କର୍ମ ବଡ ନା ଭାଗ୍ୟ- Krishna Vani

କର୍ମ ବଡ କି ଭାଗ୍ୟ ବଡ ଗୋଟେ କାହାଣୀ ମାଧ୍ୟମରେ ବୁଝିବା । ଯାହା ପରେ ଆପଣଙ୍କୁ ଜଣାପଡିବ ଭାଗ୍ୟ ଓ କର୍ମ ଭିତରେ ବଡ କିଏ । ଗୋଟି ଜଙ୍ଗଲର ଅଲଗା ଅଲାଗା ସ୍ଥାନରେ ଦୁଇଟି ରାଜାଙ୍କ ରାଜ୍ୟ ଥିଲା, ସେହି ଜଙ୍ଗଲରେ ଜଣେ ସନ୍ଥ ବାସ କରୁଥିଲେ ।

ଦୁଇଜଣ ରାଜା ସେହି ସନ୍ଥ ରାଜାଙ୍କୁ ଗୁରୁ ମାନୁଥିଲେ ତାଙ୍କର ବଡ ଆଦର କରୁଥିଲେ । ସେ ଜଙ୍ଗଲର ମଝିରେ ଗୋଟେ ନଦୀ ବହୁଥିଲା, ସେ ଦୁଇ ରାଜ୍ୟର ଗୋଟିଏ ମାତ୍ର ଜଳ ସ୍ତ୍ରୋତ ଥିଲା । ଏହି ନଦୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଚାଲିଥିଲା ।

ଗୋଟେ ସମୟ ଏମିତି ଆସିଲା ଯେଉଁଠି ଦୁଇଟି ରାଜ୍ୟର ବିବାଦ ଏତେ ବଢି ଗଲା କି କଥା ଯୁଧ୍ୟ ପର୍ଯ୍ୟନ୍ତ ପହଞ୍ଚି ଗଲା । ଯୁଧ୍ୟ ଆରମ୍ଭ ହେବା ପୂର୍ବରୁ ଦୁଇଟି ସନ୍ଥ ରାଜାଙ୍କ ଆଶୀର୍ବାଦ ନେବାକୁ ଚାହୁଁଥିଲେ । ଜଣେ ଜଣେ କରି ସନ୍ଥଙ୍କ ନିବାସ ସ୍ଥଳୀରେ ପହଞ୍ଚିଲେ, ଯେତେବେଳେ ପ୍ରଥମ ରାଜା ସନ୍ଥଙ୍କ ପାଖରେ ପହଞ୍ଚିଲେ ତ ସେ କହିଲେକି ତୁମ ଭାଗ୍ୟରେ ଜିତିବା ନାହିଁ । ଯାହା ହେବ ଭଗବାନଙ୍କର ଇଚ୍ଛା । ସନ୍ଥଙ୍କ କଥା ଶୁଣି ରାଜା ବହୁତ ଡରିଗଲେ, ତାପରେ ସେ ଟିକେ ବିଚାର କଲେ ଓ ସେନା ମାନଙ୍କୁ କହିଲେ ଯଦି ହାରିବାର ଅଛି ପୁରା ଶକ୍ତି ସହିତ ଲଢିବା ଓ ନିଜ ପ୍ରଦର୍ଶନକୁ ଅଲଗା ଲୋକ ପାଇଁ ଉଦାହରଣ ବନେଇବା ।

ଯେତେବେଳ ଦ୍ଵିତୀୟ ରାଜା ଆଶୀର୍ବାଦ ନେବା ପାଇଁ ସନ୍ଥଙ୍କ ନିକଟରେ ପହଞ୍ଚିଲେ ତାଙ୍କୁ ଦେଖି ସନ୍ଥ କହିଲେ ଏହି ସମୟରେ ଭାଗ୍ୟ ତୁମ ସହିତ ଅଛି ବୋଲି ଲାଗୁଛି । ଆଗକୁ ଯାହା ଭଗବାନ ଚାହିଁବେ, ସନ୍ଥଙ୍କ କଥା ଶୁଣି ରାଜା ବହୁତ ଖୁସି ହୋଇଗଲେ । ସେ ଏତେ ନିଶ୍ଚିତ ହୋଇଗଲେକି ଯେମିତି ତାର ଜିତ ହୋଇଗଲା ଓ ତାର ସେନାରେ ଏହି ଖବର ପହଞ୍ଚାଇ ଦେଲେକି ଆମର ହିଁ ଜିତ ହେବ ବୋଲି । ତାପର ଦିନ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା ଗୋଟିଏ ସେନା ଏହା ଭାବି ଲଢୁ ଥିଲାକି, ଯଦି ଭାଗ୍ୟରେ ହାର ଆଚି ତଥାପି ମଧ୍ୟ ଆମେ ପୂର୍ଣ ପରାକ୍ରମ ସହିତ ଲଢିବା ।

ଅପର ପକ୍ଷରେ ଆଉ ଗୋଟେ ରାଜାଙ୍କ ଚିନ୍ତା ଧାରା ଏହା ଥିଲାକି, ଜିତ ତ ଆମ ଭାଗ୍ୟରେ ଅଛି ତ ଡରିବାର କଣ ରହିଛି । ଯୁଧ୍ୟ କରିବା ସମୟରେ ଆଉ ଗୋଟେ ରାଜାର ଘୋଡାର ନାଲ ବାହାରିଗଲା କିନ୍ତୁ ସେ ଧ୍ୟାନ ଦେଲେ ନାହିଁ । ରାଜାଙ୍କ ମନରେ ତ ଭାଗ୍ୟ ତାଙ୍କ ପକ୍ଷରେ ଅଛି ବୋଲି ଘର କରି ସାରିଥିଲା । ଯଦି ଭାଗ୍ୟ ମୋ ସହିତ ଅଛି କେଉଁ କଥାର ଡର । କିଛି ସମୟ ପରେ ଘୋଡା ତଳେ ପଡିଗଲା ଓ ରାଜାଙ୍କୁ ଶତ୍ରୁ ପକ୍ଷ ଆକ୍ରମଣ କରିଦେଲେ ଓ ତାଙ୍କର ପରାଜୟ ହୋଇଗଲା । ସନ୍ଥ ସେ ଯୁଧ୍ୟ ଭୂମିରେ ଥିଲେ ଓ ଦୁଇଟି ରାଜା ପଚାରିଲେ ଗୁରୁଜୀ ଭାଗ୍ୟର ଲେଖା କେମିତି ବଦଳି ଗଲା ।

ସନ୍ଥ କହିଲେ କି ଭାଗ୍ୟ ବଦଳିନୀ ସେ ତାର ନିଜ ଜାଗାରେ ସ୍ଥିର ଅଛି କିନ୍ତୁ ଆପଣ ମାନେ ବଦଳି ଗଲେ । ସନ୍ଥ ପ୍ରଥମ ରାଜାକୁ କହିଲେକି ରାଜନ ତୁମେ ହାରିବା କଥା ଜାଣି ମଧ୍ୟ ଜିତିବା ପାଇଁ ଦିନ ରାତି ଏକ କରିଦେଲା । ଯୁଧ୍ୟର ସବୁ ଜିନିଷର ନଜର ରଖିଲେ । ସନ୍ଥ ପରାଜିତ ରାଜାଙ୍କୁ ଚାହିଁ କହିଲେକି ହେ ରାଜାନ ଯୁଧ୍ୟ ଜିତିବା ପୂର୍ବରୁ ହିଁ ଆପଣ ଜିତିବାର ଉତ୍ସବ ମନେଇବାକୁ ଲାଗିଲ । ନିଜ ଘୋଡାର ନାଲର ବି ଠିକ ଯତ୍ନ ନେଲନୀ ଓ ସେନାର ରଣନୀତି ଉପରେ ଧ୍ୟାନ ଦେବାତ ଦୂର କଥା । ଶେଷରେ ହୋଇଗଲା ଯାହା ହେବାର ଥିଲା ।

ଆପଣଙ୍କ ଭାଗ୍ୟ ବଦଳି ନାହିଁ ଯାହା ଲେଖା ଥିଲା ସେ ତାଙ୍କର ବ୍ୟକ୍ତିତ୍ବ ବଦଳେଇ ଦେଲେ । ଆପଣ କୁହନ୍ତୁ ଏହିଭଳି ପରିସ୍ତିତିରେ ଭାଗ୍ୟ କଣ କରିବ । ବନ୍ଧୁଗଣ ଭାଗ୍ୟ ଲୁହା ସମାନ ହୋଇଥାଏ, ଯେଉଁଠି କର୍ମର ଚୁମ୍ବକ ଥିବ ସେ ତା ଆଡକୁ ଆକର୍ଷିତ ହୁଏ । ଭାଗ୍ୟ ଆମ କର୍ମର ହିଁ ପରିଣାମ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *