କଣ ଆପଣଙ୍କୁ ଜଣାଅଛି ରାମାୟଣର କେବଳ ଗୋଟିଏ ମନ୍ତ୍ର ପଢିବା ଦ୍ଵାରା ହୋଇଥାଏ ପୁରା ରାମାୟଣ ପଡିବାର ଲାଭ- ଏଠାରେ ଜାଣନ୍ତୁ କଣ ହେଉଛି ସେହି ମନ୍ତ୍ର

ଆଜିକାଲି ଲୋକଙ୍କର ଜୀବନ ଏତେ ବ୍ୟସ୍ତ ହୋଇଯାଇଛି କି କାହାରୀକୁ ବି ନିଜର ହିନ୍ଦୁ ଶାସ୍ତ୍ରକୁ ପଢିବା ପାଇଁ ସମୟ ନାହିଁ ସେ ରାମାୟଣ ହେଉ ବା ଆଉ କେଉଁ ଗ୍ରନ୍ଥ । ଆଜି ଆମେ ଆପଣଙ୍କୁ ରାମାୟଣର ଏକ ଏମିତି ମନ୍ତ୍ର କହିବୁ ଯାହାକୁ ପ୍ରତିଦିନ ଜପ କରିବାଦ୍ୱାରା ଆପଣଙ୍କୁ ସମ୍ପୂର୍ଣ ରାମାୟଣ ପଢିବାର ଲାଭ ମିଳିବ । କୁହାଯାଇଛି କି ଜଣେ ହିନ୍ଦୁକୁ କମସେ କମ ଗୋଟେ ଥର ରାମାୟଣକୁ ପଢିବା ଦରକାର । ତାହେଲେ ଆସନ୍ତୁ ଜାଣିବା ସେହି ମନ୍ତ୍ରୀ ବିଷୟରେ ।

ଏହା ହେଉଛି ସେହି ଗୋଟିଏ ମନ୍ତ୍ର ଯାହାକୁ ପଢି ପୁରା ରାମାୟଣ ପଢିବା ଭଳି ଲାଭ ମିଳିବ

ହିନ୍ଦୁ ଧର୍ମରେ କୁହାଯାଇଛି କି ରାମାୟଣ ପଢିବା ଦ୍ଵାରା ମଣିଷଙ୍କର ପାପର ନାଶ ହୋଇଥାଏ । ଏଥିପାଇଁ ରାମାୟଣ ପଢିବା ସମସ୍ତଙ୍କର ପାଇଁ ଆବଶ୍ୟକ ବୋଲି କୁହାଯାଇଛି । ରାମାୟଣ ଦୁଇଜଣ ବିଦ୍ଵାନଙ୍କ ଦ୍ଵାରା ଲେଖାଯାଇଛି ତୁଲସୀ ଦାସଙ୍କ ଦ୍ଵାରା ରଚିତ ରାମାୟଣ ଥିଲା ‘ରାମଚରିତ ମାନସ’ଏବଂ ବାଲ୍ମୀକନ ଦ୍ଵାରା ରଚିତ ଥିଲା ‘ରାମାୟଣ’। ଏହା ହେଉଛି ସେହି ମହାଫଳଦାୟକ ମନ୍ତ୍ର ।

ଆଦି ରାମ ତପୋବନାଦି ଗମନଂ, ହତ୍ୟା ମୃଗଂ କାଞ୍ଚନମ ।

ବୈଦିହିହରନଂ ଜଟାୟୁମରନଂ ସୁଗ୍ରୀବସଂଭାଷଣମ ।

ବାଲିନିର୍ଦଲନଂ ସମୁଦ୍ରତରଣଙ୍ଗ ଲଙ୍କାପୁରୀଦାହନମ ।

ପଶ୍ଚାଦ ରାବଣ କୁମ୍ଭକର୍ଣ ହନନମ ,ଏତଧୀ ରାମାୟଣମ ।

ଏହି ମନ୍ତ୍ରର ଜପ ଏହି ବିଧି ଦ୍ଵାରା କରନ୍ତୁ

ପ୍ରଥମେ ସକାଳୁ ଜଲ୍ଦି ଉଠି ସାନ୍ନ କରନ୍ତୁ ଏବଂ ସଫା ବସ୍ତ୍ର ପିନ୍ଧନ୍ତୁ ତାପରେ ଶ୍ରୀରାମ ଙ୍କର ପୂଜା ଅର୍ଚନା କରନ୍ତୁ । ଏହାପରେ ଏକ ଆସନ ପକାଇ ଏକ ରୁଦ୍ରାକ୍ଷ ର ମାଳା ନିଅନ୍ତୁ ଏବଂ ଏହି ମନ୍ତ୍ରର ଜପ କରିବା ଆରମ୍ଭ କରି ଦିଅନ୍ତୁ । ପ୍ରତିଦିନ ପାଞ୍ଚ ଥର ରୁଦ୍ରାକ୍ଷ ମାଳା ସହିତ ଏହି ମନ୍ତ୍ରକୁ ଜପ ଫଳରେ ଆପଣଙ୍କୁ ମନବାଞ୍ଛିତ ଫଳ ମିଳିବ ଏବଂ ଆପଣଙ୍କର ସବୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଏହି ପ୍ରକାରରେ ଆପଣ ବି ଯଦି ସମ୍ପୁର୍ଣ୍ଣ ରାମାୟଣର ଜପ କରିବା ପାଇଁ ସମୟ ବାହାର କରିପାରୁ ନାହାଁନ୍ତି ତାହେଲେ ଏହି ଗୋଟିଏ ମନ୍ତ୍ରର ଜପ ନିହାତି କରନ୍ତୁ ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଯଦି ଆପଣ ମଧ୍ୟ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *