କେମିକାଲ ଦିଆ ହୋଇ ପାଚି ଥିବା ଆମ୍ବ କର୍କଟ ରୋଗ ସୃଷ୍ଟି କରିପାରେ, ଜାଣନ୍ତୁ ଏହାକୁ ବଜାରରେ କିପରି ଚିହ୍ନିବେ

ଆମ୍ବ ଗୋଟେ ଏମିତି ଫଳ ଦେଖିଲେ ପାଟିରେ ପାଣି ଆସିଯାଏ । ଏବେ ଗରମ ଦିନରେ ଆମ୍ବର ବହୁତ ଚାହିଦା ଓ ଏହି ଦିନରେ ଆମ୍ବ ଖାଇବାକୁ ମିଳେ । ଆମ୍ବରେ ବି ବହୁତ ପ୍ରକାରର ଆସେ,ରଙ୍ଗ ରୂପରେ ଟିକେ ଅଲଗା ଆସେ । ବଜାରରୁ ଆସୁଥିବା ଆମ୍ବ ଯଦି କେମିକାଲ ଦ୍ଵାରା ପଚା ଯାଇଥାଏ ତାକୁ ଖାଇଲେ ଦେହ ପାଇଁ ବହୁତ ଖରାପ । କେତକ ବ୍ୟବସାଇ ଅଛନ୍ତି ବିକ୍ରି କରିବା ଚକ୍କରରେ ଆମ୍ବକୁ ପ୍ରାକୃତିକ ରୂପରେ ପାଚିବାକୁ ଅପେକ୍ଷା କରନ୍ତି ନାହିଁ, କେମିକାଲ ସାହାଯ୍ୟରେ ପଚେଇ ଦିଅନ୍ତି ।

କେମିକାଲ ରେ ପାଚୁ ଥିବା ଫଳ ଖାଇଲେ ହୋଇପାରେ ରୋଗ:

କେମିକାଲ ବାଲା ଆମ୍ବ ଖାଇଲେ କର୍କଟ ରୋଗ ଓ ସ୍ନାୟୁ ତନ୍ତ୍ର ଖରାପ ହବାର ସମ୍ଭାବନା ଥାଏ । ଏଥିରେ ଆପଣଙ୍କୁ ଚର୍ମ କର୍କଟ, କୋଲନ କର୍କଟ, ସର୍ବୟକଲ କର୍କଟ, ବ୍ରେନ ଡ୍ୟାମେଜ ଲିଭର ଭଳି କେତକ ରୋଗ ହୋଇପାରେ । ଏହା ପରେ ବି ସ୍ନାୟୁ ସହ ଜଡିତ ମଧ୍ୟ ଅନେକ ରୋଗ ହୋଇପାରେ । ଫଳକୁ ପଚାଇବା ପାଇଁ ଅଧିକତର କେଲସିୟମ କାର୍ବାଇଡ, ଏସିଟିଳୀନ ଗ୍ଯାସ, କାର୍ବନ ମୋନକ୍ସାଇଡ, ପୋଟାସିଅମ ସଲଫେଟ, ଆକ୍ସିଟିନ ଭଳି ବହୁତ କେମିକାଲ୍ସ ବ୍ୟବହାର କରାଯାଉଛି ।

କେମିତି ଚିହ୍ନିବେ କେମିକାଲ ରେ ପଚା ଯାଇ ନ ଥିବା ଫଳ :

କେମିକାଲ ରେ ପଚା ଯାଇଥିବା ଆମ୍ବ ସବୁଜ ଏବଂ ହଳଦିଆ ଦେଖାଯାଏ । ମାନେ ଯେଉଁ ସାଇଟରେ କେମିକାଲ ଲାଗି ରୁହେ ସେଇ ପାଖ ହଳଦୀ ହୁଏ ଓ ବାକି ପଟ ସବୁଜ ରହେ । ପ୍ରାକୃତିକ ରୂପରେ ପାଛୁଥିବା ଫଳ ରେ ନୀଳ ଓ ହଳଦୀ ରଙ୍ଗ ଦେଖା ଯାଇନି । କେମିକାଲ ରେ ପଚା ଯାଉଥିବା ଆମ୍ବ ଭିତର କେଉଁଠି ହଳଦିଆ ତ କେଉଁଠି ସଫା ଦେଖା ଯାଏ ଓ ପ୍ରାକୃତିକ ରୂପରେ ପଚା ଯାଉଥିବା ଆମ୍ବ ଭିତର ପୁରା ହଳଦୀ ଦେଖାଯାଏ ।

କେମିକାଲରେ ପଚା ଯାଇଥିବା ଆମ୍ବ ଉପର ହଳଦିଆ ଓ ପାଚିଲା ଭଳି ଲାଗେ କିନ୍ତୁ ଭୀତର କଞ୍ଛା ଥାଏ । କେମିକାଲ ବାଲା ଆମ୍ବ ଖାଇଲେ ମୁହଁ ସ୍ଵାଦ ନଷ୍ଟ ହୋଇଯାଏ । କିଛି ଆମ୍ବ ଖାଇଲେ ମୁହଁରେ ଜଲନ ହୁଏ, କିଛି ଲୋକଙ୍କୁ ପେଟ କାଟେ, ବାନ୍ତି ଓ ଡାଇରିଆ ହୁଏ ।

ଫଳ ନେବା ସମୟରେ ଏହି କଥାକୁ ଧ୍ୟାନରଖ ଏହି କଥା :

ଫଳ କିଣିବା ସମୟରେ ତାକୁ ଶୁଙ୍ଘି କି ଦେଖନ୍ତୁ । ଯଦି ଏହା କେମିକାଲ ବାସ୍ନା ହେଉଛି ତ କିଣନ୍ତୁ ନହିଁ । ଫଳକୁ ଆଣିବା ପରେ ଠିକରେ ସଫା କରନ୍ତୁ, ଯଦି ଆମ୍ବ ଖାଇବାକୁ ଚାହୁଁଛନ୍ତି ତାକୁ 5 ମିନିଟ ଭିଯାଇ ଦିଅନ୍ତୁ ।

ଟିପଣୀ: ଇଣ୍ଟରନେଟରେ ଥିବା ବିଷୟ ବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାଇୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *