କେଉଁ ଜଳ ମୁଣ୍ଡରେ ମାରିଲେ ସବୁ କ୍ଷେତ୍ରରେ ସଫଳତା ମିଳେ ? ଏହା ସହ ଆହୁରି 10+ Ajira Anuchinta

ନମସ୍କାର ବନ୍ଧୁଗଣ, ଜୀବନରେ ସୁଖ ସମୃଦ୍ଧି ଆଗମନ ମନକୁ ହୋଇନଥାଏ । ଆମକୁ କିଛି ନୀତି ନିୟମର ପାଳନ କରିବା ପରେ ହିଁ ସୁଫଳ ପ୍ରାପ୍ତି ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହାକୁ ପାଳନ କରିବା ଫଳରେ ଆପଣ ନିଜ ଜୀବନରେ ପରିବର୍ତ୍ତନ ଦେଖିବା ପାଇଁ ପାଇବେ । ସେଥିମଧ୍ୟରୁ ମୁଖ୍ୟ ଅନୁଚିନ୍ତାଟି ହେଉଛି କେଉଁ ଜଳ ମୁଣ୍ଡରେ ମାରିଲେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ: ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଥିଲେ ଜଳରେ ଲାଲ ରଙ୍ଗର ଚନ୍ଦନ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ । ଏହା ଆପଣଙ୍କ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ । ଦିତୀୟ: ଆପଣ ପିତୃ ଶାନ୍ତି ତଥା ପିତୃ ଦୋଷକୁ ନିଜ ଉପରୁ ଦୂରାଇବା ପାଇଁ ଚାହୁଁଥିଲେ ଜଳରେ ଅକ୍ଷତ ଏବଂ ଖସା ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଏହା କରିବା ଫଳରେ ଆପଣଙ୍କ ଉପରେ ଥିବା ପିତୃ ଦୋଷ ଖଣ୍ଡନ ହୋଇଥାଏ ।

ତୃତୀୟ: ସୂର୍ଯ୍ୟ ଜଳ ଅର୍ପଣ କରିବା ପରେ ବଳି ଯାଇଥିବା ଜଳକୁ ମୁଣ୍ଡ, କଣ୍ଠ ଏବଂ ଦୁଇ ହାତରେ ଲଗାନ୍ତୁ । ଏହଦ୍ବାରା ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ଚତୁର୍ଥ: ହସ ଖୁସିର ବୈବାହିକ ଜୀବନ ଚାହୁଁଥିଲେ ଜଳରେ ହଳଦୀ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ପଞ୍ଚମ: ଯଦି ଆପଣ ଚର୍ମ ରୋଗରେ ପୀଡିତ ଅଛନ୍ତି ତେବେ ସୂର୍ଯ୍ୟକୁ ଜଳ ଅର୍ପଣ କରିବା ସହ ତାଙ୍କ ଉପାସନା ମଧ୍ୟ କରିବା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ।

ଷଷ୍ଠ: ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏବଂ ସୂର୍ଯ୍ୟଙ୍କର ଉପାସନା ମଧ୍ୟ କରନ୍ତୁ । ଏହାଫଳରେ ଆପଣଙ୍କୁ ଭଲ ଚାକିରିଟିଏ କେଇବାର ସୁଯୋଗ ପ୍ରାପ୍ତ ହେବ । ସପ୍ତମ: ଶିଶୁ ମାନେ ଯଦି ଆପଣଙ୍କୁ କିଛି ମାଗନ୍ତି ତେବେ ତାଙ୍କୁ ତାହା ଯତ୍ନ ସହକାରେ ଦେବା ଉଚିତ ହୋଇଥାଏ । ଏହା ଆପଣଙ୍କ ପାଇଁ କଲ୍ୟାଣକାରୀ ସାବ୍ୟସ୍ତ ହୋଇଥାଏ । ଏବଂ ଆପଣଙ୍କୁ ସ୍ଵର୍ଗ ଲୋକ ପ୍ରାପ୍ତ ହେବାର ଯୋଗ ବନିଥାଏ ।

ଅଷ୍ଟମ: ଶାସ୍ତ୍ର ଅନୁସାରେ ଯଦି ଗୋଟିଏ ଭାଇର ପୁତ୍ର ହୁଏ । ଏବଂ ଅନ୍ୟ ଭାଇର ପୁତ୍ର ହୁଏ ନାହିଁ । ତେବେ ତାଙ୍କୁ ଅପୁତ୍ରିକ କୁହାଯାଇପାରିବ ନାହିଁ । କାରଣ ଭାଇର ପୁଅ ନିଜ ପୁଅ ସହ ସମାନ ହୋଇଥାଏ । ନବମ: ଯେଉଁ ମାନେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି । ସେମାନଙ୍କ ବଂଶ ବୃଦ୍ଧି ହୋଇନଥାଏ ।

ଦଶମ: ଶାସ୍ତ୍ର ଅନୁସାରେ ପୁରୁଷର ବାମ ପଟ ଜଙ୍ଘରେ କେବଳ ସ୍ତ୍ରୀର ବସିବାର ଅଧିକାର ଅଛି । ଏବଂ ଦକ୍ଷିଣ ପଟ ଜଙ୍ଘରେ ସନ୍ତାନ ମାନେ ବସିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *