ଭୁଲରେ ବି ସ୍ଵାମିକୁ କୁହନ୍ତୁ ନାହିଁ ଏହି ୫ଟି କଥା, ସମ୍ପର୍କରେ ବଢିପାରେ ଦୁରତ୍ଵ

ସମସ୍ତେ ଚାହାନ୍ତି ବିବାହିତ ଜୀବନ ସୁଖମୟ ହେଉ କିନ୍ତୁ ଏହି ଲୋକ ମାନଙ୍କର ସଂଖ୍ୟା କମ ହେବାରେ ଲାଗିଛି ଯେଉଁମାନେକି ନିଜ ଜୀବନରେ ଖୁସି ଆଣିବାର ପ୍ରୟାସ ଜାରି ରଖିଛନ୍ତି । ସ୍ଵାମୀ ସ୍ତ୍ରୀ ଭିତରେ ଛୋଟ ମୋଟ ଝଗଡା ହେବା ସାମାନ୍ଯ କଥା ଅଟେ, କିନ୍ତୁ ଏହି ଛୋଟ କଥା ବା ଝଗଡା ବଢି କଥା ତଲାକ ର ରୂପ ନିଏ । ମନୋବୈଜ୍ଞାନିକଙ୍କ ହିସାବରେ କିଛି କଥା ଥାଏ ଯେଉଁଥିପାଇଁ ତଲାକ ର କଥା ଉଠେ, ସମ୍ପର୍କ ରେ ଏହି କଥା କେବେ ବି ଉଠେଇବା କଥା ନୁହେଁ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏମିତି ସବୁ କଣ କଥା ଅଛି ଯାହା କହିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ବଢିଥାଏ ।

Image Courtesy: Google

ଆଉ କାହା ସ୍ଵାମୀ କଣ କରୁଛି କହିବା କଥା ନୁହେଁ :

ସୋଶଲ ମେଡିଆ ରେ ଆଉ କାହା ଫୋଟ ଦେଖି ସେମାନଙ୍କୁ କମେଣ୍ଟ କରନି । ନିଜସ୍ଵାମୀର ଅସୁବିଧା ବିଷୟରେ ଜଣା ଥିବା ଦରକାର । କାହାର ଫୋଟ ଦେଖି ତାର ଲାଇଫର ଖୁସିକୁ ଜାଣି ହୋଇ ପାରେନା । ଅଲଗା କାହା କଥାରେ ପ୍ରଭାବିତ ହୋଇ ନିଜ ଜୀବନ ଖରାପ କରିବା କଥା ନୁହେଁ । ସେଥିପାଇଁ କେବେବି ନିଜ ସ୍ଵାମିକୁ ଆଉ କାହା ସହ କମ୍ପେୟର କରନ୍ତୁ ନାହିଁ ।

ପିଲାମାନଙ୍କୁ ଏକେଲା ଛାଡି ପାରିବିନି :

Image Courtesy: Google

ପିଲା ମାନଙ୍କୁ ପାଖରେ ରଖିବା ଅଭ୍ୟାସ ଛଡାନ୍ତୁ । ଏଇଟା ଠିକ ଯେ ଆପଣ ମାତା ପିତା କିନ୍ତୁ ତା ପୂର୍ବରୁ ଆପଣ ସ୍ଵାମୀ ସ୍ତ୍ରୀ ଅଟନ୍ତି । କେବଳ ଛୁଆ ପାଇଁ ନୁହେଁ ସ୍ଵାମୀ ପାଇଁ ବି ଟାଇମ ବାହାର କରନ୍ତୁ । କୌଣସି ସମ୍ପର୍କ ରେ ଦୁଇ ଜଣ ଦୁଇ ଜଣ ଙ୍କ ସମ୍ମାନ କରିବା ନିହାତି ଜରୁରୀ । ନିଜ ସ୍ଵାମିକୁ ସମୟ ଦିଅନ୍ତୁ ଦେଖିବେ ଆପଣଙ୍କ ମଧ୍ୟରେ ପିଆରଏମ ବଢିବ ।

ମୁଁ ତୁମକୁ କେବେ କ୍ଷମା କରିବି ନାହିଁ :

ଦୁନିଆରେ କେହିଭି ଠିକ ନୁହେଁ । ସମସ୍ତଙ୍କ ଦ୍ଵାରା ଭୁଲ ହୁଏ, କେବେ ସମ୍ପର୍କ ରେ ଭୁଲ ବୁଝାମଣା ରଖିବନି । ଯଦି ଦୁଇ ଜଣ ଦୁଇ ଜଣଙ୍କୁ କ୍ଷମା କରିବା ନଶିଖିବ ତାହେଲେ ନିଜ ଭିତରେ ଦୁରତ୍ଵ ବଢି ପାରେ । ଯଦି ବି କିଛି ଭୁଲ ହେଉଛି ତେବେ ତାକୁ ସମାଧାନ କରିବାର ବାଟ ଖୋଯ ।

Image Courtesy: Google

ଏମିତି ଯଦି ଚାଲିବ ତଲାକ ଦେଇ ଦେବି:

 

କେବେ ଝଗଡା ଟାଇମ ରେ ଏମିତି କଥା କୁହନ୍ତୁ ନି । ନା କି ଝଗଡା ଟାଇମ ରେ ତଲାକ ଦେବା ର ଧମକ ଦେବା । ହେଇ ପାରେ ଏହି କଥା ତାକୁ ସତରେ ଖରାପ ଲାଗି ପାରେ ସେ ତଲାକ ଦେବା କଥା ଭାବି ପାରନ୍ତି । ସେଥିପାଇଁ ଏଭଳି କଥା କେବେବି ନିଜ ମୁହଁରେ ଆଣନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *