ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, 2 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା.. ଏହି ସବୁ ଜିଲ୍ଲାକୁ ଜାରି ହେଲା Yellow ୱାର୍ଣ୍ଣିଂ

ବନ୍ଧୁଗଣ ବର୍ତ୍ତମାନର ସୂଚନା ଅନୁଯାୟୀ ଆସୁଛି ଆଉ ଏକ ଲଘୁଚାପ । ପଶ୍ଚିମ ମିଆଁମାରର ପାର୍ଶ୍ଵବର୍ତ୍ତୀ ଆଞ୍ଚଲରେ ଏକ ଘୂର୍ଣ୍ଣୀ ବଳୟ ସକ୍ରିୟ ହୋଇଛି । ଆଗାମୀ ୨୪ ଘଣ୍ଟାରେ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ଓଡିଶାରେ ଆସନ୍ତା ଦୁଇ ଦିନ ଯାଏଁ ବର୍ଷାର ପରିମାଣ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିପାଇଁ ୪ଟି ଜିଲା ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୧୬ ଜିଲାକୁ ୟେଲୋ ୱାର୍ନିଙ୍ଗ ଜାରି ହୋଇହି । ଆସନ୍ତା କାଲି ପାଇଁ ୧୬ ଜିଲାକୁ ଅରେଞ୍ଜ ୱାର୍ନିଙ୍ଗ ଓ ୧୪ ଜିଲା ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଲଘୁଚାପ ଯିବା ପରେ ଆଉ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

୧୮ ତାରିଖ ସୁଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୨୩ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲା ଯେମିତି କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଞ୍ଜାମ ଆଜି ଦିନ ସାରା ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ବ୍ଯତୀତ ଯାଜପୁର, କେଉଁଝର, ଭଦ୍ରକ, ବେଲଶ୍ବର, ମୟୁରଭଞ୍ଜ, ଢେଙ୍କାନାଳ ଆଦି ଜିଲା ଗୁଡିକରେ ଅଧିକ ବର୍ଷା ହେବାର ଅଛି । ଉତ୍ତର-ପୂର୍ବ ରାଜ୍ୟ ଯେମିତି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର ।

ସେଣ୍ଟ୍ରାଲ ରାଜ୍ୟ ଭିତରେ ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ସୋନପୁର ରେ ହେଭି ବର୍ଷା ହେବାର ରହିଛି ଆସନ୍ତା ୨୪ ଘଣ୍ଟା ମଧ୍ୟରେ । ଆସନ୍ତା ୧୪ ଓ ୧୫ ତାରିଖରେ ଦକ୍ଷିଣ ଆଭ୍ୟନ୍ତରଣୀୟ ରାଜ୍ୟ ଓ ଉପକୂଳ ବର୍ତ୍ତୀ ଜିଲ୍ଲା ରେ ହେଭି ବର୍ଷା ହେବାର ସମ୍ଭାବନା ରହିଛି ।

୫ ରୁ ୯ ତାରିଖ ବର୍ଷା ଅଧିକ ହେବା କାରଣରୁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଲଗାଇ ରହିଛି । ଆଜି ସନ୍ଧ୍ଯା ସୁଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଆଉ କାଲି ସକାଳୁ ଏହା ଘନୀଭୂତ ହୋଇ ଓଡିଶା ଓ ୱେଷ୍ଟ ବେଙ୍ଗଳାକୁ ଗତି କରିବ ଯାହା ଫଳରେ ବର୍ଷା ଅଧିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଆସନ୍ତା ୪୮ ଘଣ୍ଟା ଭିତରେ ହେଭି ବର୍ଷା ହୋଇପାରେ ସାରା ରାଜ୍ୟ ରେ ।

ଆଜି ସନ୍ଧ୍ୟାରୁ ଆସନ୍ତା ୧୫ ତାରିଖ ଯାଏଁ ନବରଙ୍ଗପୁର, ରାଏଗଡ, କଳାହାଣ୍ଡି, କୋରାପୁଟ, କନ୍ଧମାଳ ଆଦି ଜିଲା ଗୁଡିକରେ ବର୍ଷା ଅଧିକ ହେବାରେ ସମ୍ଭାବନା ରହିଛି । ବର୍ତ୍ତମାନ ପ୍ରଶାନ୍ତ ମହାସାଗର ଆକ୍ଟିଭ ଅଛି ତେଣୁ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗର ପ୍ରଫେସର ମତ ଦେଇଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *