ଏହି ଗାଁରେ ସଞ୍ଜ ନଇଁଲେ ବାହାରୁଛନ୍ତି ଭୂତ- ଭିଡିଓ ହେଉଛି ଭାଇରାଲ

ଆପଣ କେବେ ନା କେବେ ଭୂତଙ୍କ କାହାଣୀ ନିଶ୍ଚିତ ଶୁଣିଥିବେ । ତେବେ ଭୁତ କଣ ସତରେ ଅଛନ୍ତି? ଏହା ଏକ କାଳ୍ପନିକ କି? ସେ ଯାହା ହେଉନା କାହଣିକି ଭୁତ ନା ଶୁଣିଲେ ମନରେ ଭୟର ଏକ ଆଶଙ୍କା ଖେଳି ଯାଇଥାଏ ।

ସେ ଛୋଟ ପିଲା ହେଉ ବା ବୃଦ୍ଧ ସମସ୍ତଙ୍କ ମନରେ ଭୁତ ପ୍ରତି ଭୟ ରହିଥାଏ । କିଛି ଲୋକ ଭୁତ ଦେଖିଥିବାର ବିଶ୍ଵାସ କରୁଥିବା ବେଳେ କିଛି ଲୋକ ଏହାକୁ ମନଗଢା କାହାଣୀ ବୋଲି କହିଥାନ୍ତି । ନିକଟରେ ଏମିତି ଏକ ଘଟନା ଘଟିଛି ରାମ୍ବୁ ଗ୍ରାମରେ । ଏହା ଏକ କାଳ୍ପନିକ ଘଟନା ନା ଏଥିରେ କିଛି ସତ୍ୟତା ଥିବାର ଜଣା ପଡିଥିଲେ ମଧ୍ୟ ଏବେ ଏହା ସାମାଜିକ ଗଣମାଧ୍ୟମରେ ଏକ ଚର୍ଚାର ବିଷୟ ।


ଏହି ଘଟଣାଟି ଘଟି ଯାଇଛି ରାୟଗଡା ଜିଲ୍ଲାର ବିଶାକାପାଟନା ଥାନା ଅନ୍ତର୍ଗତ ରାମ୍ବୁ ଗ୍ରାମରେ । ସେହି ଗ୍ରାମର ଦୁଇଜଣ ଯୁବକ ଅନାଦି ରାଲିକା ଓ ଚୀନା ରାଲିକା ଗତ ୨୪ ତାରିଖ ସନ୍ଧ୍ୟା ସମୟରେ ନିଜର ବାଇକ ସାଜୟରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଏକ ଅଜବ ଧରଣର ଛାୟା ମୂର୍ତି ଚାଲୁଥିବାର ଦେଖି ନିଜ ମୋବାଇଲରେ ଫୋଟୋ ଉଠାଇଥିବାର ଦାବି କରିଛନ୍ତି ।


ସେଦିନ ଅନାଦି ଓ ଚୀନା ରାତି ପ୍ରାୟ ୯ଟା ସମୟରେ ବାଇକରେ ଯାଉଥିବା ସମୟରେ ଆମ୍ବୁଲା ପଦା ଛକ ନିକଟରେ ଏକ ଅଦ୍ଭୁତ ଛାୟା ରାସ୍ତାରେ ଯାଉଥିବାର ଦେଖିଥିଲେ । କୌତୁହଳ ଭାବେ ଏହା ଏକ ଝିଅ ଯାଉଥିବାର ଭାବି ସେମାନେ ବାଇକ ରାଖୀ ତାର ଫୋଟୋ ନେଇଥିଲେ । କିନ୍ତୁ ହଠାତ ସେହି ଛାୟାଟି ନିକଟସ୍ଥ ଏକ ଗଛ

ଆଢୁଆଳ ନିକଟକୁ ଯାଇ ଅଦୃଶ୍ୟ ହୋଇ ଯାଇଥିଲା । ତାପରେ ସେମାନେ ଭୟବିତ ହୋଇ ଗ୍ରାମକୁ ଗଲେ ଏବଂ ସମସ୍ତଙ୍କୁ ଏହି ଘଟଣା ବିଷୟରେ ବର୍ଣନା କରିଥିଲେ ଓ ମୋବାଇଲରେ ଉଠାଇଥିବା ଫୋଟୋ ଟିକୁ ସମସ୍ତଙ୍କୁ ଦେଖାଇଥିଲେ ।


ଏହା ଏକ ଅଦୃଶ୍ୟ ଛାୟା ବୋଲି ସମସ୍ତେ କହିବା ସହ ଏହା ଏକ ଭୂତର ଛାଯା ବୋଲି ଦାବି କରିଛନ୍ତି । ଏହି ଗ୍ରାମର ଅନେକ ବୃଦ୍ଧ ଲୋକ ଏହି ଘଟଣାକୁ ପୂର୍ବରୁ ଦେଖିଥିବା ଦାବି କରିଛନ୍ତି । ତେବେ ଘଟନାଟି ସତ୍ୟ ହେଉ ବା ମିଥ୍ୟା କିମ୍ବା ଏହା ମନର ଏକ ଦର ବା ଆଶଙ୍କା ମଧ୍ୟ ହୋଇପାରେ । କିନ୍ତୁ ଏହି ଫୋଟୋଟି ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଏବଂ ଏହା ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *