କାହିଁକି ପାଳନ ହୁଏ ଶିବରାତ୍ରି ? ଶିବରାତ୍ରୀ ବିଷୟରେ କିଛି ଏଭଳି କଥା ଯାହା 90% ଲୋକ ଜାଣନ୍ତି ନାହିଁ… ଦେଖନ୍ତୁ କଣ କହୁଛନ୍ତି Dibakar Das

ନମସ୍କାର ବନ୍ଧୁଗଣ, ଆଜିର ଏହି ଶିବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ । ଭଗବାନ ଶିବଙ୍କ ଉପାସନା ଏହି ଶିବରାତ୍ରି ଦିନ  ସମସ୍ତେ କରିଥାନ୍ତି । ଏହିଦିନର ମାନ୍ୟତା ବହୁତ ଉପରେ । କିନ୍ତୁ ଏହି  ଶିବରାତ୍ରି କାହିଁକି ପାଳନ କରାଯାଏ ଏହାର ମହତ୍ଵ କଣ ରହିଛି । ଶିବରାତ୍ରି ଦିନ ଶିବଙ୍କ ଭକ୍ତ ମାନେ ନିର୍ଜଳା ରହି ଉପବାସ କରି ନିଜର ମନସ୍କାମନା ପୁରା ପାଇଁ ଦୀପ ଜାଳିଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଈଁ ଯାଉଛୁ ଶିବରାତ୍ରିର ମହତ୍ଵ ସମ୍ପର୍କରେ ଆସନ୍ତୁ ଜାଣିବା ।

ଜଗତର ମଙ୍ଗଳ କରିବା ପାଇଁ ମହାଦେବ ଆଜି ଭଳି ଦିନରେ ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷକୁ ପାନ କରିଥିଲେ । ସେହି ବିଷକୁ ପାନ କରିବା ପରେ ଶିବ ପାଲଟି ଯାଇଥିଲେ ନୀଳକଣ୍ଠ । ଶିବଙ୍କ କଣ୍ଠରେ ଥିଲା ରାମ ନାମ । ତେଣୁ ଶିବ ବିଷ ପାନ କରିବା ସମୟରେ ତାହା ତାଙ୍କ ଶରୀର ଭିତରକୁ ନ ଯାଇ ଅଟକି ଗଲା ତାଙ୍କ କଣ୍ଠରେ । ବିଷ ପାନ କରିବା ପରେ ଶିବ ମୂର୍ଚ୍ଛିତ ହୋଇଥିଲେ ଏହିଦିନ ।

ତାଙ୍କ ପାଇଁ ଏହିଦିନ ସାରା ରାତି ପାର୍ବତୀ ଉଜାଗର ରହି ପ୍ରଦୀପ ଜଳାଇ ଥିଲେ । ଆଜି ମହାଦେବ ନିଜ ମୂର୍ଚ୍ଛିତ ଅବସ୍ଥାରୁ ଉଠିଥିଲେ । ପାର୍ବତୀ ଜାଳିଥିବା ଦୀପକୁ ମହାଦୀପ କୁହାଯାଉଛି । ତେଣୁ ଏହଦିନକୁ ଶିବଙ୍କ ଜାଗ୍ରତ ବା ଶିବରାତ୍ରି ବୋଲି କୁହାଯାଏ । ଆଉ ସମସ୍ତେ ଏହିଦିନ ଜାଗ୍ରତ ରହି ଦୀପ ଜଳାଇ ଉପାସନା କରନ୍ତି ଯାହାକୁ ଆଜିର ଦିନ ଜାଗର ବୋଲି କୁହାଯାଏ ।

ଏହିଦିନ ମାତା ପାର୍ବତୀ ଉପାସନା ରହିବା ସହ ଉଜାଗର ରହି ଶିବଙ୍କ ଉପାସନା କରିଥିଲେ । ଯେଉଁମାନେ ଶିବରାତ୍ରି ଦିନ ଉପାସନା କରନ୍ତି ସେମାନେ ପୂଣ୍ୟର ଅଧିକାରୀ ହେବା ସହ ଶିବଙ୍କ କୃପା ମଧ୍ୟ ମିଳିଥାଏ । କୁହାଯାଏ ଜାଗର କରୁଥିବା ଅବିବାହିତ ଝିଅ ଏବଂ ପୁଅ ମାନଙ୍କୁ ବିବାହ ନିମନ୍ତେ ଉପଯୁକ୍ତ ପାତ୍ର ମିଳିଥାଏ ।

ଏହିଦିନ ବ୍ରତ ରଖିଥିବା ଲୋକଙ୍କ ପୂଣ୍ୟର ଗାଥା ବ୍ରହ୍ମା ମଧ୍ୟ ନିଜ ମୁଖରେ ବାକ୍ଷା କରିବା ପାଇଁ ସକ୍ଷମ ନଥାନ୍ତି । ଶିବ ହେଉଛନ୍ତି ସଂସାରର ଆଦି ଏବଂ ଅନ୍ତ । ତେଣୁ ତାଙ୍କ ପାଇଁ ଉପାସନା କରୁଥିବା ବ୍ୟକ୍ତିଙ୍କୁ ସର୍ବଦା ଶିବଙ୍କ କୃପା ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *