ବହୁତ ଥର ଏମିତି ହୋଇଥାଏ କି ଆପଣ ନିଜର ଫେଭରାଇଟ ଡ୍ରେସ ପିନ୍ଧିବେ ଏବଂ ତାହା ସହିତ ନିଜ ପସନ୍ଦର ସ୍ୟାଣ୍ଡେଲ ପିନ୍ଧିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କର ଫାଟି ଥିବା ଗୋଇଠି ପୁରା ଲୁକ୍ କୁ ଖରାପ କରିଦେଇଥାଏ । ସମସ୍ତେ ଚାହାଁନ୍ତି କି ନିଜ ଗୋଇଠି ମୁଲାୟମ ,କୋମଳ ଏବଂ ସୁନ୍ଦର ହେଉ । ସବୁବେଳେ ଖରାପ ଜୀବନଶୈଳୀ ,ଭିଟାମିନ-ଇ ର କମି, ଆୟରନ ବା ପୁଣି କ୍ୟାଲସିୟମ ର କମ ହେବା କାରଣରୁ ବି ଗୋଇଠି ଫାଟିଯାଇ ଥାଏ ।
ବହୁତ ସମୟରେ ଅଧିକ ଧୂଳି ମାଟି ଲାଗିଲେ ବି ଗୋଇଠି ଫାଟି ଥାଏ ।
ଫଟା ଗୋଇଠିରୁ ମୁକ୍ତି ପାଇବା ପାଇଁ ବଜାରରେ ବହୁତ ପ୍ରକାର ର ପ୍ରଡ଼କ୍ଟ ମିଳୁଛି । ଯଦି ଆପଣ କିଛି ଘରୋଇ ଉପାୟ ଆପଣାଇବାକୁ ଚାହୁଁଛନ୍ତି ତାହେଲେ ଏହାକୁ ଆପଣାଇ ପାରିବେ । ଏଥିରେ କିଛି ଦିନରେ ଆପଣଙ୍କୁ ଫାଟି ଥିବା ଗୋଇଠିରୁ ମୁକ୍ତି ମିଳିବ ।
ଫାଟି ଥିବା ଗୋଇଠି ରୁ ମୁକ୍ତି ପାଇବା ପାଇଁ ଆପଣ କଦଳୀ ଏବଂ ନଡିଆ ତେଲର ବ୍ୟବହାର କରି ପାରିବେ । ଏହି ଦୁଇଟିରୁ ନ୍ୟାଚୁରାଲ ଏଜାଇମ ମିଳିଥାଏ ଯାହା ଆପଣଙ୍କର ଡେଡ ସ୍କିନକୁ ବାହାର କରି ତାକୁ ମଶ୍ଚରାଇଜର କରିଥାଏ ।
ଏଥିପାଇଁ ଏକ ପାତ୍ରରେ ଗୋଟେ କଦଳୀ ଚକଡି ଦିଅନ୍ତୁ ଏବଂ ଏଥିରେ ୨-୩ଚାମଚ ନଡିଆ ତେଲ ଢାଳି ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଏହି ପେଷ୍ଟକୁ ଫାଟି ଥିବା ଗୋଇଠିରେ ଲଗାନ୍ତୁ । ୨୦-୨୫ମିନିଟ ରଖିବା ପରେ ଉଷୁମ ପାଣିରେ ଏହାକୁ ସଫା କରି ଦିଅନ୍ତୁ । କୌଣସି ସାବୁନ କି ସାମ୍ପୋ ବ୍ୟବହାର କରିବେ ନାହିଁ । କିଛି ଦିନରେ ଫରକ ଦେଖି ପାରିବେ । ଆପଣ ଚାହିଁଲେ ଖାଲି ନଡିଆ ତେଲ ବ୍ୟବହାର କରି ଫଟା ଗୋଇଠିରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ପ୍ରତିଦିନ ରାତିରେ ଉଷୁମ ନଡିଆ ତେଲ ଗୋଇଠିରେ ଲଗାନ୍ତୁ ଏବଂ ନିଜ ପାଦକୁ ଧୋଇ ଦିଅନ୍ତୁ । ଲଗାତାର ୭-୮ ଦିନ କରନ୍ତୁ ।
ତେବେ ଯଦି ଆପଣଙ୍କ ଗୋଡ ମଧ୍ୟ ବହୁତ ଫାଟୁଛି ତେବେ ଆପଣ ମଧ୍ୟ ଏହି ଉପାୟ କରି ପାରିବେ । ଏବଂ ଦେଖିବେ କେମିତି ଆପଣଙ୍କ ପାଦ ସୁନ୍ଦର ହୋଇଯିବ ଓ ଫଟା ଦାଗ କୁଆଡେ ଉଭେଇଯିବ । ଆଶା କରୁଛୁ ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ସାହାଯ୍ୟ କରିବ ।