ବରିଷ୍ଠ ନେତା Sura Routray ହେଲେ କରୋନାରେ ପୀଡିତ

କହିବାକୁ ଗଲେ ଭାରତରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁତ କମ ଅଛି । ଏହା ସତ୍ବେ ବି ଆମ ସମସ୍ତଙ୍କୁ କରୋନା ନିୟମ ମାନି ଚଳିବାକୁ ପଡିବ । ଯେମିତି କି ସବୁବେଳେ ସବୁ ସ୍ଥାନରେ ମାସ୍କ ପିନ୍ଧି ରୁହନ୍ତୁ । ଯଦି ଆପଣ ମାସ୍କ ପିନ୍ଧିବେ ଓ ନିଜକୁ ପରିଷ୍କାର ରଖିବେ ତେବେ ଆପଣଙ୍କୁ ହୁଏତ କାରୋନା ନ ହୋଇପାରେ । କିନ୍ତୁ ଏହାରି ମଧ୍ୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ସବୁ ନିୟମକୁ ମାନୁ ନାହାନ୍ତି । ମାସ୍କ ତ ଦୂର କଥା କରୋନା ନିୟମକୁ ବି ମାନୁ ନାହାନ୍ତି ।

କିନ୍ତୁ ଏହା ଭୁଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏକ ବଡ ଖବର ନେଇ ଆସିଛୁ । କହିଦେଉଛୁ କି ସବୁବେଳେ ମିଡିଆରେ ଛାଇ ରହୁଥିବା ସୁର ରାଉତରାୟ ଏବେ କରୋନାରେ ଆକ୍ରାନ୍ତ ।

ଯିଏକି ଦିନେ କହୁଥିଲେ କି ତାଙ୍କୁ କରୋନା ହବ ନାହିଁ । କିନ୍ତୁ ଆଜି ସେ ଭୁଲ ପ୍ରମାଣିତ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ଓ ଜଟଣୀ ବିଧାୟକ ସୁର ରାଉତରାୟଙ୍କ କରୋନା ରିପୋର୍ଟ ପଜିଟିବ ଆସିଛି । ଏହା ପରେ ଯେତେବେଳେ ତାଙ୍କର ପତ୍ନୀଙ୍କ ଟେସ୍ଟ କରାଗଲା ତେବେ ତାଙ୍କର ବି କରୋନା ରିପୋର୍ଟ ପଜିଟିବ ଆସିଲା । କହିବାକୁ ଗଲେ ଏହି ଖବର ଗତକାଲି ସାମ୍ନାକୁ ଆସିଥିଲା । ରିପୋର୍ଟ ସାମ୍ନାକୁ ଆସିବା ପରେ ସୁର ରାଉତରାୟ ଓ ତାଙ୍କର ପତ୍ନୀ ଦୁଇ ଜଣ ହିଁ ସଂଘ ରୋଧରେ ଅଛନ୍ତି ।

ଉଭୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି କୁହାଯାଉଛି । କରୋନାର ଦୁଇଟି ଲହର ମଝିରେ କଂଗ୍ରେସ ନେତା ସୁର ରାଉତରାୟ ନିଜର ମନ୍ତବ୍ୟକୁ ନେଇ ବହୁତ ଚର୍ଚାରେ ଆସିଥିଲେ । ସେ ବାରମ୍ବାର କହୁଥିଲେ କି ସେ କେବେ ବି ମାସ୍କ ପିନ୍ଧିବେ ନାହିଁ ଓ କେବେ ବି କରୋନରେ ସଂକ୍ରମିତ ହେବେ ନାହିଁ । ଏହା ସହିତ ସଂଘରୋଧ, ମାସ୍କ ପିନ୍ଧିବାକୁ ଓ ଅନ୍ୟ କିଛି ନିୟମକୁ ନେଇ ସେ ବାରମ୍ବାର ସରକାରଙ୍କୁ ପ୍ରଶ୍ନ କରୁଥିଲେ । କିନ୍ତୁ ତାଙ୍କର ଏହି ଚିନ୍ତାଧାର ଭୁଲ ପ୍ରମାଣିତ ହୋଇଗଲା ।

ବର୍ତ୍ତମାନ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ତାଙ୍କର ରକ୍ତ ନମୁନା ପରୀକ୍ଷା ହୋଇଥିଲା ଓ ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିବ ଆସିଥିଲା । ରିପୋର୍ଟ ସାମ୍ନାକୁ ଆସିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ସେ ସତର୍କ ରହିବା ପାଇଁ ଓ ଦରକାର ପଡିଲେ ନମୁନା ପରୀକ୍ଷା କରିବା ପାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *