ଲୋକମାନେ ବସିବାକୁ ସିଟ ଦେଲେ ନାହିଁ ତ ଗର୍ଭବତୀ ସ୍ତ୍ରୀ ପାଇଁ ଚେୟାର ହୋଇଗଲେ ସ୍ଵାମି

କୁହାଯାଏ କି ସ୍ଵାମି ସ୍ତ୍ରୀଙ୍କ ସମ୍ପର୍କ ବହୁତ ଖାସ ହୋଇଥାଏ । ଯେତବେଳେ ଏହି ସମ୍ପର୍କରେ ନୂଆ ସମ୍ପର୍କ ବା ସେମାନଙ୍କର କୁଣିଆ ଆସିବ ଠିକ ହୋଇଥାଏ ତାହେଲେ ଏହି ସମ୍ପର୍କ ଦାୟିତ୍ଵବାନ ଏବଂ ସମର୍ପଣ ରେ ଭାରି ଯାଇଥାଏ । ଏମିତି ହିଁ ଏକ ଭଲପାଇବା ଭରା ସମର୍ପଣ ଦେଖିବାକୁ ମିଳିଛି ଚୀନର ଏକ ହସ୍ପିଟାଲରେ ,ଯେଉଁଠାରେ ଜଣେ ସ୍ଵାମି ନିଜ ଥକି ଯାଇଥିବା ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଚେୟାର ହୋଇଗଲେ । ଏହି ଭିଡିଓକୁ ଟୁଇଟର ରେ ବହୁତ ଶେୟାର କରାଯାଉଛି ।

ଏହି ଭିଡିଓକୁ ଗ୍ଲୋବାଲ ନ୍ୟୁଜ ନେଟୱର୍କର ଟୁଇଟର ଦ୍ଵାରା ଜାରି କରାଯାଇଛି । ଭିଡିଓ ହିଙ୍ଗୋଗ ପୋଲିସ ଦ୍ଵାରା ତିଆରି କରାଯାଇଛି ବୋଲି କୁହାଯାଇଛି ।

ଏହି ନ୍ୟୁଜ ନେଟୱାର୍କ ଆମେରିକା ,ରୁଷ ଏବଂ ବ୍ରିଟେନ ସହିତ ପ୍ରାୟ ଶହେ ଦେଶକୁ ନ୍ୟୁଜ ଦେଇଥାଏ । ଭିଡିୟରେ ସଫା ଦେଖା ଯାଉଛି କି ଜଣେ ଗର୍ଭବତୀ ମହିଳା ଡାକ୍ତରଙ୍କୁ ଦେଖା କରିବା ପାଇଁ ତାଙ୍କ ରୁମ ବାହାରେ ଅପେକ୍ଷା କରିଛି ଏବଂ ତାଙ୍କ ପାଖରେ ଆହୁରି ବି ଲୋକ ଅପେକ୍ଷା କରିଛନ୍ତି । ଗର୍ଭବତୀ ମହିଳା ଠିଆ ହୋଇ ଥକି ପଡିଲେଣି ହେଲେ ପାଖ ଚେୟାର ରେ ବସିଥିବା ଲୋକମାନଙ୍କୁ ଏହି ମହିଳାଙ୍କର ଥକାପଣ କିଛି ବି ଫରକ ପଡୁନଥିଲା ।

ସ୍ତ୍ରୀ ଥକି ପଡିବାର ଏବଂ ପାଦରେ କଷ୍ଟ ହେବାର ଦେଖି ସ୍ଵାମି ନିଜେ ଚୌକି ହୋଇଗଲେ ଏବଂ ସ୍ତ୍ରୀ ତାଙ୍କ ପିଠି ଉପରେ ବସିଲେ । ସ୍ତ୍ରୀଙ୍କ ପାଇଁ ଏତେ ଯତ୍ନ କରିବାରେ ସେ ଲାଜ୍ୟା ଅନୁଭବ କରିନାହାଁନ୍ତି । ସେ ତାଙ୍କୁ ପାଣି ବୋତଲ ଦେଲେ ଯାହାକୁ ସ୍ତ୍ରୀ ନେଇ ପାଣି ପିଇଲେ ।

ଏହି ଭିଡିଓରେ ଚୌକି ଉପରେ ବସି ମୋବାଇଲ ଦେଖୁଥିବା ଲୋକକୁ ୟୁଜର ମାନେ ବହୁତ ଖରାପ କହୁଛନ୍ତି । ଲୋକମାନେ ତାକୁ ହୃଦୟହୀନ ,ସଂବେଦନହୀନ କହୁଛନ୍ତି । ଭିଡିଓକୁ ଏପରଜ୍ଯନ୍ତ ୨୩୨.୬ ହଜାର ଭିୟୁଜ ମିଳିସାରିଛି । ଏହାକୁ ପାଖାପାଖି ୧୦ହଜାର ଲାଇକ୍ସ ମିଳିଛି ଏବଂ ଏହି ଭିଡିଓକୁ ୩.୪ ହଜାର ଥର ଶେୟାର କରା ଯାଇଛି ।

Leave a Reply

Your email address will not be published. Required fields are marked *