ଦୁନିଆରେ ବହୁତ ଲୋକଙ୍କୁ କବ୍ଜ ସମସ୍ଯା ଥାଏ କିନ୍ତୁ ବହୁତ କମ ଲୋକ ଏହାକୁ ଜାଣିଥାନ୍ତି । ତେବେ କବ୍ଜ ଏମିତି ଗୋଟେ ସମସ୍ଯା ଯାହା ହେଲା ପରେ ମଣିଷ କଷ୍ଟ ଭୋଗ କରିଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ କବ୍ଜ କଣ, ଏହାର ଲକ୍ଷଣ କଣ, ଏହାର ଚିକିତ୍ସା କଣ ସବୁ ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ ।
ଆମେ ଯେଉଁ ମଳ ତ୍ୟାଗ କରିଥାଉ ତା ଆକାର ଦ୍ଵାରା ଆମେ ଜାଣି ପାରିବୁ ଯେ ଆମକୁ କବ୍ଜ ହୋଇଛି ନା ନାହିଁ ଓ ଯଦି ହେଇଛି ତେବେ କେମିତା କବ୍ଜ ହୋଇଛି, ତେବେ ଆସନ୍ତୁ ଏହାକୁ ବିସ୍ତାର ସହ ଜାଣିବା ।

କବ୍ଜ ୬ଟି ଲକ୍ଷଣ :
୧. ଗୋଟେ ସପ୍ତାହରେ ୩ଥରରୁ କମ ମଳ ତ୍ୟାଗ କରିବା ।
୨. ମଳ ବାହାରିବାରେ କଷ୍ଟ ଅନୁଭବ ହବା ।
୩. ମଳ ବାହାରିବା ପରେ ପ୍ରେସର ଅନୁଭବ ହବା ।
୪. ପେଟ ପୂର୍ଣ ରୂପରେ ଖାଲି ହୋଇ ନାହିଁ ବୋଲି ଅନୁଭବ ହବା ।
୫. ପେଟ ଫୁଲିବା ବା ଗ୍ଯାସ ହବା ।
୬. ଭୋକ ନ ଲାଗିବା, ବା ମନ ବିଚଳିତ ହବା ମଧ୍ୟ କବ୍ଜ ଲକ୍ଷଣ ଅଟେ ।

ତେବେ ଆସନ୍ତୁ ଜାଣିବା ମଳ ଆକାର ଅନୁଯାଇ ଆପଣାଙ୍କ ସ୍ଥିତି କଣ ଅଛି :
୧. ଯଦି କାଠୁଆ କାଠୁଆ ଅଲଗା ଅଲଗା ହୋଇ ଆସୁଛି ତେବେ ଆପଣଙ୍କୁ ଭୟଙ୍କର କବ୍ଜ ଅଛି ଆପଣଙ୍କୁ ଡକ୍ଟରକୁ ଦେଖା କରିବା ଆବଶ୍ୟକ ଅଟେ ।
୨. ଯଦି କାଠୁଆ ସହ ଆପଣଙ୍କ ମଳ ପାଣିଆ ପାଣିଆ ଆସୁଛି ତେବେ କିଛି କମ କବ୍ଜ ଅଛି ।
୩. ଯଦି କିଛି କାଠୁଆ କିନ୍ତୁ ବାହାରିବାରେ କୌଣସି କଷ୍ଟ ହେଉ ନାହିଁ ତେବେ ଆପଣ ନର୍ମଲ ଅଛନ୍ତି ।
୪. ସାପ ଭଳି ଆପଣଙ୍କ ମଳ ତ୍ୟାଗ ହୋଇଥାଏ ତେବେ ଆପଣଙ୍କ ପେଟ ପୂର୍ଣ ରୂପରେ ଭଲ ଅଛି ।

୫. କାଠୁଆ ହବା ସହ କିଛି ନରମ ମଳ ତ୍ୟାଗ ହେଉଛି ତେବେ ଆପଣଙ୍କ ଶରୀରରେ ଫାଇବାର କମ ଅଛି ଓ ଏହା ପାଇଁ ଆପଣଙ୍କୁ ଫାଇବର ଯୁକ୍ତ ଖାଦ୍ଯ ଖାଇବାକୁ ହବ ।
୬. ଯଦି ଆପଣଙ୍କ ମଳ ପୁରା ପାଣି ଭଳି ହାଉଛି ତେବେ ଆପଣଙ୍କ ପେଟ ଖରାପ ଅଛି ।
କାଠୁଆ ମଳ କାରଣ :
ପାଣି କମ ପିଇବା, ଆହାର ସଠିକ ମାତ୍ରାରେ ସେବନ ନ କରିବା, ଶାରୀରିକ ନିଷ୍କ୍ରିୟା, ଔଷଧ, ବୟସ, ଗର୍ଭାଅବସ୍ତା ବା ମହାମାରି ଏହି ସବୁ କାରଣ ପାଇଁ ଆପଣଙ୍କ କାଠୁଆ ମଳ ହୋଇପାରେ ।
ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।