ଏହି ଦିଗକୁ ଗୋଡକରି ଶୋଇଲେ ହେବେ ଲକ୍ଷ୍ମୀଛଡା, ଆପଣ ଶୋଉ ନାହାନ୍ତି ତ? Chanakya Niti

ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଆମେ ଶୋଇଆସୁଥିବା ଦିଗର ନିୟମ ବର୍ଣନା କରାଯାଇଛି । ଏହି ନିୟମ ଗୁଡିକୁ ମାନିଲେ ଆପଣଙ୍କର ବହୁତ ଉନ୍ନତି ହୋଇଥାଏ । ମାତ୍ର ଏହାକୁ ନମାନିଲେ ବହୁତ ଅସୁବିଧାର ସମୂଖୀନ ହେବାକୁ ପଡିଥାଏ । ଆପଣମାନେ ଉଚ୍ଚିତ ଦିଗରେ ନଶୋଇଲେ ଭବିଷ୍ୟତରେ ଆପଣଙ୍କୁ ବହୁତ ସମସ୍ୟାର ସମୂଖୀନ ହେବାକୁ ପଡିଥାଏ । ଆପଣ ଉନ୍ନତି ଆଡକୁ ଆଗେଇଯାଉଥିବା ବେଳେ,ଏହି ଭୁଲନିୟମରେ ଶୋଇବା ଦ୍ଵାରା ଆପଣ କ୍ରମଶ ଦରିଦ୍ରତାର ମୁଖପାତ୍ର ହୋଇଥାନ୍ତି ଏବଂ ନାନା ପ୍ରକାର ଦୁଶ୍ଚିନ୍ତା ମଧ୍ୟ ଉପୁଜିଥାଏ । ଆସନ୍ତୁ ଏବେ ଜାଣିବା କେଉଁ ଦିଗକୁ ପାଦ କରି ଶୋଇବା ଉଚିତ ।

ବହିକୁ ମୁଣ୍ଡ ତଳେ ଦେଇ ଶୋଇଲେ କିମ୍ବା ଏହାକୁ ନିଜ ମୁହଁ ଉପରେ ରଖୀ ଶୋଇଲେ ମାତା ସରସ୍ଵତୀଙ୍କର ଅପମାନ ହେଇଥାଏ । ତେଣୁ ଆପଣ ବହିଗୁଡିକୁ ଉଚିତ ସ୍ଥାନରେ ରଖି ଶୁଅନ୍ତୁ । ନହେଲେ ଏହାର ପ୍ରତିକ୍ରିୟା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକେଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ନାନା ପରିସ୍ତିତିର ସାମ୍ନା କରିବାକୁ ହୋଇଥାଏ । ଯଦି ଆପଣ ବହିକୁ ମୁଣ୍ଡ ତଳେ ରଖି ଶୁଅନ୍ତି ତେବେ ଆପଣ ନିଜେ ଇଛା କରୁଥିବା ଭବିଷ୍ୟତରେ ନିଜ କାରିୟର ସୁନାମ ବନେଇପାରିବେ ନାହିଁ ।

ଘରର ପ୍ରବେଶ ଦ୍ଵାରା ଆଡକୁ ଗୋଡ କରି ଶୋଇବା ଦ୍ଵାରା ମଧ୍ୟ ମାତା ଲକ୍ଷ୍ମୀଙ୍କର ଅପମାନ ହେଇଥାଏ । ଘରର ଯେଉଁ ଦ୍ଵାରରୁ ଆପଣ ପ୍ରବେଶ କରୁଛନ୍ତି ଯଦି ସେହି ଆଡକୁ ଗୋଡ କରି ଶୁଅନ୍ତି ତେବେ ଆପଣ ଲକ୍ଷ୍ମୀଛଡା ହେବାର ସମ୍ଭାବନାଉପୁଜିଥାଏ । ନିଜ ହାତଦୁଇଟିକୁ ତକିଆ ତଳେ ରଖି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣ ଲକ୍ଷ୍ମୀଛଡା ହେଇଯାନ୍ତି । ଆପଣଙ୍କ ଜୀବନରେ ଆହୁରି ଅଧିକ ଦୁଃଖ ବଢିଯାଇଥାଏ । ଶୋଇଲା ବେଳେ ନିଜ ମୁଣ୍ଡ ଦକ୍ଷିଣ ଆଡକୁ ରଖି ଶୋଇଲେ ଆପଣଙ୍କର ନାନା ପ୍ରକାର ଦୁଶ୍ଚିନ୍ତା ଆପଣଙ୍କ ନିଦ୍ରାରେ ଦେଖାଯାଇଥାଏ ।

ଯାହାଫଳରେ ସକାଳୁ ଆପଣ ଉଠି ପାରନ୍ତି ନାହିଁ,ଏବଂ ନିଜର କାର୍ଯ୍ୟ ମଧ୍ୟ ନିଜେ ଠିକ ଭାବେ କରିପାରନ୍ତି ନାହିଁ । ତେଣୁ ପଶ୍ଚିମ ଆଡକୁ ମୁଣ୍ଡ କରି ଶୋଇବା ଆବଶ୍ୟକ,ଏହିଭଳି ଶୋଇବା ଦ୍ଵାରା ଆପଣ ଗଭୀର ଭାବେ ଶୋଇଥାନ୍ତି ଏବଂ ଠିକ ପ୍ରାତଃ ସମୟରେ ଆପଣଙ୍କ ନିଦ୍ରା ଭାଙ୍ଗିଥାଏ । ଏହା ସହିତ ଆପଣଙ୍କ ଆୟୁଶ ବଢିଥାଏ ଏବଂ ଧନ ଲାଭର ସୁଯୋଗ ମଧ୍ୟ ମିଳିଥାଏ । ଶୋଇବା ଘରେ ମନ୍ଦିର ରହିବା ଉଚିତ ନୁହେଁ କିମ୍ବା କୌଣସି ମୃତବ୍ଯକ୍ତିର ଫଟୋ ମଧ୍ୟ ରହିବା ଉଚିତ ନୁହେଁ ।

ଏହା ରହିବା ଦ୍ଵାରା ଘରେ ନାନାପ୍ରକାର ଅଶୁଭ ଲକ୍ଷଣ ଦେଖାଯାଇଥାଏ । ଖଟ କିମ୍ବା ପଲଙ୍କ ଏବଂ ଘର ଓଳାଉଥିବା ଝାଡୁକୁ କାନ୍ଥରେ ଡେରି ରଖିବାଆଦୌ ଉଚିତ ନୁହେଁ । ଯଦି ଏପରି ରଖନ୍ତି ତେବେ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଲାଗିରହିବ । ପରିବାରରେ ସର୍ବଦା କଳୋହଳର ବାତାବରଣ ଦେଖାଯିବାର ଆଶଙ୍କା ଲାଗିରହିଥାଏ । ଏହି ସବୁ ନିୟମ ଉପରେ ଦ୍ରୁଷ୍ଟି ପକାନ୍ତୁ ଏବଂ ଭଲଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *