କେବେବି ଏହି ଦିନ ଧୁଅନ୍ତୁ ନାହିଁ ଘର ନହେଲେ ଲକ୍ଷ୍ମୀ ଘରୁ ରାଗିକି ପଳେଇବେ- Jyotisha Shastra

ଆଜି ଆମେ ଆପଣଙ୍କୁ କହିବୁ କେଉଁ ଦିନ ଘର ସଫା କଲେ ଲକ୍ଷ୍ମୀଛଡା ହୋଇଯାଆନ୍ତି । କଥାରେ ଅଛି ସ୍ବଚ୍ଛତା ହିଁ ଭଗବାନ, ଏଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତୁରା ରହିବା ପାଇଁ ପରାମର୍ଶ ଦିଆଯାଇଛି । ନିଜକୁ ସଫା ସୁତୁରା ରଖିବା ସହିତ ନିଜ ପରିବେଶ ନିଜ ଘରକୁ ମଧ୍ୟ ସ୍ବଚ୍ଛ ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଓ ସମୃଦ୍ଧି ପ୍ରାପ୍ତ କରିଥାଏ ।  ଘର ଦ୍ଵାରା ସଫସୁତୁରା ରଖିଲେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ।

ଆସନ୍ତୁ ଜାଣିବା କେଉଁ ଦିନ ଘର ଧୋଇଲେ କଣ ପ୍ରତିକ୍ରିୟା ହୋଇଥାଏ । ଦିନ ୧୨ ଟା ପରେ ଘର ଧୁଆ ପୋଛା କରିବା ଉଚିତ ନୁହେଁ, ଏମିତି କଲେ ମାତା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ।

କାରଣ ପ୍ରାତଃ କାଳ ହେଉଛି ଦେବୀ ଲକ୍ଷ୍ମୀଙ୍କର ଆଗମନର ସମୟ ତେଣୁ ସେହି ସମୟରେ ଘର ଧୋଇବା ଉଚିତ ନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି । କେବେହେଲେ ଗୁରୁବାର ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ । ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ଘର ଧୋଇବା ଭଲ ହୋଇଥାଏ । ଗୁରୁବାର ଦିନ ଘର ଧୋଇଲେ ଗୁରୁ ଗ୍ରହ ଶନି ଏବଂ ମାତା ଲକ୍ଷ୍ମୀ ରାଗନ୍ତି ବୋଲି କୁହାଯାଇଛି ।

ଘର ଧୁଆପୋଛା କରୁଥିଲେ ଗୋଟିଏ କଥାକୁ ଦୃଷ୍ଟିରେ ରଖିବା ଅବଶ୍ୟକ ଖାଲି ପାଣିରେ ଘର ଧୋଉଥିଲେ ପାଣିରେ ଲିମ୍ବ ପତ୍ର ପକାଇ ଘର ଟିକୁ ପୋଛନ୍ତୁ । ପ୍ରଥମେ ଲିମ୍ବ ପତ୍ରକୁ ଗୋଟେ ପାତ୍ରରେ ରଖି ଗରମ କରି ନିଅନ୍ତୁ ଏହା ଫୁଟିବାକୁ ଲାଗିଲେ ଏହି ପାଣିକୁ ଆଣି ଘର ପୋଛା ପାଣିରେ ପକାଇ ଦିଅନ୍ତୁ ଏବଂ ଘର ପୋଛନ୍ତୁ । ଏମିତି କରିବା ଦ୍ଵାରା ଘରେ ଲକ୍ଷ୍ମୀ ନିବାସ କରିବେ ଏବଂ ରୋଗ ବ୍ୟାଧି ଆସିବ ନାହିଁ ।

ଆଉ ଗୋଟିଏ କଥା ମନେ ରଖନ୍ତୁ ବେଳେ ବେଳେ ଘର ପୋଛୁଥିବା ବେଳେ ପାଣିରେ ଲୁଣ ପକାଇ ଧୁଅନ୍ତୁ । କାହିଁକି ନା ଲୁଣର ସମ୍ବନ୍ଧ କୁବେର ଓ ମାତା ଲକ୍ଷ୍ମୀଙ୍କ ସହିତ ରହିଛି । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇଥାଏ । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ଲାଇକ ଓ ଶେୟର କରନ୍ତୁ । ଏବଂ ଆପଣଙ୍କ ମତାମତ କଣ ରହିଛି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *