କେଉଁ ଦିନରେ ଜନ୍ମଗ୍ରହଣ କରିଥିବା ପିଲା ଭାଗ୍ୟଶାଳୀ ହୋଇଥାନ୍ତି ?

ବନ୍ଧୁଗଣ ସପ୍ତାହର ପ୍ରତେକ ଦିନ ର କିଛି ନା କିଛି ଖାସ ମହତ୍ଵ ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବ୍ଯକ୍ତିର ଜନ୍ମ ବାର ରୁ ତାର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜଣ ପଡିଥାଏ । ବ୍ୟକ୍ତି ଯେଉଁ ବାରରେ ଜନ୍ମ ନେଇଥାଏ ତାର ଭାଗ୍ୟ ତା ସହ ଯୋଡି ହୋଇ ଯାଇଥାଏ । ଆଜି ଆମେ ଜାଣିବା ସପ୍ତାହର 7 ଦିନ ମଧ୍ୟରେ ଜାତ ହୋଇଥିବା ବ୍ୟକ୍ତି ଙ୍କ ସ୍ଵଭାବ ବିଷୟରେ କିଛି ଖାସ କଥା ।

1- ସୋମବାରରେ ଜନ୍ମିତ ଶିଶୁ ସମାଜରେ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଏମାନଙ୍କର ପାରିବାରିକ ଜୀବନ ଭଲ ରୁହେନି । ଏମାନେ କଠିନତାର ସମାନ କରିଲେ ମଧ୍ୟ ଏମାନେ ହସମୁଖ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ମନ ଚଞ୍ଚଳ ଓ ନିରନ୍ତର ବିଚାର ବଦଳିଥାଏ ।

2- ଯେଉଁ ବ୍ୟକ୍ତି ମଙ୍ଗଳବାରରେ ଜନ୍ମ ହୋଇଥାନ୍ତି ସେମାନେ କ୍ରୋଧୀ, ନୂଆ ବିଚାରର ସମର୍ଥନ କରିଥାନ୍ତି । ଏମାନଙ୍କ ଉପରେ ମଙ୍ଗଳ ଗ୍ରହର ବିଶେଷ ପ୍ରଭାବ ରହିଥାଏ । ଏମାନେ ନିଜର ପ୍ରଶଂସା ଶୁଣିବାକୁ ଇଚ୍ଛା କରିଥାନ୍ତି । ଦାମ୍ପତ୍ୟ ଜୀବନରେ କେବେ କେବେ କଳହ ଲାଗି ରହିଥାଏ ।

3- ବୁଧବାର ଦିନ ଜାତ ବ୍ୟକ୍ତି ବୁଦ୍ଧିମାନ ସହ ଆଲୋଚନା କରିବାରେ ମାହିର ହୋଇଥାନ୍ତି । ଏମାନେ ନିଜ ପରିବାର ପ୍ରତି ସମର୍ପିତ ହେବା ସହ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ବ୍ୟକ୍ତି ଗୁରୁବାରରେ ଜାତ ହୋଇଥାନ୍ତି ସେମାନେ କଠିନ ସମସ୍ୟାର ସମାଧାନ ସହଜରେ କରିଥାନ୍ତି ।

4- ଗୁରୁବାର ଦିନ ଜାତ ବ୍ୟକ୍ତି ଦେଖିବାକୁ ଲମ୍ବା ଓ ସୁନ୍ଦର ହୋଇଥାନ୍ତି । ଏମାନେ ବୁଦ୍ଧିମାନ ସହ ସାହସୀ ହୋଇଥାନ୍ତି । ଏମାନେ ସବୁ ସମସ୍ୟାର ସାମ୍ନା କରିଥାନ୍ତି । ଏମାନଙ୍କ ଦ୍ଵାରା କେହି ବି ଜଲ୍ଦି ପ୍ରଭାବିତ ହୋଇଥାନ୍ତି । ବନ୍ଧୁ ମାନେ ଏମାନଙ୍କ ପ୍ରତି ସମର୍ପଣ ହୋଇଥାନ୍ତି ।

5- ଶୁକ୍ରବାରରେ ଜାତ ବ୍ୟକ୍ତିଙ୍କ ବାଣୀ ମଧୁର ହେବା ସହ ବାଦ ବିବାଦ କରୁଥିବା ବ୍ୟକ୍ତିଙ୍କୁ ଘୃଣା କରିଥାନ୍ତ । ଏମାନେ ମନୋରଞ୍ଜନ ସାଧନାରେ ଅଧିକ ଖର୍ଚ୍ଚ କରିଥାନ୍ତି । ଯେଉଁ କାରଣରୁ ଏମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ । ଐଶ୍ବରୀୟ ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି । କଳା କ୍ଷେତ୍ରରେ ଏମାନେ ଅଲଗା ପରିଚୟ ବନାଇଥାନ୍ତି ।

6- ଶନିବାରରେ ଜାତ ବ୍ୟକ୍ତି ସେମାନେ ଆଲସୀ ଓ ସଙ୍କୋଚି ହୋଇଥାନ୍ତି । ଏମାନେ କୌଣସି କାମ କରିବାକୁ ଯୋଜନା କରିଥାନ୍ତି କିନ୍ତୁ ଯୋଜନା ଅନୁଯାୟୀ କାମ କରନ୍ତି ନାହିଁ । ଏମାନେ ବନ୍ଧୁତା କରିବାରେ ସତର୍କ ରହିଥାନ୍ତି । ଏମାନଙ୍କ ଜୀବନରେ ଯେତେ ବି କଷ୍ଟ ଆସିଲେ ହସମୁଖ ସ୍ଵଭାବ କାରଣରୁ ବିଚଳିତ ହୁଅନ୍ତିନି ।

7- ରବିବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମାନେ କାହାର ଅଧୀନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ କଥା କମ କହିଥାନ୍ତି । କଳା ଓ ଶିକ୍ଷା କ୍ଷେତ୍ରରେ ମାନ ସମାନ ପାଇଥାନ୍ତି । ପରିବାର ଓ ବନ୍ଧୁଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ନେତୃତ୍ଵ ର ଦାୟିତ୍ଵ ନେଲେ ବେହତର ପରିଣାମ ଦେଇଥାନ୍ତି  ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *