କପି ପାଇଁ ଜେରକ୍ସ ଦୋକାନରେ ମାଟ୍ରିକ ପିଲାଙ୍କ ଠେଲାପେଲା ! ଶୃଙ୍ଖଳାର ସହ ହେଉଛି ତ ଦଶମ ପରୀକ୍ଷା ? ଦେଖନ୍ତୁ video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ଯରେ ଚାଲିଛି ମାଟ୍ରିକ ପରୀକ୍ଷା । ସବୁ ଆଡେ ସ୍ବଚ୍ଛତା ର ସହ ପରୀକ୍ଷା ହେଉଛି ବୋଲି ଦାବି କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଉ ତାଙ୍କର ଏହି କଥାରେ କେତେ ସତ୍ୟତା ରହିଛି ତାହା ଭାଇରାଲ ହୋଇଥିବା ଭିଡିଓ କହି ଦେଉଛି । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ।

ଏହି ଅଞ୍ଚଳରେ ପରୀକ୍ଷା କେନ୍ଦ୍ର ନିକଟରେ ଥିବା ଜେରକ୍ସ ବା ଫୋଟୋ କପି ଦୋକାନରେ ପରିକ୍ଷା ଦିନ ଯମୁଛି ଏଭଳି ସ୍କୁଲ ପିଲାଙ୍କ ଭିଡ । ଏ ଭିଆଦ କଣ ପାଇଁ ଯମୁଥିବା ଆଉ ଏମାନେ ସବୁ କିଏ ସେ କଥା ବୋଧ ହୁଏ କହିବାର ଜରୁରା ନାହି । ଏହି ଜେରକ୍ସ ଦୋକାନୀ ମାନେ ପରୀକ୍ଷାରେ ପଡୁଥିବା ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ଯୋଗାଇ ଦେବାର ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା କଥା ଏହି ଜେରକ୍ସ ଦୋକାନୀ ପିଲାଙ୍କୁ ସସ୍ତରେ ମାଇକ୍ରୋ ଜେରକ୍ସ ଯୋଗାଇ କପି କରିବାକୁ ପ୍ରୋଶ୍ଚାହିତ କରୁଛନ୍ତି । ତେବେ ଏହି ଅହିଯୋଗକୁ ଗୁରତର ସହ ନେଇଛି ଜିଲ୍ଲା ପ୍ରଶାସନ । ବିଭିନ୍ନ ଜେରକ୍ସ ଦୋକାନରେ ଅଚାନକ ପହଞ୍ଚି ଚଢାଉ କରିଛି । ଏଲେ ଥରେ ଭାବନ୍ତୁ ଏହି ଅଭିଯୋଗ ସତ ହୋଇଥିଲେ କେତେ ସାଂଘାତିକ ହୋଇପାରେ ।

ଗଣଶିକ୍ଷା ମନ୍ତ୍ରୀ ଙ୍କ କଥା ଅନୁଯାୟୀ ରାଜ୍ୟରେ କୁଆଡେ ପରୀକ୍ଷା ଶୃଙ୍ଖଳିତ ଓ ସଚୋଟତା ସହ ପୁରା ଯାଉଛି । ତେବେ ମନ୍ତ୍ରୀ ଙ୍କ ଏହି କଥାରେ କେତେ ସତ୍ୟତା ତାହା କିଛି ଦିନ ତଳେ ଖୋଦ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରୁ ଭାଇରାଲ ହୋଇଥିବା ଏକ ଅଡିଓ ରୁ ବାରି ହୋଇ ପଡୁଥିଲା । ସ୍କୁଲ ଭିତରେ କପି ଯୋଗାଇ ଦେବାକୁ କିଭଳି ମୂଲଚାଲ ଚାଇଥିଲା ସେ କଥା ପୁରା ଓଡିଶା ଶୁଣିଥିଲା ।

ଆଉ ଏବେ ଆନନ୍ଦପୁର ରୁ ଆସିଥିବା ଏହି ହବାର ରାଜ୍ୟରେ ଦଶମ ପରୀକ୍ଷା ଯେ କେତେ ଶୃଙ୍ଖଳା ର ସହ ହେଉଛି ତାହା ସର୍ବ ସାଧାରଣ ରେ ସ୍ପଷ୍ଟ କରି ଦେଉଛି । ଏହି ଦୁଇ ଟି ଯାକ ଘଟଣାର ସତ୍ୟତା ଏ ଯାଏଁ ସାମନା କୁ ଆସି ନାହି । ଯଦି ଏହି ଘଟଣା ସତ ହୁଏ ତେବେ ରାଜ୍ୟର ଭବିଷ୍ୟତ ପିଢୀ ଙ୍କ ପ୍ରତି କେତେ ବଡ ପ୍ରତାରଣା ତାହା ଅନୁମାନ କରି ହେଉଛି । ତେବେ ଏ ନେଇ ଜିଲ୍ଲା ପ୍ରସାଶନର କିଛି ବି ପ୍ରତିକ୍ରିୟା ମିଳିପାରି ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *