କଳିଯୁଗର ବିକ୍ରମ ବେତାଳ! କୁମ୍ଭୀରକୁ ବେତାଳ ଭଳି ପିଠିରେ ପକାଇ ଚାଲୁଛି ବାଳକ… Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ, ଲୋକେ ସାଧାରଣତଃ ଜନ୍ତୁ ମାନଙ୍କୁ ଡରିଥାନ୍ତି ତାଙ୍କ ପାଖ ମଧ୍ୟ ମାଡିନଥାନ୍ତି । କିନ୍ତୁ ଅନେକ ନିର୍ଭୟ ଲୋକ ଥାନ୍ତି ଯେଉଁମାନେ ଜନ୍ତୁ ମାନଙ୍କୁ ବି ନିଜ ହାତ ମୁଠାରୁ ରଖି ନଚାଇଥାନ୍ତି । ସେହିଭଳି ବର୍ତ୍ତମାନ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଏକ ବାଳକ କୁମ୍ଭୀର ଭଳି ଭୟଙ୍କର ଜୀବକୁ ନିଜ ପିଠିରେ ପକାଇ ବୁଲୁଥିବାର ନଜର ଆସିଛି । ଏଭଳି ଏକ ଦୁଃସାହସିକତା କାର୍ଯ୍ୟ କରିଥିବା ବାଳକ ଜଣଙ୍କ କିଏ କଣ ରହିଛି ସମ୍ପୂର୍ଣ ଖବରଆଉ ଡେରି ନକରି ଏହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଆପଣ ଯେତେ ସାହସୀ ହେଲେ ମଧ୍ୟ କୁମ୍ଭୀରକୁ ପାଖରେ ଦେଖିଲେ ନିହାତି ଭାବରେ ଭୟରେ ଥରିବାକୁ ଲାଗିବେ । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇ ଚାରିଆଡେ ଘୁରି ବୁଲୁଥିବା ଏକ ଚିତ୍ର ଆପଣଙ୍କ ହୋସ ଉଡାଇଦେବ । ଆପଣ ବିକ୍ରମ ବେତାଳ ସିରିୟଲ ନିହାତି ଦେଖିଥିବେ । ଯେଉଁଥିରେ ରାଜାଙ୍କ ପିଠିରେ ବେତାଳ ଲାଉ ହୋଇ ଯାଉଥିଲା ।

ଆସିଥିବା ଖବର ମଧ୍ୟ ଏହି ବେତାଳ ସିରିୟଲ ସହ ସମାନ । କାରଣ ବାଳକ ଜଣଙ୍କ ନିଜ ପିଠିରେ ଠିକ ବେତାଳ ଭଳି କୁମ୍ଭୀରକୁ ପିଠିରେ ଲାଉ କରି ଯାଉଥିବାର ନଜର ଆସିଛି । କୁମ୍ଭୀରକୁ ବାଳକ ଜଣଙ୍କ ନିଜ ପିଠିରେ ଲାଉ କରିଥିବାର ଚିତ୍ର ପ୍ରଥମେ ଟୁଇଟରରେ ଭାଇରାଲ ହୋଇଛି । ଏଥିରେ ଥିବା ବାଳକର ସାହସିକତା ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛି ।

ବାଳକଟି ସାର୍ଟ ପିନ୍ଧି ନାହିଁ ଏବଂ ନିଜ ଉଚ୍ଚତାର ଏକ କୁମ୍ଭୀରକୁ ବେସ ନିର୍ଭୟର ସହ ପିଠିରେ ପକାଉ ନେଉଛି ବାଳକ । କୁମ୍ଭୀରକୁ ପିଠିରେ ପକାଇ ତାହାର ଆଗ ଗୋଡକୁ ହାତରେ ଧରିଛି ଏବଂ ଲାଞ୍ଜଟି ପଛ ପଟେ ଝୁଲୁଛି । ଏହିଭଳି ଭାବରେ କୁମ୍ଭୀର ଟିକୁ ଲାଉ କରି ନେଉଛି ବାଳକ ଚିତ୍ରଟିରେ । ଏହି ଚିତ୍ରଟିକୁ ଦେଖିବା ପରେ କିଏ ସାହସିକତାର ପ୍ରଶଂସା କରୁଛନ୍ତି ତ ଆଉ କିଛି ଲୋକ ବାଳକ ଟିର ମୁର୍ଖାମୀର  ମଜା ଉଡାଉଛନ୍ତି । ଅନେକ ଲୋକ ନିଜର ମତ ରଖିଛନ୍ତି ଏହି ଚିତ୍ରର ପୋଷ୍ଟର କମେଣ୍ଟ ମାଧ୍ୟମରେ ।

କିଏ ଲେଖିଛି ପାଣି ବୁଡି ଯାଇଥିଲା କୁମ୍ଭୀର ତାକୁ ବାଳକଟି ବଞ୍ଚାଇ ଆଣୁଛି ଆଉ ମେଡିକାଲ ନେଉଛି । ଆଉ କିଏ କହୁଛି କୁମ୍ଭୀର କିଛି କହିବାକୁ ଚାହୁଁଛି କିନ୍ତୁ ପିଲାଟି ଜବରଦସ୍ତ ତାକୁ ଘରକୁ ନେଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *