କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା, କରନ୍ତୁ ଏହି 5 ଟି କାମ ପୁଣ୍ୟ ପ୍ରାପ୍ତି ହେବ

ଶାସ୍ତ୍ର ଗୁଡିକରେ କାର୍ତ୍ତିକ ପୂର୍ଣ୍ଣିମାର ବହୁତ ମହତ୍ଵ ଅଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଆପଣ ପୂଜା ପାଠ କରି ସମସ୍ତ ଦେବୀ ଦେବତାଙ୍କୁ ପ୍ରସନ୍ନ କରି ପାରିବେ । ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୧୯ ନଭେମ୍ବର ଦିନ ପଡୁଛି । ଜ୍ୟୋତିଷୀଙ୍କ ଅନୁସାରେ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଏକ ମହା ସଂଯୋଗ ହେଉଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଘରର ମୁଖ୍ୟ ଦ୍ଵାରକୁ ଫୁଲ ଦ୍ଵାରା ସୁସଜ୍ଜିତ କରନ୍ତୁ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଜଲ୍ଦି ସକାଳୁ ଉଠି ସମସ୍ତ ଘରକୁ ସଫା କରି ନିଜର ସମସ୍ତ ନିତ୍ୟ କର୍ମ ଶେଷ କରି ସ୍ନାନ କରି ଘରର ମୁଖ୍ୟ ଦ୍ଵାରକୁ ତ୍ଵରଣ ଇତ୍ୟାଦି ଦ୍ଵାରା ସଜାନ୍ତୁ ।

ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଅବଶ୍ୟ କରନ୍ତୁ । କୁହାଯାଏ କି ଏହିଭଳି କରିବା ଦ୍ଵାରା ଏହି ଦିନରେ ମାତା ଲକ୍ଷ୍ମୀ ନିଶ୍ଚିତ ରୂପରେ ଘରକୁ ଆଗମନ କରିଥାନ୍ତି । ଘରର ସମସ୍ତ ଦୁଃଖ ଓ ଦରିଦ୍ରତା ଦୂର ହୋଇଯାଏ । ମନ୍ଦିର ଯାଇ ଦୀପ ଲଗାନ୍ତୁ ।

ଶାସ୍ତ୍ରରେ କୁହାଯାଏ କି କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀ କିମ୍ବା ପୋଖରୀରେ ଦୀପ ଦାନ ଶୁଭ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ସହ ଦୀପ ଲଗାନ୍ତୁ । ଏହିଭଳି କରିବା ଦ୍ଵାରା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂର୍ଣ ହୋଇଥାଏ । ଆବଶ୍ୟକ ବ୍ୟକ୍ତିକୁ ଚାଉଳ ଦାନ କରନ୍ତୁ । ଏହିଭଳି କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଯେଉଁ ଲୋକମାନଙ୍କ ଜାତକରେ ଚନ୍ଦ୍ରମା ପତିକୁଳ ସ୍ଥିତିରେ ଥାଏ ତାଙ୍କୁ ବି ଏହି ଦିନରେ ବିଶେଷ କରି ଚାଉଳ ଦାନ କରିବା ଉଚିତ ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରମାଙ୍କ ପୂଜା କରିବା ବହୁତ ଭଲ ହୋଇଥାଏ । ଚନ୍ଦ୍ରମାଙ୍କୁ ଗଙ୍ଗାପାଣିର ଅର୍ଘ୍ୟ ଦେଇ କ୍ଷୀରୀ ଭୋଗ ଲଗାନ୍ତୁ । ଏହିଭଳି କରିବା ଦ୍ଵାରା ବ୍ୟକ୍ତି ଜୀବନର ସମସ୍ତ ବାଧା ଦୂର ହୋଇଯାଏ । ତୁଲସୀ ଗଛର ପୂଜା କରନ୍ତୁ । କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଲସୀ ଗଛ ନିକଟରେ ଶୁଦ୍ଧ ଘିଅର ଦୀପ ଅବଶ୍ୟ ଲଗାନ୍ତୁ । ତୁଲସୀ ଗଛ ପୂଜା କରି ତାଙ୍କର ଆରାଧନା କରି ୭ ଥର ତୁଲସୀ ଗଛର ପରିକ୍ରମା କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଜୀବନରେ ଭଲ ପରିଣାମ ମିଳିବ ।

ବୈଭବ ଲକ୍ଷ୍ମୀ ବ୍ରତ ଆରମ୍ଭ କରନ୍ତୁ । ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ବୈଭବ ଲକ୍ଷ୍ମୀ କରାଯାଏ । ଯଦି ଆପଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୈଭବ ଲକ୍ଷ୍ମୀ ବ୍ରତ ଆରମ୍ଭ କରୁଛନ୍ତି ତେବେ ଏହା ବହୁତ ଲାଭଦାୟକ ହୋଇଥାଏ । ପୌରାଣିକ କଥା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ । କୁହାଯାଏ କି ଏହି ଦିନରେ ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ କରି ଭଗବାନଙ୍କ ନିକଟରେ ଦୀପ ଲଗାଇବା ଦ୍ଵାରା ବିଶେଷ କୃପା ମିଳିଥାଏ ।

Leave a Reply

Your email address will not be published. Required fields are marked *