କେମିତି ହୋଇଥିଲା 4ଟି ଯୁଗର ଆରମ୍ଭ ?

ପୂରାଣ ହିସାବରେ ସମୟକୁ ଚାରୋଟି ଯୁଗରେ ବଣ୍ଟା ଯାଇଛି, ଚାରୋଟି ଯୁଗ ହେଲା ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ, କଳିଯୁଗ ନାମରେ ଜଣା ଯାଉଛି । ହିନ୍ଦୁ ପୁରାଣରେ ବ୍ୟାଖ୍ୟା ଅଛି ଯେବେ କାଳ ଖଣ୍ଡରେ ସେହିସମୟର ପରିସ୍ଥିତି ଓ ମାନକ ଅନୁସାରେ ଧର୍ମର ଲୋପ ହେବାକୁ ଲାଗେ ହୁଏ ଭଗବାନ ଶ୍ରୀ ହରି ଅବତାର ଗ୍ରହଣକରି ଅଧର୍ମୀଙ୍କର ନାସ କରନ୍ତି । ପୁଣି ତିନି ଲୋକରେ ଧର୍ମର ପୁନଃ ସ୍ଥାପନ ହୁଏ । ଏହା ସେହି ସମୟ ହୋଇଥାଏ ଯେତେବେଳେ ନୂଆ ଯୁଗର ଆରମ୍ଭ ହୋଇଥାଏ । କଣ ବନ୍ଧୁଗଣ ଆପଣ ଏହା ଜାଣିଛନ୍ତି ଚାରିଯୁଗର ଆରମ୍ଭ କେମିତି ହେଲା ଓ ଅନ୍ତ ହେବ ତ କେମିତି ହେବ ।

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ବହୁତ ବାର ଏହି ଚାରୋଟି ଯୁଗର ପରିବର୍ତନ ହୋଇଛି । କିନ୍ତୁ ଏମିତି ମନାଯାଏ ସୃଷ୍ଟିର ପ୍ରାରମ୍ଭରେ ମାନେ କାଳ ଖଣ୍ଡ ପ୍ରଥମ ସତ୍ୟଯୁଗ ଥିଲା । ସତ୍ୟଯୁଗର କାଳ ଅବଧି ୪୮୦୦ ଦିବ୍ୟ ବର୍ଷ ଅର୍ଥାତ ୧୭୨୮୦୦୦ ମାନବ ବର୍ଷ ମନାଯାଉଛି । ଏହିଯୁଗରେ ମଣିଷର ଆୟୁ ୧୦୦୦୦୦ ବର୍ଷ ପାଖାପାଖି ଥିଲା, ମଣିଷମାନଙ୍କର ଲମ୍ବାବି ଆଜିର ତୁଳନାରେ ବହୁତ ଅଧିକ ଥିଲା । ଏହିଯୁଗରେ ପାପର ମାତ୍ରା ଶୁନ ପ୍ରତିଶତ ଥିଲା, ପୂଣ୍ୟର ମାତ୍ରା ୧୦୦ ପ୍ରତିଶତ ଥିଲା ।

ଏହାପରେବି ଏହି ଯୁଗରେ ଭଗବାନ ଶ୍ରୀ ହଋ ମଶ୍ଚ୍ୟ, ବରାହ, ନରଶିଙ୍ଘ ରୂପରେ ଅବତରିତ ହୋଇଥିଲେ । ଏବେ ପ୍ରଶ୍ନ ଏହା ଉଠେ ଯଦି ସତ୍ୟ ଯୁଗରେ ପାପ ନଥିଲା ଭଗବାନ ଅବତାର କାହିଁ ନେଇଥିଲେ । ଯେବେ ପରମ ପିତା ଏହି ସୃଷ୍ଟିର ରଚନା କରିଥିଲେ ସେହିସମୟରେ ଦେବ, ମନୁଷ୍ୟ, ନାଗୋ ଗନ୍ଧର୍ବ ସହିତ ଦୈତ୍ୟର ବି ଉତ୍ପତି ହୋଇଥିଲା କି ସୃଷ୍ଟିର ସନ୍ତୁଳନ ଠିକ ରହିବା ପାଇଁ । ଏହି ସନ୍ତୁଳନକୁ ବନାଇ ରଖିବା ପାଇଁ ସତ୍ୟ ଯୁଗରେ ଶ୍ରୀହରୀ ସତ୍ୟ ଯୁଗରେ ଶଙ୍ଖାସୁର, ହିରଣକ୍ଷ, ହିରଣକାଶ୍ୟପ ବଧ କରିବାପାଇଁ ବିଭିନ ଅବତାର ନେଇଥିଲେ ।

ହିନ୍ଦୁ ଧର୍ମାନୁସାରେ ମନୁଷ୍ୟ ସେତେବେଳେ ବିକାଶ ପଥରେ ଅଗ୍ରସର ହେଉଥିଲା, ଅର୍ଥାତ ମନୁଷ୍ୟ ପଶୁରୁ ମଣିଷ ଧୀରେ ଧୀରେ ବିକଶିତ ହୋଇ ବାସ୍ତବିକ ରୂପରେ ଆସୁଥିଲା । ଏହାଛଡା ଶ୍ରୀ ହରିଙ୍କ ଏହିସବୁ ଅବତାର ମାନବର ବିକାଶର ପ୍ରତୀକ ଅଟେ । ଏବେ ଏହା ପ୍ରଶ୍ନ ଉଠୁଛି ସତ୍ୟଯୁଗର ଅନ୍ତ କେମିତି ହେଲା । ହିନ୍ଦୁ ଧର୍ମ ଗ୍ରନ୍ଥନୁସାରେ ଶ୍ରୀ ହରିଙ୍କ ଜନ୍ମ ରାଜା ଦଶରଥଙ୍କ ଘରେ ଶ୍ରୀ ରାମଙ୍କ ରୂପରେ ହେଲା ସେହିସମୟରେ କଳିଯୁଗର କଳା ଅବଧି ପୁରା ହୋଇସାରିଥିଲା । ରାମଙ୍କ ଜନ୍ମ ପରେ ଗୋଟେ ନୂଆ ଯୁଗର ଆରମ୍ଭ ହୋଇଥିଲା ।

ଯାହାକୁ ତ୍ରେତୟା ଯୁଗ ନାମରେ ଜଣାଯାଏ । ଏହିଯୁଗରେ ଶ୍ରୀ ହଋ ବାମ, ଓ ଶ୍ରୀ ରାମ ରୂପରେ ପୂର୍ଣା ଅବତାର ନେଲେ । ସେ ପର୍ସୁରାମ ର୍ପାରେ ଅଂଶ ଅବତାର ନେଇଥିଲେ । ଏହି ଯୁଗର କାଳ ଅବତାର ୩୬୦୦ ଦିବ୍ୟ ବର୍ଷ ଅର୍ଥାତ ୧୨୯୬୦୦୦ ମାନବ ବର୍ଷ । ଏହି ଯୁଗରେ ମନୁଷ୍ୟ ମାନଙ୍କ ଆୟୁ ୧୦୦୦୦ ବର୍ଷ ମନାଯାଏ, ଓ ଲମ୍ବ ୧୦୦ ରୁ ୧୫୦ ଫିଟ । ଏହି ଯୁଗରେ ପାପର ମାତ୍ରା ୨୫ ପ୍ରତିଶତ ଓ ପୁରଣ୍ୟର ମାତ୍ରା ୭୫ ପ୍ରତିଶତ ଥିଲା । ଏହି ଯୁଗରେ ରାବଣ, କୁମ୍ଭକରଣ, ବାଲି, ଅହିରା ଭଳି ଦୁଷ୍ଟ ମାଙ୍କଙ୍କୁ ସଂହାର କରିବା ପାଇଁ ଶ୍ରୀହରି ଅବତାର ନେଇଥିଲେ ।

ଶ୍ରୀ ରାମ ରାବଣକୁ ବଧ କରି ଯେତେବେଳେ ଅଯୋଧ୍ୟା ଫେରିଥିଲେ ଓ ବହୁତ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ ଓ କିଛି ବର୍ଷ ପରେ ସେ ତାଙ୍କ ଦେହ ତ୍ୟାଗ କରିଥିଲେ । ତାହାପରେ ଦ୍ଵାପର ଯୁଗର ଆରମ୍ଭ ହୋଇଥିଲା, ଦ୍ଵାପର ଯୁଗରେ ଶ୍ରୀହରି ଶ୍ରୀ କୃଷ୍ଣ ରୂପରେ ଜନ୍ମ ନେଇଥିଲେ । ଏହି ଯୁଗର କାଳ ଅବଧି ୨୪୦୦ ଦିବ୍ୟ ବର୍ଷ ଅର୍ଥାତ ୮୮୪୦୦୦ ମାନବ ବର୍ଷ । ଏହି ଯୁଗରେ ମନୁଷ୍ୟ ମାନଙ୍କର ଆୟୁ ୧୦୦ ବର୍ଷ ଥିଲା, ପାପର ମାତ୍ରା ୫୦ ପ୍ରତିଶତ ଓ ଦ୍ଵାପର ଯୁଗକୁ ଯୁଧ୍ୟର ଯୁଗବୋଲି କୁହାଯାଏ । ଏହି ଯୁଗରେ ଧର୍ମପାଇଁ ବହୁତ ଯୁଧ୍ୟ ହୋଇଛି । ସେତେବେଳେ ଶ୍ରୀ କୃଷ୍ଣ ଗୋଟେ ଗୋଟେ କରି ପାପୀ ମାନଙ୍କ ନାସ କରିଥିଲେ ।

ମହାଭାରତ ଯୁଧ୍ୟ ପରେ ସବୁ ପାପୀ ମାନଙ୍କର ନାସହୋଇଥିଲା ଓ ଯୁଧିଷ୍ଠିରକୁ ହସ୍ତିନା ପୁରର ରାଜା ଭାବେ ଘୋଷଣା କରାଗଲା । ଯେତେବେଳେ ଯୁଧିଷ୍ଠିରଙ୍କ ରାଜା ତିଳକ ହୋଇଥିଲା ଗାନ୍ଧାରୀ ସେଠୀ ପହଞ୍ଚି ତାଙ୍କ ପୁତ୍ର ମାନକ ଅନ୍ତର ଦୋଷ ଦେଇ ଶ୍ରୀ କୃଷ୍ଣଙ୍କୁ ଅଭିଶାପ ଦେଇଥିଲେ । ଅଭିଶପରେ କହିଥିଲେ ଯେମିତି ତୁମେ ମୋ କୁଳର ନାସ କରିଛ ସେହିଭଳି ତୁମର କୁଳର ନାସ ହେବ । ଏହା ପରେ ପାଣ୍ଡବମାନେ ହସ୍ତିନା ପୁରରେ ୩୬ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ । ଗାନ୍ଧାରୀ ଦେଇଥିବା ଅଭିଶାପ ଲାଗି ଦ୍ଵାରୀକାର ଅବସ୍ଥା ଦିନକୁ ଦିନ ଅବସ୍ଥା ଖରାପ ହେବାକୁ ଲାଗିଲା ।

ମମ ଦିରା ପାନ କରି ନିଜ ନିଜ ଭିତରେ ମରାମରି ହେବାକୁ ଲାଗିଲେ ଅନ୍ତରେ ଅବସ୍ଥା ଏମିତି ବିଗିଡି ଗଲା ପୁରା ଯାଦବ ବଂଶ ଶେଷ ହୋଇଗଲା । ଏହାପରେ ଶ୍ରୀ କୃଷ୍ଣ ଗୋଟେ ବୃକ୍ଷ ତଳେ ବିଶ୍ରାମ ନେଉଥିଲେ ସେହି ସମୟରେ ଜଣେ ଶିକାରୀ ବାଣ ମାରିଥିଲେ । କୃଷ୍ଣ ଧର୍ତିପୃଷ୍ଟରେ ଜନ୍ମ ନେଇଥିଲେ ସେଥିପାଇଁ  ତାଙ୍କୁ ଶରୀର ତ୍ୟାଗ କରିବାକୁ ପଡିଥାନ୍ତା । ଭଗବାନ ତାଙ୍କ ଦେହ ତ୍ୟାଗ କରିଥିଲେ,ଓ ବୈକୁଣ୍ଠ ଧାମ ଚାଲିଗଲେ । ଯେବେ ଏହାର ସୂଚନା ଯୁଧିଷ୍ଠିରଙ୍କୁ ମିଳିଥିଲା ତାଙ୍କୁ ବୁଝା ପଡିଲା କି ତାଙ୍କ ଜୀବନର ଉଦେଶ୍ୟବି ସମାପ୍ତ ହୋଇଲା ।

ଦ୍ଵାପରଯୁଗ ସରି କଳିଯୁଗର ଆରମ୍ଭ ହେଉଥିଲା ଏହାକୁ ଆଖି ଆଗରେ ରଖି ହସ୍ତିନା ପୁରର ସିଂହାସନ ପରିଖିତଙ୍କୁ ଦେଇ ଯୁଧିଷ୍ଠିର ଚାରି ଭାଇ ଓ ଦ୍ରୌପଦୀଙ୍କ ସହ ହିମାଳୟ ଅଭିମୁଖେ ଯାତ୍ରା କରିଥିଲେ । ପାଣ୍ଡବ ମାନେ ଗଲାପରେ କଳିଯୁଗର ଆରମ୍ଭ ହୋଇଥିଲା । ବନ୍ଧୁଗଣ ଆଜି ଆମେ ଏହି କଳି ଯୁଗରେ ବଞ୍ଚିଛୁ । ଏହିଯୁଗରେ ପାପର ମାତ୍ରା ୭୫ ପ୍ରତିଶତ ଓ ପୁଣ୍ୟ ୨୫ ପ୍ରତିଶତ ରହିଛି । ଏବେ କଳିଯୁଗର ପ୍ରଥମ ଚରଣ ଛାଲିଛି , ଏମିତି ମାନ୍ୟତା ଅଛି କଳିଯୁଗର ପ୍ରାରମ୍ଭ ୩୧୦୨ ବର୍ଷ ପୂର୍ବେ ହୋଇଥିଲା ମାନେ ଏବେ କଳିଯୁଗ ଏବେ ମାତ୍ର ୫୧୨୦ ବର୍ଷ ପୁରା କରିଛି । କିନ୍ତୁ ଏହାର ଅନ୍ତ ହେବା ପାଇଁ ୪୨୬୮୮୦ ବର୍ଷ ବାକି ଅଛି ।

କଳିଯୁଗର ଅନ୍ତ କେମିତି ହେବ ବ୍ରହ୍ମ ପୁରାଣରେ ବର୍ନୀତ ଅଛି । କୁହାଯାଇଛି କି କଳିଯୁଗରେ ଲୋକମାନଙ୍କ ମଧ୍ୟରେ ଦ୍ଵେଷ ଓ ଦୁର୍ଭାବନା ବଢିଯିବ, କଳି ଯୁଗରେ ବୟସ ଯେତେ ବଢି ବଢି ଜୀବ ନଦୀ ସେତେ ସୁଖୀ ସୁଖୀ ଜୀବ । ବେଇମାନି ଓ ଅନ୍ୟାୟରେ ଧନ କମାଇବା ଲୋକଙ୍କ ସଂଖ୍ୟା ବଢିବ । ଧନ କମେଇବା ପାଇଁ ଲୋକ କାହାର ଜୀବନ ନେବା ପାଇଁ ବି ପଛେଇବେ ନହିଁ । ମଣିଷ ସବୁ ଧାର୍ମିକ କାର୍ଯ୍ୟ କରିବା ବନ୍ଦ କରିଦେବ । ଗାଈ କ୍ଷୀର ଦେବା ବନ୍ଦ କରିଦେବ । ଝିଅମାନେ ଜମାବି ସୁରକ୍ଷିତ ରହିବେନି । ଯେତେବେଳେ ଆତଙ୍କ ଚରଣ ସୀମାରେ ପହଞ୍ଚିବ ସେତେବେଳେ ଶ୍ରୀ ହରି କଳ୍କୀ ଅବତାର ନେବେ । ସମସ୍ତ ଅଧର୍ମିକଙ୍କ ନାସ କରିବ ।

Leave a Reply

Your email address will not be published. Required fields are marked *