Humaneଙ୍କୁ ତାଙ୍କ ଫ୍ୟାମିଲି ବିଷୟରେ ପଚାରିବାରୁ କହିଲେ, “ଆଇ ଲଭ ଦେମ୍”…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ଓଲିଉଡ କଳାକାର ମାନଙ୍କୁ ନେଇ ବିବାଦ ହେବା କିଛି ନୂଆ କଥା ନୁହେଁ । ଜଣଙ୍କ ପରେ ଜଣେ ସୋସିଆଲ ମିଡିଆରେ ଟ୍ରୋ-ଲ ହେବାରେ ଲାଗିଛନ୍ତି ଆଉ ବିବାଦ ମଧ୍ୟ ଦେଖା ଯାଉଛି ଓଲିଉଡ କଳାକାର ଙ୍କ ପାରିବାରିକ ଜୀବନ କୁ ନେଇ । ଏଇ ଏବେ ଏବେ ଅନୁଭବ-ବର୍ଷା, ବାବୁସାନ-ତୃପ୍ତି ଙ୍କ ପାରିବାରିକ ବିବାଦ ଦେଖା ଯାଇଥିଲା ।

ଆଉ ଏବେ ପୁଣି ଥରେ ଆଉ ଜଣେ ଓଲିଉଡ ଷ୍ଟାର ଙ୍କର ପାରିବାରିକ ବିବାଦ ସାମ୍ନା କୁ ଆସିଛି । ତେବେ ଆପଣ ମାନେ ଜାଣିଥିବେ ଗତ ଦୁଇ ଦିନ ହେବ ଓଲିଉଡ ଟପ ଶିଂଗାର ହ୍ୟୁମାନ ସାଗର ଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି । ଏହାର କାରଣ ହେଉଛି ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ତାଙ୍କ ବିରୁଦ୍ଧରେ ଧର୍ମ ପରିବର୍ତ୍ତନ ଠାରୁ ଆରମ୍ଭ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାର ଅଭିଯୋଗ ଆଣିଛନ୍ତି ।

ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ହ୍ୟୁମାନ ଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ବିବାଦ । ଏବେ ସାରା ଓଡିଶାରେ ହୁମାନ ଙ୍କ ପାରିବାରିକ ମାମଲା କୁ ନେଇ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ କିଛି ସମୟ ହେବ ହ୍ୟୁମାନ ଙ୍କୁ ଆସିଛି ଆଉ ଏକ ବଡ ଖବର ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ ହ୍ୟୁମାନ ସାଗର ଦେବଗଡ ଜିଲ୍ଲା ମହୋଶ୍ଚବ ପ୍ରଧାନ ଘାଟ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଯୋଗ ଦେବାକୁ ଯାଇଛନ୍ତି । ଆଉ ସେଠାରେ ମିଡିଆ ଭାଇ ମାନେ ହ୍ୟୁମାନ ଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚାରିଛନ୍ତି ତାଙ୍କ ପାରିବାରିକ ମାମଲା କୁ ନେଇ । ଏହାର ଉତ୍ତର ଦେବାକୁ ଯାଇ ହ୍ୟୁମାନ ସାଗର କହିଛନ୍ତି “ଆଜ୍ଞା ଏଟା ମୋର ବ୍ୟକ୍ତିଗତ କଥା । ତା ଛଡା ଏଠାରେ ମୁଁ ସୋ କରିବାକୁ ଆସିଛି” ।

ତା ପରେ ମିଡିଆ ଭାଇ ମାନେ ତାଙ୍କୁ ତାଙ୍କ ଝିଅ ଓ ସ୍ତ୍ରୀ ବିଷୟରେ କିଛି କହିବାକୁ କହୁଛନ୍ତି । ଯାହାର ଉତ୍ତର ରେ ହ୍ୟୁମାନ ସାଗର କିଛି ଏମିତି କହିଛନ୍ତି ଯେ “ମୁଁ ଏ ଯାଏଁ ବିବାଦରେ ଅଛି । ଆପଣଙ୍କ ହ୍ୟୁମାନ ସାଗର ଏ ଯାଏଁ ବିବାଦରେ ଅଛି । କିନ୍ତୁ ଯେତେ ବିବାଦ ଆସୁ, ଯେତେ କଷ୍ଟ ଆସୁ ଆପଣ ମାନଙ୍କ ପାଇଁ ନିଶ୍ୱାସ ଚାଲୁଥିବା ଯାଏଁ ଗୀତ ଗାଉଥିବି” ।

ଦେବଗଡ ଜିଲ୍ଲା ମହୋତ୍ସବ ଉତ୍ସବ ପ୍ରଧାନପାଟ ସାଂସ୍କୃତିକ ମଞ୍ଚରେ ଯୋଗ ଦେଇ ମଞ୍ଚ ଉପରେ ଏଭଳି କହିଥିଲେ ବିବାଦିୟ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ଅନ୍ୟପଟେ ନିଜ ଝିଅ ଏବଂ ସ୍ତ୍ରୀଙ୍କୁ ଭଲ ପାଏ “ଆଇ ଲଭ ଦେମ୍” କହିଥିଲେ ହ୍ୟୁମାନ ।

ସତରେ ହ୍ୟୁମାନ ଙ୍କ କଥା ରୁ ସ୍ପଷ୍ଟ ଜଣା ପଡୁଛି ସେ ଶ୍ରୀୟା ଓ ତାଙ୍କ ଝିଅ ଙ୍କୁ କେତେ ଭଲ ପାଉଛନ୍ତି ଆଉ କେତେ ମିସ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *