କେବେ ବ୍ୟାଟ କିଣିବାକୁ ନଥିଲା ପଇସା, ଆଜି ବି କ୍ଷୀର ବିକୁଛନ୍ତି ବାପା- କିଛି ଏମିତି ଅଟେ ରାଧା ଯାଦବଙ୍କ ସଂଘର୍ଷର କାହାଣୀ

ମହିଳା ୱୋର୍ଲ୍ଡ ଟି୨୦ ରେ ଭାରତୀୟ ଟିମର ଅପରାଜିତ ପ୍ରଦର୍ଶନ ଜାରି ହେଇଛି । ଜିତିବାର ରଥ ଉପରେ ଚଢିଥିବା ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ହରାଇ ଲଗାତାର ଚାରୋଟି ମ୍ୟାଚ ଜିତି ନେଇଛି । ଭରତ ପ୍ରଥମରୁ ସେମିଫାଇନାଲ ରେ ପହଞ୍ଚି ସାରିଛି । ଏବେ ଶ୍ରୀଲଙ୍କାକୁ ସାତଟି ୱିକେଟରେ ହରାଇବା ସହିତ ସେ ନିଜର ଲିଗ ମ୍ୟାଚର ଶେଷ ଗୃପ ‘ଏ’ରେ ଟପ ରେ ରହିଲେ । ଏହି ଜିତିବାରେ ଭାରତୀୟ ସ୍ପିନର ରାଧା ଯାଦବ ଅଧିକ ଯୋଗଦାନ ଥିଲା । ଚାରି ଓଭରରେ ୨୩ ରନ ଦେଇ ଚାରିଟି ୱିକେଟ ନେଇଥିବା ଏହି ଖେଳାଳିଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ବଛା ଯାଇଛି ।

ରାଧାଙ୍କ ଖେଳ ଯେତେ ଭଲ ଅଟେ, କାହାଣୀ ସେତିକି ପ୍ରେରଣାଦାୟୀ ।

ରାଧା ଜେତାବେଳେ ଟିମ ଇଣ୍ଡିଆରେ ଜାଗା ତିଆରି କରିଥିଲେ ସେଟାବେଳେ ତାଙ୍କ ବସାୟ ୧୭ବର୍ଷ ଥିଲା । ରାଧାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ତାଙ୍କୁ ରାଜେଶ୍ଵରୀ ଗାୟକବାଡ ଙ୍କ ଜାଗାରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ବଛାଯାଇ ଥିଲା । ରାଧା ଉତ୍ତରପ୍ରଦେଶର ଯୌନପୁର ଜିଲ୍ଲାର ଅଜୋଶୀ ଗାଁରେ ରହନ୍ତି । ପ୍ରଥମ ଶିକ୍ଷା ଗାଁରେ ହିଁ ହୋଇଥିଲା । ବାପା ପ୍ରକାଶ ଚନ୍ଦ୍ର ଯାଦବ ମୁମ୍ବାଇରେ ଡେୟରି ଉଦ୍ଯୋଗ ସହିତ ଯୋଡି ହୋଇଛନ୍ତି ,ରାଧା ବାପାଙ୍କ ପାଖକୁ ଯାଇ କ୍ରିକେଟର କୋଚିଙ୍ଗ ନେବାକୁ ଲାଗିଲେ ଏବଂ ୨୦୧୮ରେ ଅନ୍ତରାଷ୍ଟୀୟ କ୍ରିକେଟରେ ପଦାର୍ପଣ କଲେ । ଆରମ୍ଭରୁ ସେ ମୁମ୍ବାଇ ଟିମରେ ଥିଲେ । ବର୍ତମାନ ସେ ଗୁଜୁରାଟ ପାଇଁ ଖେଳୁଛନ୍ତି ।

ଛଅ ବର୍ଷ ବୟସରେ ହିଁ ରାଧା କ୍ରିକେଟ କେଳିବା ଆରମ୍ଭ କରିଦେଇ ଥିଲେ । ପ୍ରଥମେ ସେ ମହଲର ପିଲାମାନଙ୍କ ସହିତ ଖେଳୁଥିଲେ । ଗଳିରେ ଷ୍ଟମ୍ପ ଲଗାଇ ପୁଅମାନଙ୍କ ସହିତ ଜଣେ ଝିଅ ଖେଳୁଥିବାର ଦେଖି ଲୋକମାନେ ପରିବାର ଲୋକଙ୍କୁ ଖରାପ କରି କହୁଥିଲେ । ଓମପ୍ରକାଶ କହିଛନ୍ତି କି ତାଙ୍କୁ ସବୁବେଳେ ଏହା ଶୁଣିବାକୁ ପଡୁଥିଲା କି ଝିଅକୁ ଏତେ ଖୋଲା ଛାଡିବା ଠିକ ନୁହେଁ ।

କିନ୍ତୁ ସେ କେବେବି ସେମାନଙ୍କ କଥା ଶୁଣୁ ନଥିଲେ ,ଝିଅକୁ ଖୋଳାରେ ନିଜ ଇଚ୍ଛାରେ ଖେଳିବା ପାଇଁ ସବୁବେଳେ ଛାଡି ଦେଉଥିଲେ । ଚାରି ଭାଇ ଭଉଣୀଙ୍କ ଭିତରେ ସବୁଠାରୁ ସାନ ରାଧାଙ୍କ ବାପା ଛୋଟ ଦୋକାନ ଚଲାନ୍ତି । ଏହି ଦୋକାନରୁ ମୁମ୍ବାଇ ପରି ସହରରେ ଘରର ଖର୍ଚ ବାହାର କରିବା ବହୁତ କଷ୍ଟ ହୋଇଥାଏ । ପଢିବା -ଔଷଧର ଖର୍ଚ ବି ବହୁତ କଷ୍ଟରେ ବାହାରି ଥାଏ ।

ଏପରି ପରିସ୍ଥିତିରେ ରାଧାଙ୍କ ପାଖରେ କିଟ ତ ଦୂରରେ ବ୍ୟାଟ କିଣିବା ପାଇଁ ପଇସା ନଥିଲା । ସେତବେଳେ ତାଙ୍କୁ ବ୍ୟାଟ ତିଆରି କରି ଅଭ୍ୟାସ କରୁଥିଲେ । ଘର ଠାରୁ ୩କିମି ଦୂର ରାଜେନ୍ଦ୍ରନଗର ରେ ଥିବା ଷ୍ଟାଡିୟମ ପର୍ଯ୍ୟନ୍ତ ବାପା ସାଇକେଲରେ ଛାଡିବା ପାଇଁ ଯାଉଥିଲେ ଏବଂ ଫେରିଲା ବେଳେ ରାଧା କେବେ ଅଟୋ ତ ଆଉ କେତବେଳେ ଚାଲିକି ଘରକୁ ଆସୁଥିଲେ ।

Leave a Reply

Your email address will not be published. Required fields are marked *