କଣ ପ୍ରେମ ବିବାହ ଭୁଲ ଅଟେ ? Krishna Vani

ଯୁବକ ସମୟ ଆମ ଜୀବନର ସବୁଠୁ ସୁନ୍ଦର ସମୟ ହୋଇଥାଏ । ବହୁତ ଶକ୍ତି ଓ ମନରେ ବହୁତ କିଛି ଭାବନା ଥାଏ କରିବା ପାଇଁ, ଆଖିରେ ବହୁତ ସ୍ଵପ୍ନ ଥାଏ ଏହି ଅବସ୍ତା ଭିତରେ ମନୁଷ୍ୟ  ଭିତରେ ଉଠିଥାଏ ପ୍ରେମ କାହାକୁ ଦେଖି ମନ ମୋହିତ ହୋଇଯାଇଥାଏ । ତା ପରେ ମନୁଷ୍ୟ ସବୁକିଛି ସେଥି ପାଇଁ କରିଥାଏ । ପୁଣି ପ୍ରେମର ପରିଣତି ହୋଇଥାଏ ବିବାହରେ କିନ୍ତୁ ଏଠାରେ ପରିବାରରେ ବାପା ମା ସମସ୍ତଙ୍କ ଭିତରେ ବିଚାର ଆରମ୍ଭ ହୋଇଯାଇଥାଏ ।

ସନ୍ତାନକୁ ଲାଗି ଥାଏକି ସେ ପସନ୍ଦ କରିଥିବା ଜୀବନ ସାଥି ତା ପାଇଁ ଉପଯୁକ୍ତ ଅଟେ । କିନ୍ତୁ ବାପା ମାଙ୍କୁ ଲାଗିଥାଏକି ସନ୍ତାନ ଅଜାଣତରେ ଭୁଲ କରୁଛି ।

ସନ୍ତାନର ତର୍କ ହୋଇଥାଏ କି ତାକୁ ବିବାହ କାହା ସହିତ କରିବାର ଅଛି । ସେ ତାର ଅଧିକାର ଅଟେ, ଓ ମାତା ପିତାଙ୍କର ତର୍କ ଏହା ହୋଇଥାଏକି ଜୀବନସାଥି ପସନ୍ଦ କରିବାର ବୟସ ହୋଇନି, ତ ଏହି ଅବରୋଧକୁ କେମିତି କଟାଯାଇ ପାରିବ  । ଏହି ପରିସ୍ଥିତି ବାପା ମା ଭାବି ଥାନ୍ତି କିନ୍ତୁ ପୁଅ ତା ନିଜ ପସନ୍ଦର ବାଛିଦେଇଥାଏ ।

ପୁଅକୁ ଲାଗେକି ସେତା ଜୀବନର ନିସ୍ପତି ନିଜେ ନେବା ଉଚିତ କିନ୍ତୁ ବାପା ମା ତା କଥାରେ ଏକମତ ହୋଇନଥାନ୍ତି । ସେଥିଲାଗି ଘରେ ମଧ୍ୟ ବହୁତ ଅଶାନ୍ତି ହୋଇଥାଏ ।   ନିର୍ଣୟ କେମିତି ନିଆଯିବ, ଏହାର ଗୋଟିଏ ମାତ୍ର ମାର୍ଗ ଅଟେ । ନିଜର ଉତ୍ତର ଦାୟିତ୍ଵର ମାନ ଓ ନିଜଠୁ ବଡ ମାନଙ୍କର ମାପ ଦଣ୍ଡର ମାନ ।

ବିବାହ କରିବା ପୂର୍ବରୁ ଏହା ଜାଣିବା ଆବଶ୍ୟକ ହୋଇଥାଏ ବିବାହ କେବଳ ପ୍ରେମକୁ ପାଇବାର ମାର୍ଗ ହୋଇନଥାଏ । ବିବାହ ଦ୍ଵାରା ଜୀବନର ନୂଆ ଦ୍ଵାରା ଖୋଲିଥାଏ ଓ ସବୁ ନୂଆ ଜୀବନ ସହିତ ନୂଆ ଉତ୍ତର ଦାୟିତ୍ଵବି ହୋଇଥାଏ । ଯଦି ଏହି ସବୁ ଉତ୍ତର ଦାୟିତ୍ଵକୁ ବୁଝିକି ବିଚାର କରାଯାଇଥାଏ ତ ବିଶ୍ଵାସ କରନ୍ତୁ ଆପଣଙ୍କ ଦାମ୍ପତ୍ୟ ଜୀବନ ଆନନ୍ଦରେ ଭରିଯିବ ।

ଆପଣଙ୍କୁ କେବେ ପସ୍ତେଇବାକୁ ପଡିନଥାଏ କି ଆପଣ କିଛି ଅନୁଚିତ ନିର୍ଣୟ ନେଇ ନାହାନ୍ତି ।ବିବାହ ପରେ ଜୀବନରେ ବହୁତ କିଛି ବଦଲାବ ଆସିଥାଏ ଯେଉଁ ଥିରେ ନୂଆ ନୂଆ ଖାପାଖୁଆଇ ଚଳିବାକୁ ବହୁତ କଷ୍ଟ କରିବାକୁ ପଡିଥାଏ । ପ୍ରେମ ବିବାହ ଖାଲି ପାଇବା ପାଇଁ ନୁହେଁ ସବୁ ଜିନିଷକୁ ପରଖିବା ମଧ୍ୟ ହୋଇଥାଏ ଏହା ସହିତ ସଠିକ ଜୀବନ ସାଥିର ଆବଶ୍ୟକ ପସନ୍ଦ କରିବା ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *