ବଲିଉଡ ରେ ପ୍ରତ୍ୟେକ ବର୍ଷ ଓ ପ୍ରତ୍ୟେକ ମାସ ରେ ବହୁତ ସାରା ଫିଲ୍ମ ବନିଥାଏ । କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯାହାର କାହାଣୀ ଓ ଗୀତ ଆଜି ମଧ୍ୟ ଲୋକ ମାନଙ୍କର ସବୁବେଳେ ମନେ ରଖିଥାନ୍ତି । କିଛି ଫିଲ୍ମ ଏମିତି ବି ଅଛି ଯାହାର କଳାକାର ତାଙ୍କର ଡ଼ାଇଲୋଗ ପାଇଁ ଜଣା ଯାନ୍ତି । ଏବଂ ଲୋକମାନେ କେବେ ତାଙ୍କୁ ଭୁଲି ପାରି ନଥାନ୍ତି ।
ଆଜି ଆମେ ଗୋଟେ ଏହିପରି ଫିଲ୍ମ ବିଷୟରେ ଆଲୋଚନା କରିବା ଯାହାର ଡ଼ାଇଲୋଗ ‘ମେରେ କରଣ ଅର୍ଜୁନ ଆୟେଙ୍ଗେ’ ବହୁତ ଚର୍ଚିତ ହୋଇଥିଲା । ଏହି ଫିଲ୍ମ ର ନାମ ‘କରଣ ଅର୍ଜୁନ’ ଥିଲା । ଏହା ୧୯୯୫ ମସିହା ରେ ରିଲିଜ ହୋଇଥିଲା ।
ଏହି ଫିଲ୍ମ ର ନିର୍ଦେଶକ ରାକେଶ ରୋସନ ଥିଲେ । ସେହି ସମୟ ରେ ଏହି ଫିଲ୍ମ ୬ କୋଟି ବଜେଟ ରେ ନିର୍ମିତ ହୋଇଥିଲା । ଏବଂ ଏହି ଫିଲ୍ମ ୫୦ କୋଟି ଟଙ୍କା ରୁ ଅଧିକ କମାଇ କରିଥିଲା । ଏହି ଫିଲ୍ମ ସେହି ବର୍ଷ ସବୁଠାରୁ ଅଧିକ କମାଇ କରିବାର ଦ୍ଵିତୀୟ ଫିଲ୍ମ ଥିଲା ।
ଏହି ଫିଲ୍ମ ରେ ଏକ ଭଲ ଅଭିନେତ୍ରୀ ଥିଲେ ଯିଏ ସଲମାନ ଓ ଶାହରୁଖ ଙ୍କ ମା ଭୂମିକା ରେ ଅଭିନୟ କରିଥିଲେ । ସେ ହେଉଛନ୍ତି ଅଭିନେତ୍ରୀ ରାଖୀ । ରାଖୀ ଙ୍କ ପାଇଁ ଡ଼ାଇଲୋଗ ‘ମେରେ କରଣ ଅର୍ଜୁନ ଆୟେଙ୍ଗେ’ ଆଜି ବି ଲୋକଙ୍କ ମନ ରେ ରହିଛି । କିନ୍ତୁ ସେବେ ର ରାଖୀ ଓ ଆଜି ର ରାଖୀ ମଧ୍ୟ ବହୁତ ତଫାତ ଦେଖିବାକୁ ମିଳିଛି । ଆଜି ରାଖୀ ଙ୍କୁ ଦେଖିଲେ କେହି କହି ପାରିବେନି ଇଏ ସେହି ରାଖୀ ଯିଏ କରଣ ଅର୍ଜୁନ ଫିଲ୍ମ ରେ ଅଭିନୟ କରିଥିଲେ ।
ପୂର୍ବରୁ ଲୋକମାନେ ରାଖୀ ଙ୍କ ସୁନ୍ଦରତା ଓ ଆକ୍ଟିଙ୍ଗ ର ପ୍ରଶଂସକ ଥିଲେ । ଏବେ ରାଖୀ ଙ୍କୁ ଦେଖିଲେ ତାଙ୍କ ଚେହେରା ରେ ଏକ ଉଦାସପନ ଦେଖା ଯାଉଛି । ଏବଂ ତାଙ୍କ ଛୋଟ ଛୋଟ କେସ ଦେଖିଲେ ଏହା ଲାଗୁଛି ଯେପରି ସେ ଏକ ବଡ ରୋଗ ରୁ ସ୍ଵସ୍ଥ ହୋଇ ଆସିଛନ୍ତି । ରାଖୀ ଙ୍କର ପୁରା ନାମ ରାଖୀ ମଜୁମଦାର । ରାଖୀ ୨୦ ବର୍ଷ ବୟସ ରୁ ବଙ୍ଗାଳୀ ଫିଲ୍ମ ବଧୁ ବରଣ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ତା ପରେ ସେ ପାଖାପାଖି ୨୦୦ ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି ।
ରାଖୀ ଙ୍କର ପ୍ରଥମ ବଲିଉଡ ଫିଲ୍ମ ଟି ହେଉଛି ‘ଜୀବନ ମୃତ୍ୟୁ’ । ଏହି ଫିଲ୍ମ ରେ ସେ ଅଭିନେତା ଧର୍ମେନ୍ଦ୍ର ଙ୍କ ସହ ଅଭିନୟ କରିଥିଲେ । ରାଖୀ ଙ୍କୁ ବହୁତ ଫିଲ୍ମ ପାଇଁ ବହୁତ ଗୁଡିଏ ପୁରସ୍କାର ରେ ମଧ୍ୟ ସମ୍ମାନିତ କଡ଼ା ଯାଇଛି । ସେ ଶେଷ ଥର ପାଇଁ ୨୦୦୯ ମସିହା ରେ ବଲିଉଡ ଫିଲ୍ମ ‘କ୍ଲାସ ମେଟ’ ଅଭିନୟ କରିଥିଲେ । ତା ପର ଠାରୁ ସେ କୌଣସି ବି ବଲିଉଡ ଫିଲ୍ମ କରି ନାହାନ୍ତି ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।