କେଉଁ ବି ଦେବତାଙ୍କ ପତ୍ନୀ ନିଜ କୋଳରୁ ସନ୍ତାନଙ୍କୁ ଜନ୍ମ କାହିଁକି ଦିଅନ୍ତି ନାହିଁ ? Garuda Purana

ବନ୍ଧୁଗଣ ପ୍ରତେକ ସ୍ତ୍ରୀଙ୍କ ଗର୍ଭବାରୁ ତାଙ୍କ ସନ୍ତାନ ଜାତ ହୋଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ଯାଏଁ କୌଣସି ଦେବୀଙ୍କ ସନ୍ତାନ ତାଙ୍କ ଗର୍ଭରୁ ଜାତ ହୋଇନାହି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ ଏମିତି କଣ ପାଇଁ ଓ ଏହା କିପରି ସମ୍ଭବ ଅଟେ ? ତେବେ ଏମିତି ମାତା ପାର୍ବତୀଙ୍କ ଅଭିଶାପ କାରଣରୁ ହୋଇଥିଲା । ଯାହା କାରଣରୁ ଆଜି ଯାଏଁ କୌଣସି ଦେବତାଙ୍କ ସ୍ତ୍ରୀ ଗର୍ଭରୁ ସନ୍ତାନକୁ ଜନ୍ମ ଦେଇ ନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ସଂପୂର୍ଣ୍ଣ କଥା କହିବାକୁ ଯାଉଛୁ ଯାହାର ବର୍ଣ୍ଣନା ସ୍କନ୍ଧ ପୁରାଣରେ କୁହା ଯାଇଛି ।

ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଏହି କଥା ସେହି ସମୟରେ ଯେବେ ମାତା ସତୀ ନିଜ ପିତାଙ୍କ ଯଜ୍ଞଙ୍କୁ ଯାଇଥିଲେ ଆଉ ସେଠାରେ ସ୍ଵାମୀ ଶିବଙ୍କ ଅପମାନ ସହ୍ୟ ନ କରିପାରି ସେହି ଯଜ୍ଞରେ ନିଜକୁ ଆହୁତି ଦେଇଥିଲେ । ଏହା ଜାଣିବା ପରେ ମହାଦେବ ହିମାଳୟ ପର୍ବତକୁ ଯାଇ ତପସ୍ୟାରେ ଲୀନ ହୋଇଗଲେ । ଏପଟେ ଅସୁରର ପୁଅ ତାଡକାଶୁର ବ୍ରହ୍ମଦେବଙ୍କ ତପସ୍ୟା କରିବାକୁ ଲାଗିଲା ।

ଦୀର୍ଘ ବର୍ଷ ତପସ୍ୟା କରିବା ପରେ ବ୍ରହ୍ମଦେବ ତାଡକାଶୁରର ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବଙ୍କ ପୁତ୍ର ଛଡା ଆଉ କେହି ତାଙ୍କୁ ମାରିପାରିବେ ନାହି ବୋଲି ବରଦାନ ଦେଇଥିଲେ । ବରଦାନ ପାଇବା ପରେ ତାଡକାଶୁଶର ଅସୁରଲୋକକୁ ଫେରିବା ପରେ ରାଜା ହେଲା ଆଉ ଶେଷରେ ଦେବଲୋକକୁ ବାରମ୍ବାର ଆକ୍ରମଣ କରି ପରାସ୍ତ ହେବାରେ ଲାଗିଲା । କିନ୍ତୁ ତାଡକୁଶର ଦେବତାଙ୍କୁ ପରାସ୍ତ କରିଲା ଆଉ ନିଜର ରାଜ କରିବାକୁ ଲାଗିଲା ।

ତାଡକାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବତାଗଣ ବ୍ରମ୍ହାଙ୍କ ପାଖକୁ ଯାଇଥିଲେ ଆଉ ସେଠାରେ ଆକାଶବାଣୀ ହେଲା ହିମାଳୟ ପର୍ବତରେ ତୁମମାନଙ୍କର ସମସ୍ୟାର ସମାଧାନ ହୋଇଛି । ପରେ ଦେବତାଗଣ ହିମାଳୟରେ ପହଞ୍ଚି ତାଙ୍କୁ ଅନୁରୋଧ କରିଲେ ତାଡକାସୁରର ବଦ୍ଧ କରିବାକୁ ଆଉ ହିମାଳୟ ପର୍ବର କିପରି ଏହା ସମ୍ଭବ ବୋଲି ପ୍ରଶ୍ନ କରିଥିଲେ । ପରେ ହିମାଳୟ ନିଜର ସ୍ତ୍ରୀଙ୍କୁ ସୁନ୍ଦର ପୁତ୍ରୀ ଜନ୍ମ ଦେବାକୁ କହିଥିଲେ କାରଣ ମହାଦେବ ପୁନ ବିବାହ କରିଲେ ତାଙ୍କର ସନ୍ତାନ ତାଡକାଶୁରର ବଦ୍ଧ କରିବ ।

ଏହା ପରେ ହିମାଳୟଙ୍କ ସ୍ତ୍ରୀ ଗିରିଜା ନାକ କନ୍ୟାକୁ ଜନ୍ମ ଦେବା ପରେ ସେ ନିଜ ପିତାଙ୍କ ସହ ମହାଦେବଙ୍କ ଦର୍ଶନ କରିବାକୁ ଅନୁମତି ଲାଗିଲେ ଆଉ ମହାଦେବ ମଧ୍ୟ ଅନୁମତି ଦେଲେ । କିନ୍ତୁ ମହାଦେବ ନିଜ ତପସ୍ୟାରେ ଲୀନ ଥିଲେ । ଦେବଗଣ ମହାଦେବଙ୍କୁ ଗିରିଜା ଦେବୀଙ୍କ ସହ ବିବାହ କରିବା ପାଇଁ ମହାଦେବ ଓ ତାଙ୍କ ସ୍ତ୍ରୀଙ୍କୁ ପଠାଇଥିଲେ ଆଉ କାମଦେବ ନିଜର ମୋହଶକ୍ତି ମହାଦେବଙ୍କୁ ନିକ୍ଷେପ କରିଥିଲେ ଯାହା ଫଳରେ କ୍ରୋଧିତ ହୋଇ ମହାଦେବ କାମଦେବଙ୍କୁ ଭସ୍ମ କରିଥିଲେ ।

ଆଉ କାମଦେବଙ୍କୁ ପୁନ ଜୀବିତ କରାଇବା ପାଇଁ ଗିରିଜା ରାତି ଙ୍କ ସହ ମହାଦେବଙ୍କ ତପସ୍ୟା କରିଲେ ଆଉ ମହାଦେବ ଶେଷରେ ଗିରିଜା ବା ପାର୍ବତୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ବିବାହ କରିଥିଲେ । କିନ୍ତୁ ମହାଦେବ ଓ ପାର୍ବତୀଙ୍କ ମହାମିଳନ ସମୟରେ ଦେବତାଗଣ ଆସି ବାଧା ପ୍ରାପ୍ତ କରିବାରୁ ମା ପାର୍ବତୀ କ୍ରୋଧିତ ହୋଇ ଦେବତାଙ୍କୁ ଅଭିଶାପ ଦେଇଥିଲେ ସେମାନଙ୍କ ସ୍ତ୍ରୀମାନେ ଗର୍ଭରୁ ସନ୍ତାନ ଜନ୍ମ କରିବେ ନାହି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *