ନିଜ ପିଲାଙ୍କ ପାଇଁ ପ୍ରତିଦିନ ବାହାର କରନ୍ତୁ ୩୦ମିନିଟ ର ସମୟ, ବଢିବ ସମ୍ପର୍କରେ ନିବିଡତା

ପିଲା ଏବଂ ବାପା-ମାଆ ଙ୍କ ଭିତରେ କୌଣସି ବି ପ୍ରକାର କଥାବାର୍ତାର କମ ପିଲାର ମାନସିକ ଚିନ୍ତା ଏବଂ ତାଙ୍କର ଭାବିବା କୁ ପ୍ରଭାବିତ କରିଥାଏ । ଆପଣ ବହୁତ ଥର ଦେଖିଥିବେ କି ପିଲା ନିଜ ପରିବାରରେ କେବେ କେବେ ଚିଡଚିଡା ହୋଇଯାନ୍ତି ଏବଂ ସେ ବାପା ମାଆ ଭାଇ ଭଉଣୀ ଠାରୁ ଦୂରେଇ ଯାନ୍ତି । ଏହା ପରେ ସେମାନେ ପରିବାର ଠାରୁ କଥା ଲୁଚାଇବାକୁ ଲାଗିଥାନ୍ତି । ଏଥିପାଇଁ ବାପା ମାଆ ତାଙ୍କୁ ନ ମାରି ସେମାନେ ଏମିତି କଣ ପାଇଁ କରୁଛନ୍ତି ତାର କାରଣ ଜାଣିବା ନିହାତି ଦରକାର ।

ପିଲା କଥାବାର୍ତା ଅଭାବରୁ ହିଁ ଏମିତି କରିଥାନ୍ତି । ଜରୁରୀ ଅଟେ କି ବାପା ମାଆ ଏହିସବୁକୁ ବୁଝନ୍ତୁ ଏବଂ ଏଥିପାଇଁ କିଛି ଜରୁରୀ ପଦକ୍ଷପ ନିଅନ୍ତୁ ।

ପେରେଟିଙ୍ଗ ବିଶେଷଜ୍ଞ କହିଛନ୍ତି କି ,ପିଲାଙ୍କ ସହିତ ଅଧିକ ସମୟ କାଟିଲେ ଆପଣ ତାଙ୍କୁ ବୁଝିପାରିବେ ଏବଂ ତାଙ୍କର ବଦଳି ଯାଇଥିବା ବ୍ୟବହାରକୁ ଠିକ କରିପାରିବେ । ଯଦି ଆପଣ ବ୍ୟସ୍ତ ରହୁଛନ୍ତି ତାହେଲେ ବି ଆପଣ ଦିନକୁ ୩୦ମିନିଟ ସମୟ ପିଲାଙ୍କୁ ଦିଅନ୍ତୁ । ଏହି ୩୦ମିନିଟକୁ ଆପଣ କେମିତି ବ୍ୟବହାର କରିବେ ତାହା ଆପଣଙ୍କୁ ଆମେ କହୁଛୁ ।

ଦିନରେ ଏକ ନିର୍ଦ୍ଧିଷ୍ଟ ସମୟ ବାହାର କରନ୍ତୁ

ବାପା ମାଆ ଙ୍କୁ ଦିନରେ ଏକ ନିର୍ଦ୍ଧିଷ୍ଟ ସମୟ ନିଜ ପିଲାଙ୍କ ପାଇଁ ବାହାର କରିବା ଦରକାର ,ସେତବେଳେ ଯେତେ ବି କାମ ଥାଉ କିନ୍ତୁ ସେହି ସମୟ ଆପଣ ନିଜ ପିଲାକୁ ଦିଅନ୍ତୁ । ସେ ରାତିରେ ଖାଇବା ପୂର୍ବରୁ ହାଉ କି ଶୋଇବା ସମୟରେ । ଏହି ସମୟରେ ତାଙ୍କୁ ବହି ପଢି କିଛି ଭଲ କଥା କୁହନ୍ତୁ ।

ବିତାଇଥିବା ସମୟରେ ବିଶେଷ କାମ ବାଛନ୍ତୁ

୩୦ମିନିଟ ସମୟ ବିତାଇବା ସମୟରେ ଆପଣ ଏମିତି କଥା କୁହନ୍ତୁ ଯେ ପିଲାର ଧ୍ୟାନ କେବେଳ ଯେମିତି ଆପଣଙ୍କ କଥା ଉପରେ ରହିବ । ଆପଣ ତାଙ୍କୁ ଯେତେ ବୁଝାଇ ପାରିବେ ସେମାନେ ସେତେ ଆପଣଙ୍କର ପାଖକୁ ଆସିବେ ।

ଏହି ସମୟରେ ପିଲାଙ୍କୁ କେବଳ ସିଧା ଏବଂ ସଫା କଥା କୁହନ୍ତୁ

ଦିନସାରା ତାଙ୍କ ସହିତ କଣ ହେଲା ଏବଂ କାହିଁକି ହେଲା ଏହି ସବୁ କଥା ଖୋଲି କି କୁହନ୍ତୁ । ପ୍ରଥମେ ପିଲାଙ୍କ କଥା ଶୁଣିବ ତାପରେ ନିଜେ କହିବ । ସେ ନିଜ କଥାକୁ ସିଧା କହିବା ଫଳରେ ଆପଣଙ୍କ ପ୍ରତି ଭଲପାଇବା ସବୁଦିନ ପାଇଁ ରହିବ ।

ପିଲାଙ୍କୁ ସବୁବେଳେ ପ୍ରଥମେ ବାଛିବା ପାଇଁ ଦିଅନ୍ତୁ

ଯଦି କିଛି ମୌକା ଦେବା ଏବଂ ତାଙ୍କ ସାମ୍ନାରେ ନୂଆ ବିକଳ୍ପ ରଖନ୍ତୁ ,ତାପରେ ପିଲାଙ୍କୁ ସେଥିରୁ ବାଛିବା ପାଇଁ କହିବେ ଯଦି ତାଙ୍କର ପସନ୍ଦ ତୁମକୁ ଠିକ ନାଲାଗିବ ତାହାଲେ ତାଙ୍କୁ ସିଧା ମନା ନକରି ତାଙ୍କୁ ବୁଝାନ୍ତୁ ।

ଏହି ସମୟରେ ଅନ୍ୟ କେଉଁଠାରେ ଧ୍ୟାନ ଦିଅନ୍ତୁ ନାହିଁ

ଯେତବେଳେ ଆପଣ ନିଜ ପିଲାଙ୍କ ସହିତ ବସି କଥା ହେଉଛନ୍ତି ସେହି ସମୟରେ ଆଉ କେଉଁଥିରେ ଧ୍ୟାନ ଦିଅନ୍ତୁ ନାହିଁ । ଏମିତି କଲେ ଆପଣଙ୍କ ପିଲା କେବେ ହେଲେ ଆପଣଙ୍କ ଉପରେ ରାଗିବେ ନାହିଁ । ତାଙ୍କୁ ଲାଗିଆବ କି ଆପଣ ତାଙ୍କର କେତେ ଧ୍ୟାନ ରଖୁଛନ୍ତି ବୋଲି ।

Leave a Reply

Your email address will not be published. Required fields are marked *