ସାପ – ବାଦୁଡି ନୁହେଁ ଏହି ଜୀବ ଚୀନରେ ପ୍ରସାରିତ କରିଛି କରୋନା ଭାଇରସ, ଘଟଣା ହେଲା ସ୍ପଷ୍ଟ

ଚୀନରେ ପ୍ରସାରିତ କୋରୋନା ଭାଇରସ ଦୁନିଆସାରା ଆତଙ୍କ ଖେଳାଇ ରଖିଛି ,ଯାହା ପରେ କି ବହୁ କିଛି ଲୋକଙ୍କୁ ନିଜ ଜୀବନରୁ ହାତ ଧୋଇବା କୁ ପଡିଛି । ଏହି ରୋଗକୁ ନେଇ ସେଠାରେ ଅଲଗା ଅଲଗା କାରଣ ଅନୁମାନ କରାଯାଉଥିଲା ,ଯାହା ପରେ କି ସାପ ଓ ବାଦୁଡି ଙ୍କୁ ଏଥିପାଇଁ ପ୍ରମୁଖ କାରଣ ବୋଲି ଦର୍ଶାଯାଇଥିଲା । ଏହା ମଧ୍ୟରେ ଏହି ଘଟଣା ବିଷୟରେ ନୂଆ ପ୍ରମାଣ ସାମ୍ନାକୁ ଆସିଛି ।

ଏକ ନୂଆ ଗବେଷଣାରୁ ଜଣା ପଡିଲାକି କୋରୋନା କୁ ମଣିଷ ଶରୀରକୁ ଆସିବା ପାଇଁ ବଣ ଜନ୍ତୁ ପେଙ୍ଗୋଲିନ ର ବି ଭୂମିକା ହୋଇପାରେ ।

ଏବେ ପର୍ଯ୍ୟନ୍ତ ଅନୁମାନ କରାଯାଉଥିଲା କି ସାପ ଏବଂ ବାଦୁଡି ଦ୍ଵାରା କୋରୋନା ର ଭାଇରସ ପ୍ରସାରିତ ହୋଇଛି । ଦକ୍ଷିଣ ଚୀନର କୃଷି ବିଶ୍ୱବିଦ୍ୟାଳୟ ନିଜ ୱେବସାଇଟ ରେ ଏକ ବୟାନ ରେ କହିଛିକି କୋରୋନାର ଜୀବାଣୁ ,ପେଙ୍ଗୋଲିନ ଠାରୁ ମିଳିଥିବା ଜୀବାଣୁ ସହିତ ୯୯ ପ୍ରତିଶତ ମିଶୁଚ୍ଛି ।

ସେଠାରେ ଚୀନ ର ସରକାର ସମାଚାର ପ୍ରତିଚାଳକ ସଂସ୍ଥା ସିହୁଁଆ ର ଦ୍ଵାରା କୁହାଯାଇଛି କି ପେଙ୍ଗୋଲିନ ଠାରୁ ଏହି ରୋଗ ମଣିଷ ପାଖକୁ ଆସିବାର ସମ୍ଭାବନା ଅଧିକ ଅଛି । ପେଙ୍ଗୋଲିନ ଏକ ସ୍ତଳଚର ପ୍ରାଣୀ ଅଟେ । ଏସିଆର କେତେକ ଦେଶରେ ଏହାକୁ ଖାଇବାରେ ବ୍ୟବହାର କରାଯାଉଛି ଏବଂ ଔଷଧ ପାଇଁ ମଧ୍ୟ ବ୍ୟବହାର କରାଯାଉଛି । ବିଶ୍ଵ ବଜାର ରେ ଏହାର ଦାମ ୧୦ରୁ୧୨ଲକ୍ଷ ଟଙ୍କା ଅଟେ ଯେତବେଳେ କି ଭାରତରେ ଏହାକୁ ୨୦ରୁ ୩୦ ହଜାର ଟଙ୍କା ମୂଲ୍ଯରେ ବିକ୍ରି କରାଯାଇଥାଏ ।

Leave a Reply

Your email address will not be published. Required fields are marked *