Breaking news ! ଜୁନ୍ 1 ରୁ ଖୋଲିବ ବିଶ୍ଵ ବିଦ୍ୟାଳୟ ଓ କଲେଜ, ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

ମହାମାରୀ ଯୋଗୁଁ ପ୍ରାୟ ସ୍କୁଲ ଏବଂ କଲେଜ ବନ୍ଦ ରହୁଛି । ମହାମାରୀ ସାରା ବିଶ୍ୱରେ ବଢ଼ି ଚାଲିଛି । ଏହି ରୋଗର ଶିକାର ହୋଇ ଭାରତ ରେ ଅନେକ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ତେବେ ଏହି ସବୁକୁ ଆଖି ଆଗରେ ରଖି ସ୍କୁଲ ଏବଂ କଲେଜ ସବୁ ବନ୍ଦ ରଖା ଯାଉଛି ।

ପରୀକ୍ଷା ମଧ୍ୟ ବାତିଲ ହେଉଛି । ଏଣୁ ବିଶ୍ୱବିଦ୍ୟାଳୟ ଓ କଲେଜ ଜୁନ ପହିଲା ରୁ ଖୋଲିବା ପାଇଁ ସମସ୍ତଙ୍କୁ କୁହା ଯାଇଛି, ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ନିର୍ଣ୍ଣୟ ନିଆ ଯାଇଛି ।ବର୍ତ୍ତମାନ ସୂଚନା ଅନୁସାରେ ଏହା ଶୁଣିବାକୁ ମିଳୁଛି ଯେ ଜୁନ ମାସ ୧ ତାରିଖ ରୁ ସମସ୍ତ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ଯାଉଛି । ତେବେ ଏହି ସମ୍ବନ୍ଧରେ ଉଚ୍ଚ ଶିକ୍ଷା ବିଭାଗ ଅଧିକାରୀ ଏହା ଘୋଷଣା କରିଛନ୍ତି ଯେ ମେ ମାସ ୪ ତାରିଖ ରୁ ଗ୍ରୀଷ୍ମ ଛୁଟି ର ନୋଟିସ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଇଥିଲା ।

ତେଣୁ ଜୁନ ୧ ରୁ କଲେଜ ଖୋଲିବା ପରେ ସ୍କୁଲ ଓ କଲେଜ ର ସମସ୍ତ ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କ ଅନଲାଇନ କ୍ଳାସ ଆରମ୍ଭ କରିବେ । ତେବେ ମହାମାରୀର ପ୍ରଥମ ଲହରୀ ରେ ସ୍କୁଲ ଏବଂ କଲେଜ ପ୍ରାୟ 9 କି 10 ମାସ ବନ୍ଦ ରହି ଥିଲା । ପୁଣି ଜାନୁଆରୀ ମାସ ରୁ 3 ମାସ ପାଇଁ ସ୍କୁଲ ଓ କଲେଜ ଖୋଲା ମଧ୍ୟ କରା ଯାଇଥିଲା । କିନ୍ତୁ ଏବେ କରୋନା ର ଦ୍ୱିତୀୟ ଲହର ଆସିବା ପରେ ଭାରତ ରେ ଆତଙ୍କ ସୃଷ୍ଟି କରି ଏହା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏଣୁ ଏଥି ପାଇଁ ପୁଣି ଥରେ ସ୍କୁଲ ଏବଂ କଲେଜ ଆଦି ସବୁ ବନ୍ଦ ରଖା ଗଲା ।

ତେବେ ଅନଲାଇନ କ୍ଳାସ କରିବାର କାରଣ ହେଲା ବର୍ତ୍ତମାନ ଯେଉଁ ପରିସ୍ଥିତି ରହିଛି ସେଭଳି ପରିସ୍ଥିତି ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅଫଲାଇନ କ୍ଳାସ କରିବା ସମ୍ଭବ ନୁହେଁ । ଗ୍ରୀଷ୍ମ ଛୁଟି ର ଅବଧି ସରିବା ପରେ ଜୁନ ମାସ ୧ ତାରିଖ ରୁ ଅନଲାଇନ କ୍ଳାସର ଆରମ୍ଭ ହେବ ବୋଲି ସମସ୍ତ କୁଳପତି ଓ ଅଧ୍ୟକ୍ଷ ଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ଅଧିକାରୀ । ମହାମାରୀ ର ଏହି ବିକଟ ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଅନଲାଇନ କ୍ଳାସ ହେବ ଏବଂ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରାଯିବ ।

ଯେହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଗାଇଡ଼ ଲାଇନ ମିଳି ନାହିଁ ତେଣୁ ପୂର୍ବ ରୁ ଯେଉଁଭଳି ଭାବରେ ଶିକ୍ଷକ ମାନେ ସ୍କୁଲ ଓ କଲେଜ ରେ ରହି ଅନଲାଇନ ଷ୍ଟଡି ଆପ୍ ରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଉଥିଲେ ସେହିଭଳି ପାଠ୍ୟକ୍ରମ ଜାରି ରହିବ । ଅଧ୍ୟାପକ ମାନେ କୋଭିଡ଼ ର ସମସ୍ତ ଗାଇଡ଼ ଲାଇନ କୁ ମଧ୍ୟ ପାଳନ କରିବେ । ସମସ୍ତ କଲେଜ ଓ ସ୍କୁଲ ଓ ହଷ୍ଟେଲ ମଧ୍ୟ ସେ ପର୍ଯ୍ୟନ୍ତ ବନ୍ଦ ରହିବ ଯେ ପର୍ଯ୍ୟନ୍ତ କୌଣସି ନୂତନ ଗାଇଡ଼ ଲାଇନ ସାମ୍ନା କୁ ଆସି ନାହିଁ ।

ପରେ ଯେଉଁ ପରୀକ୍ଷା ଗୁଡ଼ିକ ବନ୍ଦ ହୋଇଥିଲା ତାହା କେବେ ହେବ ଅଥବା ହେବ ନାହିଁ ଏହି ସମ୍ବନ୍ଧରେ ମଧ୍ୟ ବିସ୍ତୃତ ରୂପରେ ଆଲୋଚନା କରାଯିବ । କିନ୍ତୁ ବର୍ତ୍ତମାନ ସୂଚନା ଅନୁସାରେ ମେ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ରହିବ ଏବଂ ଜୁନ ମାସ ୧ ତାରିଖ ରୁ ଅନଲାଇନ ପାଠ୍ୟକ୍ରମ ଚାଲୁ ରହିବ । ମହାମାରୀ ପରିସ୍ଥିତି ସୁଧୁରିବା ପରେ ହିଁ ଏହା ନିର୍ଣ୍ଣୟ କରାଯିବ ଯେ ଛାତ୍ରଛାତ୍ରୀ ମାନେ କେବେ ସ୍କୁଲ ଓ କଲେଜ ଯାଇ ପାରିବେ ଏବଂ କେବେ ହଷ୍ଟେଲ ଖୋଲିବ । ଏଥିପାଇଁ ଆଗାମୀ ଗାଇଡ଼ ଲାଇନ ର ଅପେକ୍ଷା ରେ ରହିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *