ଜିଲ୍ଲାପାଳ ହେବତ ଏମିତି – ଅଚାନକ ଗାଁ କୁ ଯାଇ ଲୋକଙ୍କ ଦୁଃଖ ଶୁଣିଲେ ଓ ତାର ପ୍ରତିକାର କଲେ

ଜିଲ୍ଲାପାଳ ହେଉଛନ୍ତି ଗୋଟେ ଜିଲ୍ଲାର ସର୍ବଚୋ ଶାସନ ମୁଖ୍ୟ, ତାଙ୍କ ଉପରେ ସବୁ ଶାସନ ଭାର ନ୍ୟାସ୍ତ । ଆଜ୍ଞା ହଁ ଆପଣ ମାନେ ତ ଜାଣିଥିବେ ବର୍ତମାନ ସରକାରୀ ବାବୁ ମନକୁ କେତେ ମାତ୍ର ରେ ହଇରାଣ କରୁଛନ୍ତି । ଗୋଟିଏ କାମ ପାଇଁ ବହୁତ ଥର ଯିବାକୁ ପଡୁଛି ମାତ୍ର ତ ପରେ ମଧ୍ୟ କାମ ହେଇ ପାରୁ ନାହିଁ । ମାତ୍ର ବର୍ତମାନ ଆମେ ଜଣେ ଜିଲ୍ଲାପାଳ ଙ୍କ କଥା କହିବୁ ଯାହା ଜାଣିଲେ ଆପଣ ମଧ୍ୟ ତାଙ୍କ ପାଇଁ ଗର୍ବ କରିବେ । ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର (ଆଏସ) ଗତକାଲି ମୁନିଗୁଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ରଘୁବାରି ଏବଂ ଡିମ୍ବିରିଗୁଡା ପଞ୍ଚାୟତ ପରିଦର୍ଶନ କରି ଲୋକନା ଦୁଃଖ ନିଜେ ଶୁଣିଛନ୍ତି

ଅଧିକାଂଶ ଜନସାଧାରଣଙ୍କ ରଘୁବାରୀ ଘାଟି କାମ ନେଇ ଦାବିକୁ ଗୁରୁତ୍ବ ଦେଇ ଜିଲ୍ଲାପାଳ ଗ୍ରାମ୍ୟ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟ ତ୍ବରାନ୍ବିତ କାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ସେ ଅଞ୍ଚଳରେ ବହୁ ସମସ୍ୟା ବିଶେଷ କରି ଦୁଇ ଗ୍ରାମ ପଞ୍ଚାୟତର ଓ ମଙ୍ଗଳ ବିଭାଗର ଛାତ୍ରାବାସରେ ପିଇବା ପାଣି ଯୋଗାଇବା ଦେବା ନିମନ୍ତେ ସହାୟକ ହେବ।

ଏହା ବ୍ୟତୀତ ସେ ସେ ଅଂଚଳର ରାସ୍ତା ଘଟ ବିଷୟରେ ମଧ୍ୟ ବୁଝିଥିଲେ । ଏହା ବ୍ୟତୀତ ଲିଆଗୁଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରା ଉପସ୍ଥାନ ଓ ବିଦ୍ୟାଳୟ ପରିଚାଳନା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।ସେ ପ୍ରାୟ ସକାଳ ୧୦ରୁ ରାତି ୮ ଯାଏ ଘର ଘର ବୁଲି ଲୋକଙ୍କ ଦୁଃଖ ବୁଝିଥିଲେ ଓ ଏହାର ନିରାକରଣ ପାଇଁ ମଧ୍ୟ କଥା ଦେଇଥିଲେ । ଜିଲାପାଳଙ୍କ ଏଭଳି ଘର ଘର ବୁଲି ଲୋକଙ୍କ ଦୁଃଖ ବୁଝିବାକୁ ସବୁମହଲରେ ଅତ୍ୟନ୍ତ ସ୍ୱାଗତ କର ଯାଇଛି

Leave a Reply

Your email address will not be published. Required fields are marked *