କଣ ମାସ୍କ ଅଟେ ବ୍ଲାକ ଫଙ୍ଗସ ପାଇଁ ଦାୟୀ ? ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଏହାର ମୁଖ୍ୟ କାରଣ

ଦେଶରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହା ସହିତ କେତେକ ସ୍ଥାନରେ ରୋଗୀମାନଙ୍କୁ ବେଡ, ଅକ୍ସିଜେନ, ଔଷଧ ଇତ୍ୟାଦି ସମସ୍ତ ପ୍ରକାରର ସୁବିଧା ମଧ୍ୟ ମିଳୁ ନାହିଁ । ଏହା ପରେ ମୃତ ବ୍ୟକ୍ତିକୁ ଶ୍ମଶାନରେ ଜାଗା ବି ମିଳୁ ନାହିଁ ।

କହିବାକୁ ଗଲେ ଏହିଭଳି ଦୃଶ୍ୟ ବିଷୟରେ ଆଗରୁ କେହି ବି ଚିନ୍ତା କରି ନ ଥିଲେ କି ସମସ୍ତଙ୍କୁ ଦିନେ ଏହିଭଳି ପରିସ୍ଥିତିର ସାମ୍ନା କାରିବାକୁ ପଡିବ । ଏହିଭଳି ସ୍ଥିତି ଦିନକୁ ଦିନ ଆହୁରି ବି ଅଧିକ ଭୟଙ୍କର ଓ ବିପଦ ହୋଇ ଯାଉଛି । କିନ୍ତୁ ଏହା ମଧ୍ୟରେ ପୁଣି ଏକ ନୂଆ ରୋଗ ସୃଷ୍ଟି ହୋଇ ଯାଇଛି । ଯାହାର ନାଁ ଅଟେ ବ୍ଲାକ ଫଙ୍ଗସ । କହିବାକୁ ଗଲେ କିଛି ଦିନ ହେବ ଆପଣମାନେ ନ୍ୟୁଜ ଚ୍ୟାନେଲ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମ ମାଧ୍ୟମରେ ବ୍ଲାକ ଫାଙ୍ଗସ ବିଷୟରେ ଶୁଣିଥିବେ ।

କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି ବ୍ଲାକ ଫାଙ୍ଗସ କେମିତି ହୋଇଥାଏ । ବ୍ଲାକ ଫଙ୍ଗସ ବହୁତ ଭୟଙ୍କର ରୋଗ ଅଟେ । କହିଦେଉଛୁ କି ବ୍ଲାକ ଫଙ୍ଗସକୁ ନେଇ ସବୁଦିନ କ୍କୌଣସି କୌଣସି ନୂଆ ଜିନିଷ ଆମ ସମସ୍ତଙ୍କ ସାମ୍ନାକୁ ଆସୁଛି । କହିଦେଉଛୁ କି କରୋନା ରୋଗୀମାନଙ୍କ ଶରୀରରେ ବ୍ଲାକ ଫଙ୍ଗସର ମାମଲା ବହୁତ ଜଲ୍ଦି ବଢିପାରେ ଲାଗିଛି ।

ବରିଷ୍ଠ ନେତ୍ର ବିଶେଷଜ୍ଞ ଡା. ଏସ ଏସ ଲାଲ ନିଜର ଏକ ବୟାନରେ କହିଛନ୍ତି କି ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବାହାର କରୁଥିବା ମାସ୍କ କାରଣରୁ ଏହି ବ୍ଲାକ ଫଙ୍ଗସ ରୋଗ ହୋଇପାରେ । ଯେମିତି କି ଆପଣ ବହୁତ ସମୟ ହେବ ମାସ୍କକୁ ସଫା କରି ନ ଥିବେ କିମ୍ବା ମାସ୍କ ପରିବର୍ତ୍ତନ କରି ନ ଥିବେ ଓ ଆପଣ ଗୋଟିଏ ମାସ୍କକୁ ବହୁ ଦିନ ହେବ ବ୍ୟବାହାର କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ବ୍ଲାକ ଫଙ୍ଗସ ହେବାର ଚାନ୍ସ ଅଧିକ ଅଛି ।

ମାସ୍କରେ ଯେଉଁ ଜୀବାଣୁ ଗୁଡିକ ଥାଏ ଓ ଏହା ଦ୍ଵାରା ହିଁ ଆଖିରେ ଫଙ୍ଗସ କିମ୍ବା ଇନଫେକସନ ହେବାର ଭୟ ଅଧିକ ହୋଇଥାଏ । ଆପଣଙ୍କର ଆଖି ନାଲି ପଡିଯିବ ଓ କିଛି ଧଳା ପାଣି ଭଳି ଜିନିଷ ଆଖିରୁ ବାହାରୁଛି ତେବେ ଏହା ରୋଗର ଲକ୍ଷଣ ଅଟେ । ଏହା ସହିତ ଆପଣଙ୍କର ଆଖି ଯନ୍ତ୍ରଣା ବି କରିବ । ଆପଣଙ୍କର ଦେଖିବା ଶକ୍ତି ବି ଚାଲିଯାଇପାରେ ନଚେତ ଆପଣଙ୍କର ଦ୍ରୁଷ୍ଟି ଶକ୍ତି କମ ହୋଇଯିବ ।

ସେ କହିଛନ୍ତି କି ବ୍ଲାକ ଫଙ୍ଗସର ଚିକିତ୍ସା ସମ୍ଭବ ଅଟେ ଓ ସଠିକ ସମୟରେ ଏହି ରୋଗର ଚିକିତ୍ସା ହେଲେ ଏଥିରୁ ବଞ୍ଚି ହେବ । କିନ୍ତୁ ସବୁଠୁ ବଡ ଦୁଃଖର କଥା ହେଉଛି କି ବ୍ଲାକ ଫଙ୍ଗସ କେତେକ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏମିତିରେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ କି ମାସ୍କକୁ ସବୁବେଳେ ପରିବର୍ତ୍ତନ କରନ୍ତୁ ।

Leave a Reply

Your email address will not be published. Required fields are marked *