କଳିଯୁଗ ରେ ହେଉଥିବା ଏହି ୧୦ଟି ପାପ ବିଷୟରେ ସେ ପ୍ରଥମ ରୁ ହିଁ କରିଥିଲେ ଭବିଷ୍ୟବାଣୀ- ଜାଣନ୍ତୁ କିଏ ଥିଲେ ସେହି ମହାପୁରୁଷ

ହିନ୍ଦୁ ଗ୍ରନ୍ଥ ପୁରାଣ ରେ ୪ ଯୁଗ କଥା କୁହାଯାଇଛି, ସେ ହେଉଚି ସତ୍ୟ, ତ୍ରେତୟା, ଦ୍ଵାପର ଏବଂ କଳି ଯୁଗ । ସବୁ ଯୁଗ ରେ ଲୋକ, ଚରିତ୍ର ଓ ସ୍ଵଭାବ ରେ ପରିବର୍ତ୍ତନ ଦେଖାଯାଇଛି । ସତ୍ୟ ଯୁଗରେ ଲୋକେ ଛଳ ଓ କପଟ ରୁ ଦୂରରେ ରହି ସବୁ ବେଳେ ମାନମାର୍ଯ୍ୟଦା ଓ ଚରିତ୍ରକୁ ପରିଷ୍କାର ରଖିବା କୁ ଚେଷ୍ଟା କରନ୍ତି, କଳିଯୁଗ ହେଉଛି ଶେଷ ଯୁଗ । ଯାହାର ଆରମ୍ଭ ମହାଭାରତ ସମୟ ରୁ ହେଇଯାଇଥିଲା ଏବଂ ସେ ସମୟରେ ରେ କୁହାଯାଇଥିଲା ଏହି ସବୁ କଥା ।

ଯେ କଳିଯୁଗ ରେ ଯେମିତି ସମୟ ପରିବର୍ତ୍ତନ ହେବ, ଲୋକ ଙ୍କ ଚରିତ୍ର ରେ ବି ପରିବର୍ତ୍ତନ ଆସିବ ଓ ସମସ୍ତେ ପାପ କରିବେ ।

ସେ କହିଥିଲେ କଳିଯୁଗରେ ହେବ ଏହି ୧୦ ଟି ପାପ

ମହାଭାରତ ସମୟ ର କୌରବ ଓ ପାଣ୍ତବ ଙ୍କ ପିତାମହ ଭୀଷ୍ମ ଏ ବିଷୟରେ ଆଗରୁ ସୂଚନା ଦେଇଥିଲେ । ଆଗକୁ ଆସିବା କଳି ଯୁଗ ରେ ଲୋକ ମାନେ ଘୋର ପାପ କରିବେ ହେଲେ ପ୍ରାୟଶ୍ଚିତ କରିବେ ନାହିଁ ।

ହିଂସା- ଏ ପାପ ସବୁଠୁ ବେସୀ ନିନ୍ଦା ର ବିଷୟ । ସବୁଜାଗାରେ ଏ ହିଂସା ଦେଖିବାକୁ ମିଳୁଛି । ପ୍ରଥମେ ଏ ବିଷୟରେ ପିତାମହ ଭୀଷ୍ମ ଜଣେଇଥିଲେ ।

ଚୋରି-  କଳିଯୁଗ ରେ ଚୋରି ହେବା ସାଧାରଣ କଥା ହେଇଯାଇଛି । ନିଜ ସୁବିଧା ପାଇଁ ଚୋରି କରିବା ସବୁଠୁ ବଡ଼ ପାପ । ଏଥିପାଇଁ ଲୋକଙ୍କୁ ନର୍କ ର ନିଆଁ ରେ ଜଳିବା କୁ ପଡ଼ିଥାଏ ।

ବ୍ୟଭିଚାର – ଏହା ହେଉଚି ଗୋଟେ ସ୍ତ୍ରୀ ତା ସାଥୀ ଥାଇ ମଧ୍ୟ ଆଉ ଜଣଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବା । ଏହା ମହାପାପ ହୋଇଥାଏ ।

ଖରାପ ଭାଷା ର ପ୍ରୟୋଗ- ଏ ଯୁଗର ରେ ଲୋକ ଅନ୍ୟ କୁ ଏମିତି କଥା କୁହନ୍ତି ଯାହା ପାଇଁ ସେମାନେ ଦୁଃଖୀ ହୁଅନ୍ତୁ ଏହା ବି ଏକ ପାପ ଅଟେ ।

କାହା ପାଇଁ ବହୁତ ଖରାପ କହିବା- କେବେ କେବେ ଆପଣ ବହୁତ ରାଗି କି କିଛି ବହୁତ ଖରାପ କଥା କହିଦେଇ ଥାଉ । ଏହା ମଧ୍ୟ ୧୦ ପାପ ଭିତରେ ଗୋଟେ ପାପ ।

ବଡ଼ ଙ୍କୁ ଅପମାନ ଦେବା- ନିଜ ଠୁ ବଡ଼ ଲୋକଙ୍କୁ ଆଦର କରିବା ଉଚିତ୍ । ଆଉ ଯିଏ ଅନାଦର କରନ୍ତି, ସେ ଏ ପାପରେ ଭାଗୀଦାର ହେଇଯାଆନ୍ତି ।

ମିଛ କହିବା- ଏ ଯୁଗ ରେ ସବୁଠୁ ବଡ଼ ପାପ ହେଉଚି ମିଛ କହିବା । ଲୋକେ ସବୁକଥା ରେ ଏହାର ପ୍ରୟୋଗ କରୁଛନ୍ତି, କିଛି ଭଲ ପାଇଁ ତ ଆଉ କିଛି ଲୋକେ ମନ୍ଦ ପାଇଁ ।

ମନରେ ବାସନା କାମନା ର ଭାବନା- ଆଜିକାଲି ସବୁଠି ଆମକୁ ରେପ୍ ର ଘଟଣା ଶୁଣିବାକୁ ମିଳୁଚି ଯାହା ବହୁତ ବଡ଼ ପାପ ହୋଇଥାଏ । ଲୋକେ ଏମିତି ଭାବନା ଅନ୍ୟ ପ୍ରତି ରଖୁଥିବା ରୁ ସେମାନେ କେବେ ବି ସୁଖ ଶାନ୍ତି ପାଇପାରି ନଥାନ୍ତି ।

Leave a Reply

Your email address will not be published. Required fields are marked *