ଜିଦ୍ଦି ପିଲାଙ୍କୁ ସୁଧାରିବାର ସଠିକ ତରିକା- Parenting Tips

ପିଲା ମାନଙ୍କୁ ଯେତେ କୋମଳ ଓ ସହଜ କଥା କହି ବୁଝାଇବା ଉଚିତ । କାରଣ ପିଲା ମାନଙ୍କର ହୃଦୟ ବହୁତ ନରମ ହୋଇଥାଏ । ଯଦି ଆପଣ ପିଲା ମାନଙ୍କ ଉପରେ ରାଗିବେ ବା ତାଙ୍କୁ କୌଣସି କଥା ବାରମ୍ବାର କରିବା ପାଇଁ ବାଧ୍ୟ କରିବେ ତେବେ ପିଲା ମାନେ ବିଗିଡି ଯାଇଥାନ୍ତି । ପିଲା ମାନଙ୍କ ଆଗରେ କେବେ ବି ଖରାପ କଥା ବା ଖରାପ କାମ କରିବା ଉଚିତ ନୁହେଁ । ସର୍ବଦା ପିଲା ମାନଙ୍କୁ ଭଲ କାମ କରିବା ପାଇଁ ଶିକ୍ଷା ଦେବା ଉଚିତ ।

ଯାହା ଦ୍ଵାରା ସେମାନେ ଭବିଷ୍ୟତରେ ଭଲ ମଣିଷ ହୋଇ ପାରିବେ । ପିଲା ମାନଙ୍କ ଉପରେ କେବେ ବି ରାଗିବେ ନାହି । ଏହା ଦ୍ଵାରା ପିଲା ମାନେ ବହୁତ ଜିଦିଆ ହୋଇଥାନ୍ତି । ପିଲା ମାନଙ୍କ ଆଗରେ ନେଗେଟିଭ କଥା କହିବା ଉଚିତ ନୁହେଁ । ଏହା ଦ୍ଵାରା ସେମାନଙ୍କ ମାନସିକ ସ୍ତର ରେ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ସେମାନେ ଖରାପ କାମ କରିବା ସହ ଖରାପ କଥା ଶିଖିଥାନ୍ତି । ଯେତେ ସମ୍ଭବ ପିଲା ମାନଙ୍କ ଆଗରେ ପଜେଟିଭ କଥା କହିବା ଉଚିତ ।

ଯାହା ଦ୍ଵାରା ସେମାନଙ୍କ ମାନସିକ ସ୍ତର ରେ ଏହାର ଭଲ ପ୍ରଭାବ ପଡିବ । ଉଦାହରଣ ଯଦି ପିଲା ସ୍କୁଲରୁ ଫେରୁଛି ତେବେ ତାର ନୀତି ଦିନିଆ ଜୀବନର ସବୁ କଥା ପଜେଟିଭ ଭାବେ ପଚାରିବା ଉଚିତ । ପିଲା ସ୍କୁଲରେ କେଉଁ କାମକୁ ନେଇ ଉପୋଭୋଗ କରିଲେ ବା ବନ୍ଧୁ ମାନଙ୍କ ସହ ସମୟ କିପରି କଟିଲା ଏପରି ପ୍ରଶ୍ନ ପଚାରିଲେ ପିଲା ମାନଙ୍କର ମାନସିକ ସ୍ତର ଉପରେ ଭଲ ପ୍ରଭାବ ପଡିବ ।

ଏହା ସହ ସ୍କୁଲରେ ଶିକ୍ଷକ କଣ ଭଲ କଥା ଶିଖାଇଲେ ବା କେଉଁ ପାଠ ବହୁତ ଭଲ ଲାଗିଲା ଭଳି ପ୍ରଶ୍ନ ପିଲାଙ୍କୁ ପଚାରିଲେ ତାଙ୍କ ଉପରେ ଭଲ ପ୍ରଭାବ ପଡିବ । ଯେଉଁ ପିଲା ଶିକ୍ଷା କ୍ଷେତ୍ରରେ ପଛରେ ରହିଥିବ ଏଭଳି ପ୍ରଶ୍ନ ତାଙ୍କୁ ପଚାରିଲେ ସେମାନେ ଶିକ୍ଷା ପ୍ରତି ଅଧିକ ଆଗ୍ରହ ହେବେ । ପିଲା ମାନେ ଯେପରି ଖେଳ ଆରମ୍ଭ କରନ୍ତି ବା କୌଣସି ଆକ୍ଟିଭ କାମ କରିବାକୁ ଚିନ୍ତା କରିଛନ୍ତି ସେହି କ୍ଷେତ୍ରରେ କିଛି ମାତା ପିତା ଏହାକୁ ବିରୋଧ କରିଥାନ୍ତି ।

କିନ୍ତୁ ଏହା ସଂପୂର୍ଣ୍ଣ ଭଲ ଅଟେ । ତେଣୁ ପିଲା ଯେଉଁ କ୍ଷେତ୍ରରେ ଖେଳିବାକୁ ଯାଉଛି ବା କିଛି ନୂଆ କରିବା ପାଇଁ ପ୍ଳାନ କରୁଛି ତେବେ ତାଙ୍କର ସମର୍ଥନ କରିବା ଉଚିତ । କେବେ ବି ପିଲାଙ୍କୁ କାହା ସହ ଝଗଡା କରିବା ଶିଖାଇବା ଉଚିତ ନୁହେଁ । ପିଲା ମାନେ ଯେଉଁ ଖେଳ ପ୍ରତି ଆଗ୍ରହ ଥିବ ତା ବିଷୟରେ ଆପଣଙ୍କୁ ଭଲ ଉପଦେଶ ଦେବା ଉଚିତ ।

କେବେ ବି ପିଲାଙ୍କୁ ନେଗେଟିଭି ବିଷୟରେ କହିବା ଉଚିତ ନୁହେଁ । ଯେବେ ପିଲା ପଜେଟିଭ କଥା ଚିନ୍ତା କରିବ ତେବେ ସେ ଭଲ କାମ କରିବ । ପିଲା ମାନଙ୍କୁ ନିଜର ନିସ୍ପତି କେବେ ବି ଲଦି ଦେବା ଅନୁଚିତ । ଏହିପରି ଭାବେ ପିଲାଙ୍କୁ ସୁଧରା ଯାଇ ପାରିବ ।

ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *