ଯିଏ ମାଡ଼ ମାରୁଥିଲା ସେ ସ୍ନେହ କରିବ, ଯିଏ ଯନ୍ତ୍ରଣା ଦେଉଥିଲା ସେ ବିଶ୍ୱାସ କରିବ ପୁଣି ଭଲପାଇବ… ତେବେ ସଂପର୍କର ହେବ ମିଳନ, ଦେଖନ୍ତୁ କଣ କହୁଛନ୍ତି Shreya

ଯଦି ମୋ ସ୍ଵାମୀ ମୋତେ ସ୍ତ୍ରୀ ର ମାନ୍ୟତା ଦିଅନ୍ତି ଯେଉଁ ହାତ ଧରି ମୋର ମାଡ ମାରୁଥିଲେ ସେହି ହାତ ଯଦି ମୋତେ ସ୍ନେହ କରିବ, ଯିଏ ମୋତେ ଯନ୍ତ୍ରଣା ଦେଉଥିଲା ସେ ଯଦି ମୋତେ ବିଶ୍ଵାସ କରିବ, ଯିଏ ମୋତେ କଷ୍ଟ ଦେଉଥିଲା ସେ ମୋତେ ଭଲ ପାଇବ ତେବେ ପୁଣି ଥରେ ସମ୍ପର୍କର ମିଳନ ହେବ । ହଁ ଦର୍ଶକ ବନ୍ଧୁ ଆଜି ରାତି ପାହିବ କାଲି ସକାଳ ଆଉ ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ପୁଣି ମିସିବେ ।

ଏମିତି କିଛି ଚର୍ଚ୍ଚା ଏଥିପାଇଁ ହେଉଛି ପୁରୀର ପ୍ରେସମିଟ ରେ ଶ୍ରୀୟା କହୁଛନ୍ତି “ଆମେ  ବି କମ୍ପ୍ରମାଇଜ କରିବା ପାଇଁ ରାଜି । କାରଣ ଗୋଟେ ଘର କେବେ ଭାଙ୍ଗିବାକୁ ନ ଦିଆଯାଉ । ଯଦି ହ୍ୟୁମାନ ମୋତେ ଭଲ ପାଇବେ, ସ୍ନେହ କରିବେ, ପୂର୍ବ ଭଳି ମନ ଦେବେ ଏବେ ପୁଣି ଥରେ ସମ୍ପର୍କର ହେବ ପୁନଃ ମିଳନ । ଆଉ ଏକଥା ବି କହୁଛି ମୁଁ ତାଙ୍କର କେବେ ଖରାପ ଚାହିନି ଆଉ ମୋ ଶାଶୁ ମୋତେ କେବେ ନିର୍ଯ୍ୟାତନା ଦେଇ ନାହାନ୍ତି ।

ଆଉ ଯେବେ ସେ ଅଧିକ ମଦ ପିଇଲେ ଆଉ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଆନିକରକ ସେତେବେଳେ ମୁଁ ବାରଣ କରିଲି । ସେ ଆଲକୋହଲ ରଖୁଥିବା ଜାଗାରେ ମୁଁ ତାଲା ପକାଇଦେଲି ସେଠାରୁ ମୋତେ ମାଡ ମାରିଲି ଆଉ ମୋତେ ଅସହ୍ୟ ଯନ୍ତ୍ରଣା ହେଲା । ମୁଁ ମୋ ମନକୁ ବୁଝାଇବାକୁ ଯେତେ ଚେଷ୍ଟା କରିଲି ଆଉ ବୁଝାଇପାରିଲି ନାହି ଆଉ ଶରୀରର ସହ୍ୟ ଯନ୍ତ୍ରଣା ସହିପାରିଲି ନାହି ସେତେବେଳେ ଥାନାକୁ ଆସିଲି ।

ଆଉ ଏହା ପୂର୍ବରୁ ମୋ ଆତ୍ମା କାନ୍ଦିଛି । ଏହା ପରେ ବି ମୁଁ ମୋ ସ୍ବାମୀଙ୍କ ପାଖରେ ରହିବାକୁ ଚାହୁଁଛି । ହଁ ଦର୍ଶକ ବନ୍ଧୁ ସେଥିପାଇଁ ମୋ ସ୍ଵାମୀ ମୋତେ ସ୍ତ୍ରୀର ମାନ୍ୟତା ଦେବେ, ଝିଅର ଦାୟିତ୍ଵ ନେବେ, ଯେଉଁ ସ୍ଵାମୀ ମୋତେ ମାଡ ମାରୁଥିଲେ ସେ ଯଦି ସ୍ନେହ କରିବେ, ଯନ୍ତ୍ରଣା ଦେଉଥିବା ମଣିଷ ବିଶ୍ଵାସ କରିବେ ତେବେ ପୁଣି ସମ୍ପର୍କର ମିଳନ ହେବ” । ପୁରୀର ପ୍ରେସମୀଟ ରେ କିଛି ଏମିତି କହିଛନ୍ତି ଶ୍ରୀୟା ମିଶ୍ର ।

ଏଠାରେ କହି ରଖିବାକୁ ଚାହିଁବୁ କଟକର ଗଳି କନ୍ଦିରୁ ଯେବେ ଖବର ବାହାରି ଓଡିଶାର କୋଣ ଅନୁକୋଣରୁ ପହଞ୍ଚିଛି ସେତେବେଳେ ଉଭୟ ଦମ୍ପତି ଏହି ଘଟଣାର ସମାଧାନ କରିବାକୁ ଚାହୁଁଛନ୍ତି । ଖାଲି ସ୍ଵାମୀ-ସ୍ତ୍ରୀ ନୁହେ ସାରା ଓଡିଶାବାସୀ ବି ଚାହୁଁଛନ୍ତି ଦୁହେଁ ମିଶି ଯାଆନ୍ତୁ ଆଉ ସୁଖରେ ସଂସାର କରନ୍ତୁ । ଯେମିତି ବାବୁସାନ-ତୃପ୍ତି ମିଶିଲେ ଆଉ ସୁଖରେ ସଂସାର କରିଲେ । ସଫଳତା ବି ବାବୁସାନ ପାଇଲେ ।

ଠିକ ସେହିପରି ହ୍ୟୁମାନ ବି ସଫଳତା ପାଇବେ । ସ୍ବାମୀଙ୍କ ଠାରୁ ସୁରକ୍ଷା ପାଇବାକୁ ଥାନାର ଦ୍ଵାରସ୍ଥ ହୋଇଥିବା ଶ୍ରୀୟା ସେ ଅଧିକାର ପାଇବେ । ସେହି ଅଭିଯୋଗ ଓ ନିର୍ଯାତନା ସେତେବେଳେ ମିଛ ହେବ ଯେତେବେଳେ ସ୍ଵାମୀ ଠାରୁ ସେ ସାହାରା ପାଇବେ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *