କେଉଁ ଦିନ ତୁଳସୀ ମୂଳରେ କ୍ଷୀର ଢାଳିଲେ ରୋଜଗାର ମିଳେ? Ajira Anuchinta

ଘରେ ସୁଖ ଶାନ୍ତିରେ ଦୂର କରିବାକୁ ଓ ନେଗେଟିଭ ଊର୍ଜା ଦୂର କରିବା ପାଇଁ କିଛି ବାସ୍ତୁ ଉପାୟ ଅବଲମ୍ବନ କରିବା ଆବଶ୍ୟକ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା ଅନେକ ନିୟମ ରହିଛି ଯାହାର ପାଳନ କରିଲେ ମଣିଷ ଜୀବନରେ ସୁଖ, ଶାନ୍ତି, ଧନରେ ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ ବିସ୍ତାର ଭାବେ ।  ୧- ନିଜ ପରିବାରକୁ ରୋଗ, ଶୋକ, ଓ ଦୁଖ ଚିନ୍ତାରୁ ରକ୍ଷା କରିବା ପାଇଁ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଆଂକିବା ଦ୍ଵାରା କଲ୍ୟାଣକାରୀ ହୋଇଥାଏ ।

୨- ନିଜ ପରିବାରର ଉନ୍ନତି ପାଇଁ ଘରର ମୁଖ୍ୟ ଦ୍ଵାରରେ ତୁଳସୀ ଓ କଦଳୀ ଗଛ ଦୁଇ ପାଖରେ ଲଗାଇଲେ ମଙ୍ଗଳକାରୀ ହୋଇଥାଏ । ଯଦି କୌଣସି ଜାଗାରେ ଘର କରିବାରେ ଟଙ୍କା ପଇସାର ଅଭାବ ହେଉଥାଏ ତେବେ ପୌଷ୍ୟ ନକ୍ଷତ୍ର ଦିନ ଡାଳିମ୍ବ ଗଛ ଲଗାଇଲେ ତାହା ଦୂର ହୋଇଥାଏ ।

୩- ଘରେ କେବେ ବି ଭାଙ୍ଗି ଯାଇଥିବା ବାସନ ବା କ୍ଷତ ରଖିଲେ ଧନ ହାନି ହୋଇଥାଏ । ରୋଷେଇ ଘରର ଅଗ୍ନି କୋଣରେ ବଳବ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଠାକୁର ଘରେ ରଖାଯାଇଥିବା ଶଙ୍ଖକୁ ସକାଳେ ଓ ସନ୍ଧ୍ୟାରେ ୩ ଥର ବାଜାଇଲେ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

୪- ଘରର ମୁଖ୍ୟ ଦ୍ଵାରରେ ୨ଟି ଗଣେଶ ମୂର୍ତ୍ତି ଏପରି ରଖିବା ଉଚିତ ଯେପରି ତାଙ୍କର ପଛ ଭାଗ ଯୋଡିକି ରହିବ । ଏହା ଦ୍ଵାରା ସବୁ ବାଧା ଦୂର ହୋଇଥାଏ । ଘରର ମୁଖ୍ୟ ଦ୍ବାରର ଐଶାନ୍ୟ କୋଣରେ ଦୀପ ଜାଳିବା ଦ୍ଵାରା ଅଚାନକ ଧନ ବୃଦ୍ଧି ହୋଇଥାଏ ।

୫- ଘରର ଉତ୍ତର ବା ପୂର୍ବର ଦିଗରେ ତୁଳସୀ ଗଛ ଲଗାଇ ନିୟମିତ ପୂଜା କରିବା ଦ୍ଵାରା ପରିବାରର ଆତ୍ମବିଶ୍ଵାସ ଓ ଏକତା ବୃଦ୍ଧି ହୋଇଥାଏ । ଘରର ଛାତ ଉପରେ ୫ଟି ତୁଳସୀ ଗଛ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଘର ଉପରେ ଘଡଘଡି ପଡିବାର ଭୟ ଦୂର ହୋଇଥାଏ ।

୬- ଠାକୁର ଘରେ ଗୋଟିଏ ଦେବତାଙ୍କ ଗୋଟିରୁ ଅଧିକ ମୂର୍ତ୍ତି ରଖିବା ଦ୍ଵାରା କଳହ ଦେଖାଯାଏ । ଘରେ ଆଇନା ସବୁବେଳେ ଉତ୍ତର ବା ପୂର୍ବର କାନ୍ଥରେ ଲଗାଇବା ଉଚିତ । କେବେ ବି ଦକ୍ଷିଣ କାନ୍ଥରେ ଲଗାଇବା ଅନୁଚିତ ।

୭- ଘରର ଐଶାନ୍ୟ କୋଣରେ ଗୃହପାଳିତ ପଶୁ ବା ପକ୍ଷୀ ଆଖିଲେ ଅନେକ ସମସ୍ଯା ଦେଖା ଦେଇଥାଏ । ଘରେ ଝାଡୁକୁ କେବେ ବି ଠିଆ କରି ରଖିବା ବା ଗୋଡ ବାଜିବା ସ୍ଥାନରେ ରଖିବା ଅନୁଚିତ ।

୮- ଘରେ କେବେ ଖରାପ ହୋଇଥିବା ମେସିନ ରଖିବା ଦ୍ଵାରା ମାନସିକ ଅସାନ୍ତି ଓ ରୋଗ ଦେଖା ଦେଇଥାଏ । ଘରେ ତିଆରି ହେଉଥିବା ଭୋଜନରୁ କିଛି ବାସ୍ତୁ ଦେବତାଙ୍କୁ ସମର୍ପଣ କରିଲେ ମଙ୍ଗଳକାରୀ ହୋଇଥାଏ ।

୯- ଗୁରୁବାର ଦିନ ତୁଳସୀ ଗଛରେ  କ୍ଷୀର ଢାଳିଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ଓ ବେରୋଜଗାର ଲୋକଙ୍କୁ ରୋଜଗାର ପ୍ରାପ୍ତ ହୋଇଥାଏ । ଶରୀର ଅସୁସ୍ଥ ରହୁଥିଲେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *