ଭାଇରାଲ ହେଲା ସରକାରୀ ସ୍କୁଲ ପିଲାର ଡ୍ୟାନ୍ସ, ଗୁରୁ ରନ୍ଧାୱା ହେଲେ ଫ୍ୟାନ ଏବଂ ଶେୟାର କଲେ କିଛି ଏମିତି

କୁହାଯାଏ କି ଗୋଟେ ମଣିଷର ପିଲାଦିନରୁ ହିଁ ତାର ଆଚରଣ ଏବଂ ବ୍ୟବହାର ଜଣାପଡିଥାଏ । କିଛି ଏମିତି ହିଁ ସୁନ୍ଦର ପ୍ରତିଭା ବାହାରି ଆସିଛି ରାଜସ୍ଥାନର ଏକ ସରକାରୀ ସ୍କୁଲର ଚତୁର୍ଥ ଶ୍ରେଣୀର ପଢୁଥିବା ପିଲାର ଭିତରୁ । ଏହି ପିଲାଟି ପଞ୍ଜାବି ର ପପ ସିଙ୍ଗର ଗୁରୁ ରଂଧାବା ଙ୍କ ଗୀତ ହାୟ ଋ ହାୟ ନଖରା ତେରା ନି ଗୀତରେ ଶ୍ରେଣୀରେ ହି ଏତେ ସୁନ୍ଦର ଡ୍ୟାନ୍ସ କଲେ କି ନିଜେ ଗୁରୁ ରଂଧାବା ତାର ଫ୍ୟାନ ହୋଇଗଲେ ଏବଂ ସିଙ୍ଗର ନିଜ ସୋସିଆଲ ମିଡିଆ ପେଜରେ ଏହି ପିଲାର ଡ୍ୟାନ୍ସ ଶେୟାର କଲେ । ଏବେ ଏହି ଭିଡିଓ ଭାଇରାଲ ହେଉଛି ।

ପୂର୍ବ ଦିନରେ ରାଜସ୍ଥାନର ଜଣେ ଡ୍ୟାନ୍ସର ବାବା ଜେକ୍ସନ ନିଜର ସାନଦାର ଡ୍ଯାସରେ ଫେମସ ହୋଇଥିଲେ ଏବଂ ନିଜେ ଡ୍ୟାସିଙ୍ଗ ଷ୍ଟାର ହ୍ରିତିକ ରୋସନ ତାଙ୍କର ତାରିଫ କରିଥିଲେ ।

ଏହିଥର ର ଛୋଟ ତାରକା ଦୀପକ । ଦୀପକ ରାଜସ୍ଥାନର ବାରଂ ଜିଲ୍ଲାର ଆଦିବାସୀ କ୍ଷେତ୍ର କେଲବାଡାର ପେନାବଦା ର ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀ ରେ ପଢୁଛି । ଦୀପକ ୨୬ଜାନୁୟାରୀ ପାଇଁ କ୍ଳାସରେ ଡ୍ୟାନ୍ସ ପ୍ରାକ୍ଟିସ କରିଥିଲେ । ଦୀପକ ଗୁରୁ ରଂଧାବା ଙ୍କ ଗୀତରେ ଯେଉଁ ସୁନ୍ଦର ଡ୍ୟାନ୍ସ କଲା ,ତାକୁ କ୍ଳାସରେ ଥିବା ଜଣେ ନାଚ ଶିକ୍ଷକ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ ।

ଏହି ଭିଡିଓକୁ ଏପରଜ୍ଯନ୍ତ ସାଢେଚାରି ଲକ୍ଷରୁ ଅଧିକ ଭିଉଜ ମିଳିସାରିଛି ଏବଂ କେବଳ ୨ଦିନରେ ଏହି ଭିଡିଓକୁ ୪୦ହଜାର ରୁ ଅଧିକ ଥର ଶେୟାର କରାଯାଇଛି ।

ଗୁରୁ ରଂଧାବା ଜେତାବେଳେ ଏହି ପିଲାଟିର ଭିଡିଓକୁ ଦେଖିଲେ ସେ ତାକୁ ତାରିଫ ନକରି ରହି ପାରିଲେ ନାହିଁ ଏବଂ କହିଲେ କି ସେ ଏହି ପ୍ରତିଭାଶାଳୀ ପିଲା ସହିତ ଦେଖା କରିବାକୁ ଚାହୁଁଛନ୍ତି । ସେ ଏହି ପିଲାଟିକୁ ନିଜର କୌଣସି ଡ୍ୟାନ୍ସ ଆଲବମରେ ବି ଜାଗା ଦେବା ପାଇଁ କହିଲେ ।

ଦୀପକ ଫେମସ ହେବା ପରେ ଏହି ସ୍କୁଲର ଗଣତନ୍ତ୍ର ଦିବସରେ ରୋନକ ଆସିଯାଇଛି । ହଜାରେ ଲୋକ ଏହି ଭିଡିଓର ଷ୍ଟାର ଙ୍କୁ ଦେଖିବା ପାଇଁ ସେହି ଗଣତନ୍ତ୍ର ସମାହାରରେ ପହଞ୍ଚିଲେ । ଦୀପକ କୁ ଉପହାରରେ ଏକ ମୁଜିକ ସିଷ୍ଟମ ଦିଆଯାଇଛି ଯେମିତି କି ସେ ନିଜର ଡ୍ୟାନ୍ସକୁ ଆହୁରି ଅଧିକ ଭଲ କରିପାରିବେ ଏବଂ ଆଗକୁ ସେ ବହୁତ ପ୍ରଗତି କରିପାରିବେ ।

Leave a Reply

Your email address will not be published. Required fields are marked *