଆଗରେ ନତ ମସ୍ତକ ହେବ ଭୁଲ ବୋଲି ଚାଣକ୍ୟ କହିଛନ୍ତି । ସତ କଥା ସେହି ବ୍ୟକ୍ତି କହିଥାନ୍ତି ଯେଉଁ ମାନେ ନିଜ ଜୀବନରେ କମ ବୟସରେ ଥୋକର ଖାଇଛନ୍ତି ବା ଅଧିକ ବୟସ ଥିବା ବ୍ୟକ୍ତି ମାନେ ।

ଶିକ୍ଷା ପୂର୍ବରୁ ସଂସ୍କାର, ବେପାର ପୂର୍ବରୁ ବ୍ୟବହାର ଓ ଭଗବାନଙ୍କ ପୂର୍ବରୁ ମାତା ପିତାଙ୍କୁ ଚିହ୍ନିବା ଜୀବନର ଅନେକ କଷ୍ଟକର ରାସ୍ତାକୁ ସହଜ କରି ଦେଇଥାଏ । କେହି ବ୍ୟକ୍ତି ପଣିରେ ବୁଡିଗଲେ ତାର ମୃ-ତ୍ୟୁ ହୁଏ ନାହି ବରଂ ବୁଡି ଯାଇଥିବା ବ୍ୟକ୍ତି ପହଁରିବା ନ ଜାଣିଥିଲେ ସେ ମୃ-ତ୍ୟୁକୁ ଆମନ୍ତ୍ରିତ କରିଥାଏ ।

ପରିସ୍ଥିତି ଯୋଗୁ ସମସ୍ଯା ହୁଏ ନାହି ବରଂ ପରିସ୍ଥିତିକୁ ସାମନା ନ କରି ପାରିବେ ତାହା ସମସ୍ଯା ହୋଇଥାଏ । ଯଦି ବ୍ୟକ୍ତି ଜୀବନରେ କିଛି ଶିଖିବା ପାଇଁ ଚେଷ୍ଟା କରୁଥାଏ ତେବେ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ଶିଖିବା ଦରକାର ବୋଲି ଚାଣକ୍ୟ କହିଛନ୍ତି ।

ବ୍ୟକ୍ତି କ୍ରୋଧ ସମୟରେ ଯାହା କରିଥାଏ ତାହା ଜୀବନ ସାରା ମାନେ ରହିବା ସହ ବ୍ୟକ୍ତିକୁ ଅନୁତାପ କରିବାକୁ ପଡିଥାଏ । ବ୍ୟକ୍ତି ଜୀବନରେ ସଫଳତା ଅବସ୍ଥା ଦେଖିକି ଆସେ ନାହି ବରଂ ବ୍ଯକ୍ତିର ପରିଶ୍ରମ ଦ୍ଵାରା ସଫଳତା ମିଳିଥାଏ । ବ୍ୟକ୍ତି ଅନ୍ୟକୁ ଭଲ ଭାବିବା ସବୁ ସମୟରେ ଠିକ ନୁହେଁ । ମଣିଷ ନିଜର ରାଗ ସେତେବେବେଳେ ଦେଖାଇଥାଏ ଯେତେବେଳେ ତାର ସ୍ଥିତି ଭଲ ଥାଏ ।

କିନ୍ତୁ ତାର ଫଳ ତାକୁ ଖରାପ ସମୟରେ ମିଳିଥାଏ । ଯେଉଁ ବ୍ୟକ୍ତି ଆପଣଙ୍କ ଖରାପ ସମୟରେ ଆପଣଙ୍କର ଗୁଣର ଅଭାବ ରହିଛି କହିଥାଏ ତା ତହରୁ ଖରାପ ବ୍ୟକ୍ତି ଦୁନିଆରେ ମିଳିବେ ନାହି । ନିଜକୁ ମୂର୍ଖ ନ ଭାବି ଠିକ ସମୟର ଅପେକ୍ଷା କରନ୍ତୁ । ଠିକ ସମୟ ସେତେବେଳେ ଆସିଥାଏ ଯେବେ ବ୍ୟକ୍ତି ଏହାକୁ ଆଣିବାକୁ ଉଦ୍ୟମ କରିଥାଏ ।

ଜୀବନରେ ପରିସ୍ଥିତିକୁ ସାମନା କରିଲେ ସବୁ ସମସ୍ୟାର ସମାଧାନ ହୋଇଥାଏ । ସବୁ ସମୟରେ ଅନ୍ୟ ଆଗରେ ସତ କହିବାକୁ ଡରିବା ଅନୁଚିତ । ନିଜର ଆତ୍ମବିଶ୍ଵାସ ଉପରେ ଭରସା ରଖିବା ଉଚିତ ନଚେତ ଜୀବନ ସାରା ଅନୁ ଉପରେ ନିର୍ଭର କରିବାକୁ ପଡିବ ।

ପ୍ରତେକ ବ୍ୟକ୍ତିକୁ ଶସ୍ତ୍ର ଓ ଶାସ୍ତ୍ରର ଶିକ୍ଷା କରିବା ଉଚିତ କାରଣ ଏହା ଦ୍ଵାରା ବ୍ଯକ୍ତିର ଜୀବନରେ ସଫଳତା ଆସିଥାଏ । ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହା ଯାଇଥିବା କିଛି କଥା ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ସଫଳତା ପାଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *