ୟୁବରାଜ ସିଂହ ଭଳି କ୍ୟାନ୍ସର ସହିତ ଯୁଦ୍ଧରେ ଜିତି ମଇଦାନ ଉପରକୁ ଫେରି ଆସିଛନ୍ତି ଏବଂ ପ୍ରଥମ ମ୍ୟାଚରେ ମାରିଲେ ଶତକ

୨୦୧୧ ମସିହାରେ ୱୋର୍ଲ୍ଡ କପ ଚାଲିଥିଲା ଭାରତୀୟ ଅଲରାଉଣ୍ଡର ୟୁବରାଜ ସିଂହ ଙ୍କୁ ସେହି ସମୟରେ କ୍ୟାନ୍ସର ହୋଇଥିଲା, ଏହା ଏବେ ସମସ୍ତେ ଜାଣିଛନ୍ତି । କ୍ୟାନ୍ସର ସହିତ ଲଢିବା ପରେ ୟୁବରାଜ ସିଂହ ମଇଦାନ ଉପରକୁ ଫେରି ଆସିଛନ୍ତି । ଏହା ମଧ୍ୟରେ ଭାରତରେ ଏମିତି ହିଁ ଆଉ ଜଣେ ଖେଳାଳି ବାହାରି ସାମ୍ନାକୁ ଆସିଛନ୍ତି ଯିଏ କ୍ୟାନ୍ସର ସହିତ ଯୁଦ୍ଧ ଜିତିବା ପରେ ମଇଦାନ ଉପରକୁ ଫେରି ଆସିଛନ୍ତି ଏବଂ ପ୍ରଥମ ମ୍ୟାଚରେ ଶତକ କରିଛନ୍ତି ।

ଆମେ କଥା ହେଉଛେ ଯୁବା ଖେଳାଳି କମଲ କନିୟାଲ ବିଷୟରେ ,ଯିଏ ମାହାରାଷ୍ଟ୍ର ବିରୁଦ୍ଧରେ ଉତ୍ତରାଖଣ୍ଡ ଟିମ ପାଇଁ ରଣଜୀ ଟ୍ରଫି ୨୦୧୯-୨୦ରେ ପଦାର୍ପଣ କଲେ ଏବଂ ନିଜର ପ୍ରଥମ ମ୍ଯାଚରେ ଶହେରୁ ଅଧିକ ରଣ କରିଥିଲେ ।

ପ୍ରଥମ ମ୍ୟାଚରେ ଶହେ ରନ କରିବା ବହୁତ ବଡ କଥା ଅଟେ କିନ୍ତୁ ତା ଠାରୁ ବଡ କଥା ଏହା କି ସେ କ୍ୟାନ୍ସର ପରି ରୋଗ ସହିତ ଲଢେଇ ଲଢିବା ପରେ ଫେରି ଆସିଛନ୍ତି ।

ଏକ ବର୍ଷ କ୍ରିକେଟ ଠାରୁ ଦୂରେଇ ରହିଥିଲେ କନିୟାଲ

କମଲ କନିୟାଲଙ୍କୁ ୩ବର୍ଷ ପୂର୍ବେ ବ୍ଲଡ କ୍ୟାନ୍ସର ହୋଇଥିଲା । ଏଥିପାଇଁ ସେ ଗୋଟେ ବର୍ଷ କ୍ରିକେଟ ଠାରୁ ଦୂରରେ ରହିଲେ । ୧୮ ମାସ ପରେ ଫେରି ଆସିଥିଲେ ଏବଂ ଦମଦାର ଖେଳି ଥିଲେ । ମହାରାଷ୍ଟ୍ର ର ୨୦୭ ରନ ଜବାବ ରେ ଉତ୍ତରାଖଣ୍ଡ ୨୫୧ ରନ କରିଥିଲା । କମଲ ଏଥିରେ ୧୭ ଚୌକା ସାହାଯ୍ୟରେ ୧୬୦ ବଲରେ ୧୦୧ ରନ କରିଥିଲେ । ଏହାପରେ ମହାରାଷ୍ଟ୍ର ଟିମ ୩୧୩ ରନରେ ଅଲଆଉଟ ହେଇଗଲା ।

ଡାକ୍ତର ବି ତାଙ୍କ ବାପା ମାଆ ଙ୍କୁ ଭରଷା ଦେଇଥିଲେ କି ସେ ଭଲରେ ରିକୋଭର କରି ପାରିବେ । ୧୬ ବର୍ଷ ବୟସରେ ତାଙ୍କ ଶରୀର ଭଲ ଭାବରେ ରିକୋଭରକରିବ । ଏହାଛଡା ରିକୋଭରି ସମୟରେ ସେ ପଜେଟିଭ ମାଇଣ୍ଡ ଲୋକଙ୍କ ସହିତ ରହିବେ ,ଯାହା ଠାରୁ ତାଙ୍କୁ ବହୁତ ସାହାଯ୍ୟ ମିଳିବ । ଇଣ୍ଡିଆନ ଏକ୍ସପ୍ରେସ ସହିତ କଥା ହେବା ସମୟରେ ସେ କହିଛନ୍ତି ,ମୁଁ ଯେତବେଳେ ୧୫ବର୍ଷର ଥିଲି ମତେ କ୍ୟାନ୍ସର ହୋଇଥିଲା । ମୁଁ ଗୋଟେ ବର୍ଷ ପର୍ଯ୍ୟନ୍ତ କିଛି କରି ନଥିଲି । ମତେ ଲେଉକେମିଆ ହୋଇଥିଲା ଏବଂ ମୋ ପରିବାର ମତେ ଅଧିକ କିଛି ଜଣେଇ ନଥିଲେ । ମୁଁ ବହୁତ ବେମାର ଥିଲି ଏବଂ ମୋର ପ୍ଲାଜମା କମ ଥିଲା । ଡାକ୍ତର କହିଥିଲେ କି ଭଲ ହେବାର ଆଶା ଅଧିକ ଅଛି ଯଦି ମୁଁ ଖୁସିରେ ରହିବି । ମୁଁ ଏମିତି ହିଁ କଲି ।

Leave a Reply

Your email address will not be published. Required fields are marked *