ଭଲ ସମୟ ଆସିବା ପୂର୍ବରୁ ମହାଦେବ ଦିଅନ୍ତି ଏହି 7ଟି ସଂକେତ, କେବଳ ସୋମବାର ହିଁ ମିଳେ

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ସୋମବାର ଦିନ ପୂଜା ଆରାଧନା କରାଯାଏ । ମହାଦେବଙ୍କର ଅନେକ ନାମ ରହିଛି । ମହାଦେବଙ୍କ କାହାଣୀ, କଥା ଅନେକ ପୁରାଣରେ ଲେଖା ରହିଛି । ଯେଉଁ ବ୍ୟକ୍ତି ମହାଦେବଙ୍କର ଶ୍ରଦ୍ଧା ର ସହ ପୂଜା ଆରାଧନା କରିଥାଏ ସେ ମହାଦେବ ଙ୍କର କୃପା ଲାଭ କରିଥାଏ । ମହାଦେବ ଙ୍କ କୃପାରେ ଧନ ସମସ୍ଯା ତହରୁ ଆରମ୍ଭ କରି ରୋଗ ବୈରାଗ ଓ ଘରେ ଚାଲିଥିବା ସବୁ ସମସ୍ୟାର ନିବାରଣ ହୋଇଥାଏ । ଅନେକ ପୁରାଣରେ ମହାଦେବଙ୍କ କଥା ଓ କାହାଣୀ ବର୍ଣ୍ଣନା କରା ଯାଇଛି ଯେଉଁଥିରେ ଭକ୍ତ ମାନଙ୍କର ସବୁ ଇଚ୍ଛା ପୂରଣ କରା ଯାଇଛି ।

ମନ୍ଦିରରେ ମଧ୍ୟ ମହାଦେବଙ୍କର ଅନେକ ରୀତିନୀତି ଅନୁସାରେ ପୂଜା ପାଠ କରାଯାଏ । ଶିବ ପୁରାଣ ଅନୁସାରେ ଯଦି ମହାଦେବ ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ସୋମବାର ଦିନ ୭ଟି ସଂକେତ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡିକ କଣ ରହିଛି । ୧- ଯଦି କୌଣସି ବ୍ୟକ୍ତି ବ୍ରଂହ ମୂହୁର୍ତ୍ତରେ ଉଠି ଚନ୍ଦ୍ର ଦର୍ଶନ କରିଥାଏ ତେବେ ଏହା ଶୁଭ ଓ ଫଳଦାୟକ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଚନ୍ଦ୍ରମା ଦୋଷ ରହିଥାଏ ତେବେ ସେହି ବ୍ୟକ୍ତି ସୋମବାର ବ୍ରତ କରିବା ଉଚିତ ।

୨- ଯଦି କୌଣସି ବ୍ୟକ୍ତି ସୋମବାର ଦିନ ଧଳା ନନ୍ଦୀର ଦର୍ଶନ କରିଥାଏ ତେବେ ଏହା ଶୁଭ ହୋଇଥାଏ । କାରଣ ନନ୍ଦୀ ହେଉଛି ମହାଦେବଙ୍କର ବାହନ ଯାହାର କୃପା ସର୍ବଦା ରହିଥାଏ । ମନ୍ଦିରରେ ମଧ୍ୟ ମହାଦେବଙ୍କ ସହ ନନ୍ଦୀର ସ୍ଥାପନ କରାଯାଏ । କାରଣ ନନ୍ଦୀ ବାହନ ସହ ମହାଦେବଙ୍କର ପରମ ଭକ୍ତ ଅଟନ୍ତି ।

୩- ଯଦି ସୋମବାର ଦିନ ନାଗ ଦେବତା ଙ୍କ ଦର୍ଶନ ମିଳିଥାଏ ତେବେ ଏହା ଶୁଭ ହୋଇଥାଏ । କାରଣ ନାଗ ଦେବତା ସ୍ଵୟଂ ମହାଦେବଙ୍କ ଗଳାରେ ବିରାଜମାନ କରିଥାନ୍ତି ।

୪- ଯଦି ସୋମବାର ଦିନ କୌଣସି ଦମ୍ପତି ଙ୍କୁ ଏକାଠି ବସିବାର ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ଏପରି ହେବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

୫- ଯଦି ସୋମବାର ଦିନ କଳା କୁକୁର ଘର ବାହାରେ ଠିଆ ହେବାର ଦୃଶ୍ୟ ହୁଏ ତେବେ ଏହା ଶୁଭ ହୋଇଥାଏ । କାରଣ ଏହା ଦ୍ଵାରା ଦରିଦ୍ରତା ଦୂର ହୋଇଥାଏ । ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୬- ସୋମବାର ଦିନ ମାଟି ପାତ୍ରରେ ଜଳ ଭରା ଥିବାର ଦୃଶ୍ୟ ହେଲେ ଏହା ଶୁଭ ହୋଇଥାଏ । ଘରେ ସୁଖ ଶାନ୍ତି ରହିବା ସହ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

୭- ସୋମବାର ଦିନ ଭସ୍ମ ଦେଖିବା ଶୁଭ ହୋଇଥାଏ । କାରଣ ମହାଦେବ ସ୍ଵୟଂ ଭସ୍ମ ଧାରଣ କରିଥାନ୍ତି । ସୋମବାର ଦିନ ଭସ୍ମ ଦେଖିଲେ ନିରୋଗୀ ହେବା ସହ ଶରୀର ତେଜସ୍ବୀ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *