କଣ ପାଇଁ ବିଧବା ମାନଙ୍କୁ ପିନ୍ଧିବାକୁ ପଡିଥାଏ କେବଳ ଧଳା ଶାଢୀ, ଜାଣନ୍ତୁ ଏହା ପଛର ବଡ କାରଣ

ଏହା ସମସ୍ତେ ଜାଣିଛନ୍ତି କି ଆମ ସମାଜରେ ଯେତେ ବି ବିଧବା ଅଛନ୍ତି ସେମାନେ କେବଳ ଧଳା ଶାଢୀ ପିନ୍ଧିଥାନ୍ତି । କଣ ପାଇ ବିଧବା ମହିଳାମାନେ ଧଳା ଶାଢୀ ପିନ୍ଧିଥାନ୍ତି ,ଏହାର ସଠିକ ଉତ୍ତର କେହି ଜାଣି ନାହାଁନ୍ତି । କିନ୍ତୁ ଆମ ଶାସ୍ତ୍ରରେ କିଛି ଏମିତି କାରଣ କୁହାଯାଇଛି ,ଯାହାକୁ ଜାଣିବା ପରେ ଆପଣ ବୁଝିଯିବେ କି ବିଧବା ମହିଳାମାନେ ଧଳା ଶାଢୀ ପିନ୍ଧିବାର ପରମ୍ପରା କଣ ପାଇଁ ଅଛି ।

ଶାସ୍ତ୍ର ଅନୁସାରେ କୁହାଯାଇଥାଏ କି ବିଧବା ମହିଳାମାନଙ୍କର ଦ୍ଵିତୀୟ ଥର ବିବାହ ହେଇପାରିବ ନାହିଁ ,ଏଥିପାଇଁ ସେମାନଙ୍କ ପାଇଁ ଶାସ୍ତ୍ରରେ କିଛି ଖାସ ନିୟମ ଲେଖାଯାଇଛି ।

ଶାସ୍ତ୍ର ଅନୁସାରେ ସ୍ବାମୀଙ୍କୁ ପରମେଶ୍ଵର କୁହାଯାଇଥାଏ ଏବଂ ଯେତବେଳେ ଜୀବନରେ ପରମେଶ୍ଵରଙ୍କର ଅନ୍ତ ହୋଇଯାଇଥାଏ ,ତାହେଲେ ମହିଳାଙ୍କୁ ବି ସଂସାରର ସବୁ ମାୟ ତ୍ୟାଗ କରି ସାଦା ଜୀବନ କାଟିବାକୁ ପଡିଥାଏ । ବିଧବା ମହିଳାମାନଙ୍କର ଧ୍ୟାନ ଆଉ କାହା ପଟକୁ ନ ଯିବା ପାଇଁ ତାଙ୍କୁ ଧଳା ବସ୍ତ୍ର ପିନ୍ଧିବା ପାଇଁ କୁହାଯାଇଥାଏ । ତାହା ଏଥିପାଇଁ କାରଣ ରଙ୍ଗୀନ କପଡା ଭୌତିକ ସୁବିଧାର ମନେ ପକାଇଥାଏ ।

ଏଥିପାଇଁ ତାଙ୍କୁ ଧଳା କପଡା ପିନ୍ଧିବାକୁ ପଡିଥାଏ । ଆମ ସମାଜରେ ବିଧବା ମାନଙ୍କୁ ସାତ୍ଵିକ ଭୋଜନ ହିଁ ଖାଇବାକୁ ପଡିଥାଏ । ସେମାନେ ନିଜ ଇଚ୍ଛାରେ ପିନ୍ଧି ପାରିବେ ନାହିଁ ଏବଂ ଖାଇ ପାରିବେ ବି ନାହିଁ । ବିଧବା ମହିଳାମାନଙ୍କୁ ଆମିଷ ଖାଇବକୁ ଏଥିପାଇଁ ମନାକରାଯାଇଥାଏ କି ଆମିଷ ଖାଇଲେ କାମ ଭାବନା ବଢିଥାଏ । ଏହାଛଡା ଦେଶରେ ଏମିତି କିଛି ଜାଗା ଅଛି ଯେଉଁଠି କି ବିଧବା ମହିଳାମାନଙ୍କର ବାଳ କାଟି ଦିଆଯାଉଛି ,କାରଣ ଏହା କୁହାଯାଇଥାଏ କି ବାଳ ମହିଳାମାନଙ୍କର ଶୃଙ୍ଗାର ହୋଇଥାଏ ଏବଂ ଏହା ସେମାନଙ୍କର ସୁନ୍ଦରତାକୁ ବଢାଇଥାଏ ।

କୌଣସି ସୁନ୍ଦର ପୁରୁଷର ନଜର ତା ଉପରେ ନପଡୁ ସେଥିପାଇଁ ସେମାନଙ୍କର ବାଳ କାଟି ଦେଇଥାନ୍ତି । ଏହି ମହିଳାମାନଙ୍କ ଜୀବନରେ ଉଦାସି ଛଡା କିଛି ବଞ୍ଚିନଥାଏ ,କିନ୍ତୁ ଆମ ସମାଜକୁ ଏଥିରେ କୌଣସି ଫରକ ପଡେ ନାହିଁ । ଆମ ଶାସ୍ତ୍ର ତ କହିଦେଲା କି ବିଧବା ମହିଳାମାନେ କିପରି ଜୀବନ ବଞ୍ଚିବେ ,ବୋଧେ ଆମ ଶାସ୍ତ୍ର କହିବାକୁ ଭୁଲିଯାଇଛି କି କୌଣସି ପୁରୁଷର ସ୍ତ୍ରୀ ମରିଗଲେ ତା ଜୀବନ କେମିତି ହେବା ଦରକାର । ଯେଉଁଠି ଆମ ସମାଜରେ ବିଧବା ମହିଳାମାନଙ୍କୁ ନିଶ୍ଵାସ ବି ପଚାରିକି ନେବାକୁ ପଡିଥାଏ ,ସେଠାରେ ପୁରୁଷକୁ ଆଉ ଠାରେ ବିବାହ କରିବା ପାଇଁ ମଧ୍ୟ ଦିଆଯାଇଥାଏ । ଆପଣଙ୍କୁ କଣ ଲାଗୁଛି ଏହି ନିୟମ ଠିକ ଅଟେ ?

ଯଦି ଆପଣଙ୍କ ପାଖରେ ଏହି ପ୍ରଶ୍ନ ର ଉତ୍ତର ଅଛି ତାହେଲେ ଆମକୁ ନିହାତି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *