କଳିଯୁଗ ସମାପ୍ତ ହେବାର ମିଳିଲା ବଡ ପ୍ରମାଣ- Malika Bachana

ମାଳିକା ଉପରେ ବର୍ତ୍ତମାନ ସମସ୍ତେ ଧୀରେ ଧୀରେ ବିଶ୍ଵାସ କରୁଛନ୍ତି କାରଣ ମାଳିକାର ସମସ୍ତ କଥା ସତ ହେଉଛି । ଯାହା ବିଷୟରେ ଆପଣ ବି ଅଳ୍ପ ବହୁତ ସଂକେତ ପାଇ ସାରିଥିବେ କିମ୍ବା ଶୁଣିଥିବେ ।

କହିବାକୁ ଗଲେ ମାଳିକା ଏକ ଭବିଷ୍ୟତ ବାଣୀ ପୁସ୍ତକ ଅଟେ । ଯାହାର ବଚନ ଦିନେ ନା ଦିନେ ସତ ପ୍ରମାଣିତ ହେବ ବୋଲି କୁହାଯାଉଛି । ଏମିତିରେ ଆମ ସମସ୍ତେ ଭୟଭିତ ହେବା ପରିବର୍ତ୍ତେ ଯଦି ସତର୍କ ରହିବା ତେବେ ଏହା ଆମ ସମସ୍ତଙ୍କ ପାଇଁ ଭଲ ଅଟେ । କହିବାକୁ ଆଜି ଆମେ ଆପଣଙ୍କୁ କଳିଯୁଗର ସମାପ୍ତ ସମୟର କିଛି ସଂକେତ ବିଷୟରେ କହିବୁ । କହିଦେଉଛୁ କି କଳିଯୁଗ ଦିନେ ନା ଦିନେ ସମାପ୍ତ ହେବ କିନ୍ତୁ ଏହାର କୌଣସି ସଠିକ ସମୟ ବିଷୟରେ କୁହାଯାଇ ନାହିଁ । ସେଥିପାଇଁ ସମସ୍ତେ ଅଧର୍ମ ପଥ ଛାଡି ଧର୍ମ ପଥ ଆଡକୁ ଅଗ୍ରସର ହୁଅନ୍ତୁ । ମାଳିକାରେ କଳିଯୁଗ ସମାପ୍ତ ହେବାର ବହୁତ ସଂକେତ ବିଷୟରେ କୁହାଯାଇଛି ।

ଯାହା ମଧ୍ୟରୁ ଆଜି ଆମେ ଆପଣଙ୍କୁ କିଛି ସଂକେତ ବିଷୟରେ କହିବୁ । ମହାପୁରୁଷ ମାଲିକାରେ ଲେଖିଲେ କି- ଦଶରତ ସୁତ ମୁଣ୍ଡରେ ତିନି ଅଙ୍କ ଚଢିବ ବଜ୍ର ଅଙ୍କ ଦେଇ ଏଗାର ଅଙ୍କ ତଉ ଫେଡିବ ଶେଷ ଡାହାଣ ଭାଗ ଯାହା ଗାନ୍ଧୀ ବସୁଣ କଲି ଶେଷ ଭୋଗ ଏହିଟି କହିଲିରେ ଅର୍ଜୁନ

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଦଶରଥଙ୍କ ଚାରି ପୁତ୍ର ଥିଲେ ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶ୍ରତୁଘ୍ନ । ଚାରି ମୁଣ୍ଡରେ ୩ ଥୋଇଲେ ସଂଖ୍ୟା ହେବ ୪୩ । ଚାରିକୁ ଚାରି ଥର ଗୁଣିଲେ ୧୬ ହେବ । ୧୬କୁ ୪ରେ ଗୁଣନ କରିଲେ ହେବ ୬୪ । ୬୪ର ବଜ୍ର ଅଙ୍କରେ ଓଲଟାଇଲେ ହେବ ୪୬ । ୪୬ରୁ ୧୧ ଫେଡାବ କରିଲେ ରହିବ ୩୫ ।

ଶେଷ ଡାହାଣ ଭାଗ ଯାହା ଅର୍ଥାତ ୩ ର ଡାହାଣ ପଟ ହେଉଛି ୫ । ଏହି ସମସ୍ତ ବାକ୍ୟର ଅର୍ଥ ହେଉଛି କଳିଯୁଗ ୫୦୦୦ ବର୍ଷ ଭୋଗ ହେଉଥିବ । ପୁରୀରେ ଗଜପତି ରାଜା ଥିବେ । କିନ୍ତୁ ସାଧାରଣ ଲୋକମାନନେ ଜାଣିବା ନିମନ୍ତେ ଅଚ୍ୟୁତାନନ୍ଦ ପୁଣି ଥରେ କହିଲେ କି

ପଚାରିଲୁ ତୁ ସମୟ ଶୁଣ ରାମରତନ ।

ଦିବ୍ୟସିଂହଦେବ ରାଜନ କୋଲେ କନ୍ୟା ରତନ ।।

କହିଦେଉଛୁ କି ଗଜପତି ଦିବ୍ୟ ସିଂହଙ୍କ ପୂର୍ବରୁ ତିନି ଜଣ ଦିବ୍ୟସିଂହ ଦେବ ଯାଇସାରିଛନ୍ତି ଓ ବର୍ତ୍ତମାନର ରାଜା ହେଉଛନ୍ତି ଚତୁର୍ଥ ଦିବ୍ୟସିଂହ । ଯାହାଙ୍କର ପୁତ୍ର ନାହିଁ ଝିଅ ଅଛନ୍ତି । ଏହା ମଧ୍ୟ ମାଳିକା ଅନୁସାରେ କଳିଯୁଗ ସମାପ୍ତ ହେବାର ବହୁତ ବଡ ସଂକେତ ଅଟେ । ଯାହାକୁ ସାଧାରଣ ମନୁଷ୍ୟ ବି ଜାଣି ପାରିବେ । ଏହା ପରେ ମହାପୁରୁଷ କହିଲେ କି

ଅନୁଭବ ଜ୍ଞାନ ଉଦୟ ହୋଇ ଅନୁଭବକୁ କର ମୂଳ । ଭବିଷ୍ୟତ ବିଚାର ଏଣିକି କହିବା ଜ୍ଞାନେ ନାହିଁ ଥଳକୁଳ ॥

ଏହା ଅନୁଭବର କଥା ସମସ୍ତେ ଜାଣି ପାରିବେ ନାହିଁ କେବଳ ଲୋକମାନେ ଅନୁଭବ କରି ପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *