ସବୁ ସମୟରେ ଚିନ୍ତାରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ସହଜ ସରଲ ଉପାୟ, ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଚିନ୍ତା କେବେ ପଛ ଛାଡି ନଥାଏ । କିଛି ନା କିଛି କଥାର ଚିନ୍ତା ଲାଗିରହିଥାଏ । ଆଜି ଗୋଟିଏ ଚିନ୍ତା ଗଲାଣି ତ କାଲି ଆଉ ଏକ ଚିନ୍ତା ଆସି ପହଞ୍ଚି ଯାଇଥାଏ । କିନ୍ତୁ ଏହି ଚିନ୍ତା ଭିତରେ ନିଜକୁ ସମ୍ଭାଳି ଆଗକୁ ବଢିବା ଲୋକ ବହୁତ କମ ଥାନ୍ତି । କିଛି ଲୋକ ଅଯଥାରେ ମଧ୍ୟ ଛୋଟ ଛୋଟ କଥାର ଚିନ୍ତାକୁ ମୁଣ୍ଡରେ ଧରି ବୁଲୁଥାନ୍ତି । ତେବେ ଯେଉଁ ଲୋକଙ୍କ ଠାରେ ଏହି ଅଯଥା ଚିନ୍ତା କରିବା ଗୁଣଟି ରହିଛି ସେମାନେ ଏହି ପୋଷ୍ଟଟିକୁ ନିହାତି ପଢନ୍ତୁ ।

ବୈଜ୍ଞାନିକ ଦୃଷ୍ଟି କୋଣରୁ ମଣିଷ ମୁଣ୍ଡରେ ଗୋଟିଏ ଦିନରେ 50,000 ରୁ 60,000 ଭାବନା ଆସିଥାଏ । ଯେଉଁଥିରୁ କିଛି କଥା ବାରମ୍ବାର ମନ ମସ୍ତିସ୍କରେ ବ୍ୟକ୍ତି ଘାରି ହେଉଥାଏ । ଏହି ଭାବନା ମଧ୍ୟରୁ 80% ନେଗେଟିଭ ଭାବନା ଆସିଥାଏ ମୁଣ୍ଡକୁ । ଆପଣଙ୍କ ମୁଣ୍ଡରେ ଦିନକୁ ଆସୁଥିବା ପଚାଶ ହଜାର ଭାବନାକୁ କମାଇବାକୁ ଚେଷ୍ଟା କରନ୍ତୁ । ତଥା ଦିନକୁ ତିରିଶି ହଜାର ପାଖା ପାଖି ଭାବନା ହିଁ ଆସିବାକୁ ଦିଅନ୍ତୁ ।

ଜାଣନ୍ତୁ ଚିନ୍ତାରୁ ବଞ୍ଚିବାର ଉପାୟ । ପ୍ରଥମ: ସର୍ବ ପ୍ରଥମେ ଆପଣ ନିଜ ଭାବନା  ଏବଂ ଅଧିକ ଓ ଅଯଥା ଭାବନାକୁ ଚିହ୍ନିବା ପାଇଁ ଚେଷ୍ଟା କରିବା ଦରକାର । ଆପଣ କରିବାକୁ ଯାଉଥିବା କାର୍ଯ୍ୟ ସମ୍ପର୍କରେ ଚିନ୍ତା ବିଚାର କରିବା ଠିକ । କିନ୍ତୁ ଯେତେବେଳେ ସେହି ଚିନ୍ତା ନେଗେଟିଭ ଦିଗ ଆଡକୁ ଗତି କରିବାକୁ ଲାଗିବ ଆପଣ ସେତେବେଳେ ନିଜ ଭାବନାକୁ ବଦଳାଇ ଅଲଗା କିଛି ପଜେଟିଭ ଭାବନା ମୁଣ୍ଡକୁ ଆଣିବା ଉଚିତ । ଅଥବା ନିଜକୁ କୌଣସି ଅଲଗା କାମରେ ବ୍ୟସ୍ତ ରଖିବା ଆବଶ୍ୟକ ।

ଦିତୀୟ: ଆପଣଙ୍କ ଜୀବନରୁ ଯାହା ଚାଲିଗଲା ତାହାକୁ ଯିବାକୁ ଦେବା ଉଚିତ । ନିଜ ମୁଣ୍ଡରେ ପଶୁଥିବା ଅଯଥା କଥାକୁ ଦୂର କରିବା ପାଇଁ ହେଲେ ଆପଣଙ୍କୁ ନିଜ ଅତୀତ ତଥା ଘଟିଯାଇଥିବା ଘଟଣା ବିଷୟରେ ବେଶି ନ ଭାବିବା ଉଚିତ । କାରଣ ଯାହା ଘଟିବାର ଥାଏ ତାହା ସୁନିଶ୍ଚିନ୍ତ ଘଟିଥାଏ । ତେଣୁ ଆପଣ ଏହିସବୁକୁ ଚାହିଁଲେ ମଧ୍ୟ ନିୟନ୍ତ୍ରଣ କରିପାରିବେ ନାହିଁ ।

ଯଦି କିଛି ନିୟନ୍ତ୍ରଣ କରିପାରିବେ ତାହା ହେଉଛି ଆପଣଙ୍କ ଭାବନା । ତୃତୀୟ: କୌଣସି କାର୍ଯ୍ୟରେ ଅସଫଳ ହେବାର ଚିନ୍ତାକୁ ଆପଣଙ୍କ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ । କାରଣ ସେଥିରୁ ଆପଣ ଅନୁଭବ କରିଥିବା ସମସ୍ତ କଥା ଆପଣଙ୍କ ଆଗାମୀ ସମୟରେ ଉନ୍ନତି କରିବା ପାଇଁ ବହୁତ ସହାର୍ଜ୍ୟ କରିଥାଏ । ଆପଣଙ୍କୁ ଜୀବନରେ କିଛି ସଠିକ କଥାର ଶିକ୍ଷା ମଧ୍ୟ ଦେଇଥାଏ ।

ଚତୁର୍ଥ: ଆପଣ ପ୍ରତିଦିନ 5 ମିନିଟ ମେଡିଟେସନ କିମ୍ବା ଏକ୍ସର ସାଇଜ କରନ୍ତୁ । ଏହଫଳରେ ଆପଣଙ୍କ ମୁଣ୍ଡକୁ ଅଯଥା କଥା ଆସିବ ନାହିଁ । ଆପଣ ଶାନ୍ତ ରହିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *