କେମିତି ଜାଣିବେ ଆପଣଙ୍କୁ ହୋଇଛି Liver କ୍ୟାନ୍ସର, ଦେଖନ୍ତୁ କଣ କହୁଛନ୍ତି ବିଶେଷଜ୍ଞ- Healthy Tips

ଆଜିକାଲି ଅଧିକାଂଶ ଲୋକମାନେ ଲିଭର ଜନିତ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଭାରତରେ ପ୍ରାୟତ ୩୦% ଲୋକ ଲିଭର ରୋଗରେ ପୀଡିତ ହେଉଛନ୍ତି । ସାଧାରଣତ ଏହି ସମସ୍ୟାକୁ ଫ୍ୟାଟି ଲିଭର କୁହାଯାଏ । ଯଦି ଅଧିକ ଚର୍ବି ଲିଭର ସେଲରେ ରହିବ ତା ହେଲେ ଫ୍ୟାଟି ଲିଭର ସମସ୍ଯା ହୋଇଥାଏ । ଫ୍ୟାଟି ଲିଭର ସମସ୍ୟା କେଉଁ ମାନଙ୍କ କ୍ଷେତ୍ରରେ ଅଧିକ ହେବାର ସମ୍ଭାବନା ରହିଥାଏ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁ ମାନେ ଅଧିକ ମାତ୍ରାରେ ମଦ୍ୟପାନ ନ କରନ୍ତି ସେମାନଙ୍କ କ୍ଷେତ୍ରରେ ଫ୍ୟାଟି ଲିଭର ସମସ୍ଯା ହେବାର ସମ୍ଭାବନା ଅଧିକ ରହିଥାଏ ।

ଏହା ଛଡା ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପଣ ଓ ଅଧିକ ମେଡ଼ିସିନ ଖାଉଥିଲେ ଫ୍ୟାଟି ଲିଭର ସମସ୍ଯା ଦେଖା ଯାଇଥାଏ । ଲିଭର ଜନିତ ସମସ୍ଯା ହେଲେ କିଛି ଖାସ ଲକ୍ଷଣ ଶରୀରରେ ଦେଖା ଯାଇଥାଏ । ଏଭଳି କ୍ଷେତ୍ରରେ ଶରୀର ଦୁର୍ବଳ ଲାଗିବା ସହ ଡାହାଣ ପଟ ପେଟରେ ହାଲ୍କା ଯନ୍ତ୍ରଣା ଅନୁଭବ ହେବ ।

ମଦ୍ୟପାନ କରୁଥିବା ଲିଭର ରୋଗର ଲକ୍ଷଣ ଗୁଡିକ ହେଉଛି ବାନ୍ତି ହେବା, ଭୋକ ଲାଗିବା ନାହି, ଜଣ୍ଡିସ ହେବା, ରକ୍ତ ବାନ୍ତି ହେବା ସହ କଳା ଝାଡା ହେବା । ଅନ୍ୟ କିଛି ବିଶେଷ କାରଣ ପାଇଁ ଲିଭର ରୋଗ ଦେଖା ଯାଇଥାଏ । ସେହି ସବୁ କାରଣ ଗୁଡିକ ହେଉଛି ଜଲ୍ଦି ଓଜନ ହ୍ରାସ ପାଇବା, ଡାକ୍ତରଙ୍କ ବୀନା ପରାମର୍ଶରେ ମେଡ଼ିସିନ ନେବା, ଅନେକ ସମୟରେ ଅପରେସନ ପରେ ଯକୃତରେ ଚର୍ବି ଜମା ହୁଏ ଓ ରକ୍ତରେ ଅଧିକ କୋଲେଷ୍ଟ୍ରୋଲ ଜମା ହେବା ଇତ୍ୟାଦି ।

ତେଣୁ ମଦ୍ୟପାନ ଜନିତ ଲିଭର ନ ହେବାର ଏକ ଉପାୟ ରହିଛି । ସେଥିପାଇଁ ମଦ୍ୟପାନ ଛାଡିବାକୁ ହେବ । ଫ୍ୟାଟି ଲିଭର ସମସ୍ଯା ହେବା ଆରମ୍ଭ ହେଲେ ଆପଣ ମଦ୍ୟପାନ ସେବନ ବନ୍ଦ କରି ଦେଲେ ଏହି ସବୁ ସମସ୍ଯା ଗୁଡିକ ଆଉ ଆଗକୁ ହେବ ନାହି । ଯଦି ଲିଭର ଜନିତ କୌଣସି ସମସ୍ୟା ଆପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ଏହା ସହ ଖାଦ୍ୟପେୟ ଓ ଜୀବନ ଶୈଳୀରେ ଧ୍ୟାନ ଦିଅନ୍ତୁ । ଅଧିକ ତେଲ ଜାତୀୟ ଖାଦ୍ଯ ଖାଇବା ବନ୍ଦ କରନ୍ତୁ । ଶରୀରରେ ଅଧିକ ମୋଟାପଣ କମ କରିବା ପାଇଁ ଯୋଗ ଓ ବ୍ୟାୟାମ ଅଭ୍ଯାସ କରନ୍ତୁ । ଏହା ସହ ଦିନକୁ ୪ରୁ ୫ ଲିଟର ପାଣି ସେବନ କରନ୍ତୁ । ଏହି ସବୁ କଥା ପ୍ରତି ଯଦି ଆପଣ ମାନେ ଧ୍ୟାନ ଦେବେ ତେବେ ଆପଣଙ୍କୁ କେବେ ବି ଲିଭର ଜନିତ ସମସ୍ଯା ହେବ ନାହି ।

ପ୍ରତିଦିନ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଏହା ଦ୍ଵାରା ଶରୀର ରେ ଲିଭର ଜନିତ ସମସ୍ଯା ଆଉ ରହିବ ନାହି । ଯେତେ ସମ୍ଭବ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ସହ ଅନ୍ୟ ମାନଙ୍କୁ ଏହା ଉପରେ ପରାମର୍ଶ ଦିଅନ୍ତୁ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *